GPAI ସମ୍ମିଳନୀ 2023 | AI ଗେମଚେଞ୍ଜର୍ସ | ସମାଧାନ ପାଇଁ ଆହ୍ୱାନ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗ୍ଲୋବାଲ ପାର୍ଟନରସିପ (GPAI) ହେଉଛି ଏକ ଅନ୍ତର୍ଜାତୀୟ ଏବଂ ମଲ୍ଟି-ଷ୍ଟେକହୋଲ୍ଡର ପଦକ୍ଷେପ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉତ୍ତରଦାୟୀ ବିକାଶ ଏବଂ ଉପଯୋଗକୁ ମାର୍ଗଦର୍ଶନ କରିବ, ଯାହା ମାନବାଧିକାର, ସମାବେଶନ, ବିବିଧତା, ନବସୃଜନ ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଆଧାରିତ।
ଜିପିଏଆଇର ପରିଷଦ ଅଧ୍ୟକ୍ଷ ଭାବେ ଭାରତ 2023 ଡିସେମ୍ବର 12-14ରେ ଭାରତରେ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀରେ 27ରୁ ଅଧିକ ଜିପିଏଆଇ ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଙ୍ଘର ଏଆଇ ବିଶେଷଜ୍ଞ, ବହୁପକ୍ଷୀୟ ସଙ୍ଗଠନ ଏବଂ ଅନ୍ୟ ପ୍ରାସଙ୍ଗିକ ଅଂଶୀଦାରମାନେ ଅଂଶଗ୍ରହଣ କରିବେ।
ବାର୍ଷିକ ଜିପିAI ସମ୍ମିଳନୀର ଅଂଶବିଶେଷ ସ୍ୱରୂପ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରୟୁକ୍ତି ମନ୍ତ୍ରଣାଳୟ (MeitY) AI ଗେମଚେଞ୍ଜର ପୁରସ୍କାରର ଆୟୋଜନ କରୁଛି। AI ଗେମଚେଞ୍ଜର ପୁରସ୍କାର ଦାୟିତ୍ୱବାନ AI ସମାଧାନକୁ ଚିହ୍ନଟ କରିବା ପାଇଁ ଏକ ବୈଶ୍ୱିକ ପ୍ଲାଟଫର୍ମ ପ୍ରଦାନ କରିବ ଯାହା AI ନବସୃଜନକୁ ଆଗକୁ ବଢ଼ାଉଛି ଏବଂ AIର ଦାୟିତ୍ୱପୂର୍ଣ୍ଣ ବିକାଶ ଏବଂ ନିୟୋଜନ ମାଧ୍ୟମରେ GPAIs ମିଶନରେ ଯୋଗଦାନ କରୁଛି।
ସର୍ଟଲିଷ୍ଟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଡିସେମ୍ବର 2023ରେ ବାର୍ଷିକ GPAI ସମ୍ମିଳନୀରେ ଗ୍ଲୋବାଲ AI ବିଶେଷଜ୍ଞ ଏବଂ ବ୍ୟାପକ ଗ୍ଲୋବାଲ AI ଇକୋସିଷ୍ଟମକୁ ସେମାନଙ୍କ ସମାଧାନ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରାଯିବ।
ଉଦ୍ଦେଶ୍ୟ:
AI ଗେମଚେଞ୍ଜର୍ସ ଆୱାର୍ଡର ଉଦ୍ଦେଶ୍ୟ ହେଉଛି ଦାୟିତ୍ୱବାନ AI ନବସୃଜନକୁ ଆଗେଇ ନେଉଥିବା ପ୍ରଭାବୀ AI ସମାଧାନକୁ ଚିହ୍ନଟ କରିବା ଏବଂ ଏହାକୁ ମାନ୍ୟତା ଦେବା । ଯୁଗାନ୍ତକାରୀ ନବସୃଜନ, ନୈତିକ ବିଚାର ଏବଂ ପ୍ରଭାବଶାଳୀ ପ୍ରକଳ୍ପର ଉତ୍ସବ ପାଳନ ମାଧ୍ୟମରେ ଏହି ପୁରସ୍କାରଗୁଡ଼ିକ AI କ୍ଷେତ୍ରକୁ ଆଗକୁ ବଢ଼ାଇବା ସହିତ ଦାୟିତ୍ୱପୂର୍ଣ୍ଣ ବିକାଶ ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରେରଣା ଯୋଗାଇବ।
ଏହି ସମ୍ମାନଜନକ ପ୍ଲାଟଫର୍ମ AI ଉଦ୍ୟୋଗୀ ଏବଂ ବିଭିନ୍ନ ପୃଷ୍ଠଭୂମିର ଉଦ୍ଭାବକମାନଙ୍କୁ ସେମାନଙ୍କ ଅଭିନବ AI ସମାଧାନକୁ ପ୍ରଦର୍ଶିତ କରିବାରେ ସକ୍ଷମ କରିବ, ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ବଢ଼ିବା ଏବଂ GPAIର ବ୍ୟାପକ ମିଶନକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବିଷୟଗତ ପ୍ରାଥମିକତା ମଧ୍ୟରେ ଦାୟିତ୍ୱବାନ AIକୁ ଗ୍ରହଣ କରିବା । ବିଷୟଗତ ପ୍ରାଥମିକତା ହେଉଛି :
- ବିଶ୍ୱ ସ୍ୱାସ୍ଥ୍ୟ
- ଜଳବାୟୁ ପରିବର୍ତ୍ତନ
- ସ୍ଥିତିସ୍ଥାପକ ସମାଜ
- ସହଯୋଗୀ AI ଗ୍ଲୋବାଲ ପାର୍ଟନରସିପ (CAIGP)
- ଧାରଣୀୟ କୃଷି
ପୁରସ୍କାର ବର୍ଗ
AI ଗେମ୍ଚେଞ୍ଜର୍ସ ଆୱାର୍ଡ ନିମ୍ନଲିଖିତ ଦୁଇଟି ବର୍ଗରେ ବିଶିଷ୍ଟ AI ଲିଡରମାନଙ୍କୁ ସମ୍ମାନିତ କରିଥାଏ। ପ୍ରତ୍ୟେକ ବର୍ଗ ସମସ୍ୟା ବିବୃତି (ଗୁଡ଼ିକ) ସହ ସଂସ୍ଲିଷ୍ଟ, ଯାହା AI ଉଦ୍ଭାବକମାନେ ବିଶ୍ୱସ୍ତରରେ ସମାଧାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ପ୍ରଦର୍ଶିତ କରିଥାଏ ।
ବର୍ଗ 1: AI ଇନ ଗଭର୍ଣ୍ଣାନ୍ସ ଲିଡର ଆୱାର୍ଡ:
- ସମସ୍ୟା ବିବୃତି: AI ସିଷ୍ଟମ ଏବଂ ସେମାନଙ୍କ ବ୍ୟବହାରକାରୀଙ୍କ ମଧ୍ୟରେ ବିଶ୍ୱାସ ଏବଂ ବୁଝାମଣାରେ ଉନ୍ନତି ଆଣିବା, ସେମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟା ପାଇଁ ସରକାରୀ କ୍ଷେତ୍ରର AI ସିଷ୍ଟମ କିପରି ପାରଦର୍ଶୀ ବ୍ୟାଖ୍ୟା ସୁନିଶ୍ଚିତ କରିପାରିବ?
- ଯୋଗ୍ୟତା:
- ଆବେଦନ କରୁଥିବା ସଙ୍ଗଠନଗୁଡ଼ିକ ପଞ୍ଜୀକୃତ ଷ୍ଟାର୍ଟଅପ୍ (ବା ନିଜ ଦେଶରେ ସମାନ ଆଇନଗତ ସଂସ୍ଥା) ହେବା ଆବଶ୍ୟକ ଯାହା ସେପ୍ଟେମ୍ବର 2023 ପୂର୍ବରୁ ସର୍ବନିମ୍ନ 2 ବର୍ଷ କାର୍ଯ୍ୟକ୍ଷମ ହୋଇଥିବ।
- ପ୍ରସ୍ତାବିତ AI ସମାଧାନ ପ୍ରସ୍ତାବ ଦାଖଲ ତାରିଖରେ ଏକ ଜନସେବା ଯୋଗାଣ ଆବେଦନ ପାଇଁ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଆବଶ୍ୟକ (ଅନ୍ତତଃ ପାଇଲଟ୍ ପର୍ଯ୍ୟାୟରେ)।
ବର୍ଗ 2: ନେକ୍ସଟ୍ଜେନ୍ ଲିଡର୍ ଆୱାର୍ଡ:
- ସମସ୍ୟା ବିବରଣୀ 1: ଏକ ଉଚ୍ଚ ଡିଗ୍ରୀର ବିଶ୍ୱସନୀୟତା ଉପରେ ଆଧାରିତ ଅନ୍ୟ ବିଷୟବସ୍ତୁ ଅପେକ୍ଷା ଏକ ମୌଳିକ ମଡେଲରୁ ନିର୍ମିତ ବିଷୟବସ୍ତୁକୁ ଅଲଗା କରିବା ପାଇଁ ଚିହ୍ନଟ ପ୍ରଣାଳୀ ?
କିମ୍ୱା
- ସମସ୍ୟା ବିବରଣୀ 2: ଜେନେରେଟିଭ୍ AIର ସବୁଠାରୁ ଭରସାଯୋଗ୍ୟ ବ୍ୟବହାର ମାମଲା।
- ଯୋଗ୍ୟତା:
- ଆବେଦନ କରୁଥିବା ସଙ୍ଗଠନଗୁଡ଼ିକ ପଞ୍ଜୀକୃତ ଷ୍ଟାର୍ଟଅପ୍ (ବା ନିଜ ଦେଶରେ ସମାନ ଆଇନଗତ ସଂସ୍ଥା) ହେବା ଆବଶ୍ୟକ ଯାହା ସେପ୍ଟେମ୍ବର 2023 ପୂର୍ବରୁ ସର୍ବନିମ୍ନ 1 ବର୍ଷ କାର୍ୟ୍ୟକ୍ଷମ ହୋଇଥିବ।
- ଆବେଦନକାରୀ ସଂସ୍ଥା ଉପରେ ଉଲ୍ଲିଖିତ ଯେକୌଣସି GPAI ବିଷୟଗତ ପ୍ରାଥମିକତାରେ ଜେନେରେଟିଭ୍ AIର ଲାଭ ଉଠାଇବା ପାଇଁ ଏକ ପ୍ରୁଫ୍ ଅଫ୍ କନ୍ସେପ୍ଟ୍ ବା ପାଇଲଟ୍ ପ୍ରଦାନ କରିବା ଆବଶ୍ୟକ।
ପ୍ରକ୍ରିୟା
ପ୍ରଥମ ପର୍ୟ୍ୟାୟ (12 ସେପ୍ଟେମ୍ବର - 15 ନଭେମ୍ବର 2023)
- ପ୍ରସ୍ତାବ ଦାଖଲ: ଯୋଗ୍ୟ ପ୍ରତିଯୋଗୀମାନେ ଫର୍ମ ମାଧ୍ୟମରେ ଏକ ସଂକ୍ଷିପ୍ତ ପ୍ରସ୍ତାବ ପ୍ରଦାନ କରିବେ:
- ଯୋଗ୍ୟତା ପରୀକ୍ଷଣ: ସମସ୍ତ ଦାଖଲକୁ ଯୋଗ୍ୟତା ମାନଦଣ୍ଡ ଆଧାରରେ କଡ଼ାକଡ଼ି ଭାବେ ଆକଳନ କରାଯିବ।
ଷ୍ଟେଜ୍-2 (ରୋଲିଂ ବେସିସ)
- ସଙ୍କ୍ଷିପ୍ତ ସୂଚୀକରଣ: ଲିଖିତ ଦାଖଲ ଏବଂ ଏହାର ସାମଗ୍ରୀ ଆଧାରରେ ସର୍ବାଧିକ 10ଟି ଆବେଦନ (ପ୍ରତି ପୁରସ୍କାର ବର୍ଗରେ 5 ପ୍ରତିଶତ ପର୍ୟ୍ୟନ୍ତ)କୁ ଏଥିପାଇଁ ଗଠିତ ବିବିଧ କମିଟି ଚୟନ କରିବ।
ତୃତୀୟ ପର୍ୟ୍ୟାୟ (12-14 ଡିସେମ୍ବର 2023)
- GPAI ସମ୍ମିଳନୀ: ମନୋନୀତ ପ୍ରତିଯୋଗୀମାନେ ଡିସେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ GPAI ସମ୍ମିଳନୀରେ ଅଂଶଗ୍ରହଣ କରିବେ।
- ପ୍ରଦର୍ଶନ: ଏହି ସମ୍ମିଳନୀରେ ଚୟନ କରାଯାଇଥିବା ଦଳମାନଙ୍କୁ AI ଏକ୍ସପୋରେ ସେମାନଙ୍କ ଅଭିନବତ୍ୱର ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯିବ
- ଉପସ୍ଥାପନା: ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ବିଶ୍ୱସ୍ତରୀୟ AI ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଆଦିଙ୍କ ଏକ ବିଚାରକ ମଣ୍ଡଳୀକୁ ସେମାନଙ୍କ ସମାଧାନ ଉପସ୍ଥାପନ କରିବା ଲାଗି 5 ମିନିଟ ସମୟ ଦିଆଯିବ
- ପ୍ରସ୍ତାବିତ ସମାଧାନ କିପରି ସମସ୍ୟା ବିବୃତିର ସମାଧାନ କରିବ।
- ସେମାନଙ୍କ ସମାଧାନର ନୈତିକ ଓ ସାମାଜିକ-ଅର୍ଥନୈତିକ ପ୍ରଭାବ।
- ସେମାନଙ୍କର ସମାଧାନର ପ୍ରଦର୍ଶନ (ଯଦି ପ୍ରଯୁଜ୍ୟ)।
- ପୁରସ୍କାର ପ୍ରଦାନ ଉତ୍ସବ: ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀ, 2023ରେ ବିଚାରକ ମଣ୍ଡଳୀ ମୂଲ୍ୟାୟନ କରିବା ପରେ ଏବଂ ପୁରସ୍କାର ସମାରୋହରେ ଘୋଷଣା କରାୟିବା ପରେ ଏହି ସର୍ଟଲିଷ୍ଟ ପୁଲରୁ ପ୍ରତ୍ୟେକ ଦୁଇଟି ବର୍ଗରୁ ତିନି ଜଣ ଲେଖାଏଁ ବିଜେତାଙ୍କୁ ଚୟନ କରାୟିବ।
ପୁରସ୍କାର ଓ ସମ୍ମାନ
AI ଗେମ୍ଚେଞ୍ଜର୍ସ ଆୱାର୍ଡର ବିଜେତାମାନଙ୍କୁ ନିମ୍ନଲିଖିତ ପୁରସ୍କାର ପ୍ରଦାନ କରାଯିବ
- ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ନଗଦ ପୁରସ୍କାର :
- ପ୍ରଥମ ପୁରସ୍କାର - 10 ଲକ୍ଷ ଟଙ୍କା
- ଦ୍ୱିତୀୟ ପୁରସ୍କାର- 5 ଲକ୍ଷ ଟଙ୍କା
- ତୃତୀୟ ପୁରସ୍କାର- 3 ଲକ୍ଷ ଟଙ୍କା
- GPAI AI ଗେମଚେଞ୍ଜର ସାର୍ଟିଫିକେଶନ୍
- କ୍ଲାଉଡ୍ କମ୍ପ୍ୟୁଟ୍ କ୍ଷମତା (ପ୍ରତି ଯୋଗ୍ୟତା)
- ଏଆଇ ବିଶେଷଜ୍ଞ ଓ ପ୍ରାକ୍ଟିସନ୍ଙ୍କ ସହ କାମ କରିବାର ସୁୟୋଗ ମିଳିବ।
ଡିସେମ୍ବର 2023ରେ ବାର୍ଷିକ ଜିପିଏଆଇ ଶିଖର ସମ୍ମିଳନୀରେ ସେମାନଙ୍କ ସମାଧାନ ଉପସ୍ଥାପନ କରିବା ଲାଗି ଭାରତର ନୂଆଦିଲ୍ଲୀକୁ ଯାତ୍ରା କରିବା ପାଇଁ 10 ଜଣ ଚୟନ କରାୟାଇଥିବା ଉଦ୍ଭାବକଙ୍କୁ ଯାତ୍ରା ଏବଂ ରହଣୀ ସହାୟତା ପ୍ରଦାନ କରାୟାଇପାରେ। ଯାତ୍ରା (ଅର୍ଥନୈତିକ ଶ୍ରେଣୀ ଟିକେଟ) ପାଇଁ ସର୍ବାଧିକ 1 ଲକ୍ଷ ଟଙ୍କା ଏବଂ ରହଣି କିମ୍ବା ପ୍ରକୃତ ଯାତ୍ରା ଏବଂ ରହଣି ପାଇଁ 15,000 ଟଙ୍କା ପର୍ୟ୍ୟନ୍ତ ସହାୟତା ପ୍ରଦାନ କରାୟିବ, ଯାହା କମ୍ ହେବ।
ଏଠାରେ କ୍ଲିକ୍ କରନ୍ତୁ ଆମର ପୁରସ୍କାର ସର୍ତ୍ତାବଳୀ ଓ ନିୟମାବଳୀ ପଢ଼ିବା ପାଇଁ।
କିଛି ପ୍ରଶ୍ନ ଅଛି ? ଦୟାକରି ଆମ ସହ fellow1.gpai-india[at]meity[dot]gov[dot]in ରେ ଯୋଗାୟୋଗ କରନ୍ତୁ
ଏହାବ୍ୟତୀତ, ସମସ୍ତ ସର୍ଟଲିଷ୍ଟ ହୋଇଥିବା ପ୍ରତିଯୋଗୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ GPAI ଶିଖର ସମ୍ମିଳନୀରେ GPAI AI ଏକ୍ସପୋରେ ପ୍ରଦର୍ଶନୀ ଷ୍ଟଲ ପ୍ରଦାନ କରାଯିବ, ଯାହାଫଳରେ ସେମାନେ ବୈଶ୍ୱିକ AI ଇକୋସିଷ୍ଟମକୁ ସେମାନଙ୍କ ଅଭିନବତ୍ୱ ପ୍ରଦର୍ଶନ କରିପାରିବେ।
*ଦ୍ରଷ୍ଟବ୍ୟ: ତୃତୀୟ ପକ୍ଷରୁ ଉତ୍ପନ୍ନ ପରିପୂରକ ଲାଭ, ସମ୍ପୃକ୍ତ ତୃତୀୟ ପକ୍ଷ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ଦ୍ୱାରା ପରିଚାଳିତ ହେବ। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହିସବୁ ପ୍ରସଙ୍ଗରେ କୌଣସି ଦାୟିତ୍ୱ କିମ୍ବା ଉତ୍ତରଦାୟିତ୍ୱ ବହନ କରିବ ନାହିଁ।
ଦାଖଲ୍ ପାଇଁ ଦିଶାନିର୍ଦ୍ଦେଶ
- ପ୍ରତିଯୋଗୀମାନେ କେବଳ ଗୋଟିଏ ପୁରସ୍କାର ବର୍ଗ ପାଇଁ ଆବେଦନ କରିପାରିବେ, ଯେଉଁଥିରେ ସମସ୍ୟାର ସମାଧାନ (ଯାହା ମଧ୍ୟ) କରାଯିବ।
- ପ୍ରତିଯୋଗୀମାନେ ସେମାନଙ୍କର ସମାଧାନକୁ ଅତିକମରେ ଗୋଟିଏ ବିଷୟଗତ ପ୍ରାଥମିକତା ସହିତ ଯୋଡିବା ସୁନିଶ୍ଚିତ କରିବା ଆବଶ୍ୟକ।
- ଭିଡିଓ (ବୈକଲ୍ପିକ), ଯଦି ଅନ୍ତର୍ଭୁକ୍ତ:
- ଉତ୍ପାଦ/ସମାଧାନ ପ୍ରଦର୍ଶନ।
- ଭିଡିଓ 2 ମିନିଟ୍ (120 ସେକେଣ୍ଡ)ରୁ ଅଧିକ ହେବ ନାହିଁ, ଏହି ସମୟ ସୀମା ଅତିକ୍ରମ କରିଥିବା ଫିଲ୍ମ/ଭିଡିଓକୁ ପ୍ରତ୍ୟାଖ୍ୟାନ କରାଯିବ।
- ସର୍ବନିମ୍ନ ଦୈର୍ଘ୍ୟ 30 ସେକେଣ୍ଡ ହେବା ଆବଶ୍ୟକ।
- ଟାଇମ୍-ଲାପ୍ସ/ନର୍ମାଲ ମୋଡରେ ଉଭୟ ରଙ୍ଗୀନ ଏବଂ ମୋନୋକ୍ରୋମ ଭିଡିଓକୁ ଗ୍ରହଣ କରାଯିବ।
- ଦୟାକରି ନିଶ୍ଚିତ କରନ୍ତୁ ଯେ ଫିଲ୍ମ/ଭିଡିଓଗୁଡିକ ଭଲ ଗୁଣବତ୍ତା ବିଶିଷ୍ଟ କ୍ୟାମେରା/ମୋବାଇଲ ଫୋନରେ ସୁଟିଂ କରାଯାଇଛି ଏବଂ ଆନୁଭୂମିକ ବା ହରିଜଣ୍ଟାଲ୍ ଫର୍ମାଟରେ 16: 9 ଅନୁପାତରେ ରହିଛି।
- ଫର୍ମାଟ: Youtube ଲିଙ୍କ୍
- ଅସମ୍ପୂର୍ଣ୍ଣ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବ।
- ପ୍ରସ୍ତାବ ଉପରେ ଅଧିକ ସୂଚନା ପାଇଁ ଆୟୋଜକ ଦଳ ଦ୍ୱାରା ପ୍ରତିଯୋଗୀଙ୍କୁ ଯୋଗାଯୋଗ କରାଯାଇପାରିବ।