ଭାରତ ଇଣ୍ଟରନେଟ୍ ଉତ୍ସବ - ଇଣ୍ଟରନେଟର ଶକ୍ତିର ଉତ୍ସବ ପାଳନ କରନ୍ତୁ

ପ୍ରତିୟୋଗିତା ସମ୍ପର୍କରେ

How to participate? Watch Video

ଭାରତ ଇଣ୍ଟରନେଟ୍ ଉତ୍ସବ ହେଉଛି ଯୋଗାୟୋଗ ମନ୍ତ୍ରଣାଳୟର ଏକ ପଦକ୍ଷେପ ଯାହା ନାଗରିକମାନଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଇଣ୍ଟରନେଟ୍ ଆଣିଥିବା ପରିବର୍ତ୍ତନ ଉପରେ ବିଭିନ୍ନ ବାସ୍ତବ ଜୀବନ କାହାଣୀକୁ ବାଣ୍ଟିବା ଦିଗରେ କାର୍ଯ୍ୟ କରିବ। ମୋବାଇଲ ସଂଯୋଗ, ଫାଇବର ଟୁ ଦ ହୋମ୍, ଫାଇବର ଟୁ ଦ ବିଜିନେସ୍, ପିଏମ୍ ୱାଇଫାଇ ଆକ୍ସେସ୍ ନେଟବାର୍କ ଇନିସିଏଟିଭ୍ (PM-WANI) ଏବଂ ଅନ୍ୟାନ୍ୟ ପଦକ୍ଷେପ ବିଶେଷ କରି ଗ୍ରାମାଞ୍ଚଳ ଏବଂ କୋଭିଡ୍ ସମୟରେ ଜନଜୀବନରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। UPI, DBT, କୋୱିନ, ଡିଜି ଲକର ଏବଂ ଅନ୍ୟାନ୍ୟ ବୈପ୍ଳବିକ ଉପକରଣର ଉପଲବ୍ଧତା ଡିଜିଟାଲ ଭିତ୍ତିଭୂମି ଦ୍ୱାରା ସମ୍ଭବ ହୋଇପାରିଛି ।

ଉତ୍ସବ ଅଭିୟାନ ଅଧୀନରେ ମନ୍ତ୍ରଣାଳୟ ସାରା ଦେଶରେ ବିଶେଷ କରି ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟର ବିପ୍ଳବକୁ ପହଁଞ୍ଚାଇବାର ବୈଶିଷ୍ଟ୍ୟକୁ ଗ୍ରହଣ କରୁଛି। ବାସ୍ତବ ଜୀବନ କାହାଣୀ ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ଡିଜିଟାଲ ବିଭାଜନକୁ ଦୂର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି। ଏହିଭଳି ଭାବେ #BharatIntenetUtsav ପ୍ରସାର ଦିଗରେ ଏକ ପଦକ୍ଷେପ।

ମାଇଗଭ୍, ଯୋଗାଯୋଗ ମନ୍ତ୍ରଣାଳୟର ସହଯୋଗରେ ଏହି ପରିବର୍ତ୍ତନକୁ ପ୍ରଦର୍ଶିତ କରୁଥିବା ଭିଡିଓକୁ ଆମନ୍ତ୍ରଣ କରିଛି ଭାରତ ଇଣ୍ଟରନେଟ୍ ଉତ୍ସବ ମାଧ୍ୟମରେ ଇଣ୍ଟରନେଟର ଶକ୍ତି ଉତ୍ସବକୁ ପାଳନ କରନ୍ତୁ। ପରିବର୍ତ୍ତନ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଇତ୍ୟାଦି ହୋଇପାରେ।

ବୈଷୟିକ ପାରାମିଟରଗୁଡିକ

  1. ଭିଡିଓ ଆରମ୍ଭ ଏବଂ ଶେଷ କ୍ରେଡିଟ୍ ସହିତ ଭିଡିଓ 2 ମିନିଟ୍ (120 ସେକେଣ୍ଡ) ରୁ ଅଧିକ ହେବ ନାହିଁ। ଏହି ସମୟ ସୀମା ଅତିକ୍ରମ କରୁଥିବା ଚଳଚ୍ଚିତ୍ର/ଭିଡିଓଗୁଡ଼ିକ ପ୍ରତ୍ୟାଖ୍ୟାନଯୋଗ୍ୟ।
  2. କ୍ରେଡିଟ୍ ସମେତ ସର୍ବନିମ୍ନ ସମୟ 30 ସେକେଣ୍ଡ ହେବା ଆବଶ୍ୟକ।
  3. ଟାଇମ୍-ଲାପ୍ସ/ନର୍ମାଲ ମୋଡରେ ଉଭୟ ରଙ୍ଗୀନ ଏବଂ ମୋନୋକ୍ରୋମ ଭିଡିଓକୁ ଗ୍ରହଣ କରାଯିବ।
  4. ଦୟାକରି ନିଶ୍ଚିତ କରନ୍ତୁ ଯେ ଚଳଚ୍ଚିତ୍ର/ଭିଡିଓଗୁଡିକ ଭଲ ଗୁଣବତ୍ତା ବିଶିଷ୍ଟ କ୍ୟାମେରା/ମୋବାଇଲ ଫୋନରେ ସୁଟିଂ କରାଯାଇଛି ଏବଂ ଭୂଲମ୍ୱ କିମ୍ୱା ସମତଳ ଫର୍ମାଟରେ 16: 9 ଅନୁପାତରେ/ରିଲ୍/କ୍ଷୁଦ୍ର ଫର୍ମାଟରେ ରହିଛି

ଟାଇମଲାଇନ୍

ଆରମ୍ଭ ତାରିଖ 7 ଜୁଲାଇ 2023
ଶେଷ ତାରିଖ 21 ଅଗଷ୍ଟ 2023

ପୁରସ୍କାର

ଶ୍ରେଷ୍ଠ 3 ଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ

1ମ ପୁରସ୍କାର: 15ହଜାର ଟଙ୍କା
2ୟ ପୁରସ୍କାର: 10ହଜାର ଟଙ୍କା
3ୟ ପୁରସ୍କାର: 5 ହଜାର ଟଙ୍କା

ସର୍ତ୍ତାବଳୀ ଓ ନିୟମାବଳୀ

  • ଏହି ପ୍ରତିୟୋଗିତା 14 ବର୍ଷ ଏବଂ ତା'ଠାରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ।
  • ପ୍ରତିଯୋଗୀମାନେ ସେମାନଙ୍କ ମାଇଗଭ୍ ପ୍ରୋଫାଇଲକୁ ସଠିକ୍ ଏବଂ ଅପଡେଟ୍ କରିବା ସୁନିଶ୍ଚିତ କରିବେ କାରଣ ଏହି ପ୍ରୋଫାଇଲକୁ ଅଧିକ ଯୋଗାଯୋଗ ପାଇଁ ବ୍ୟବହାର କରାଯିବ। ଏଥିରେ ନାମ, ଫଟୋ, ସମ୍ପୂର୍ଣ୍ଣ ଡାକ ଠିକଣା, ଇ-ମେଲ୍ ଆଇଡି ଏବଂ ଫୋନ୍ ନମ୍ବର, ରାଜ୍ୟ ଭଳି ତଥ୍ୟ ସାମିଲ ରହିଛି। ଅସମ୍ପୂର୍ଣ୍ଣ ପ୍ରୋଫାଇଲ୍ ଥିବା ଏଣ୍ଟ୍ରିକୁ ବିଚାରକୁ ନିଆଯିବ ନାହିଁ।
  • ଥରେ ଦାଖଲ ହେବା ପରେ, କପିରାଇଟ୍ କେବଳ ଯୋଗାଯୋଗ ମନ୍ତ୍ରଣାଳୟ ପାଖରେ ରହିବ। ବିଭାଗ ଏହି ଭିଡିଓକୁ ନିଜ ବ୍ୟବହାର ପାଇଁ ବ୍ୟବହାର କରିବ।
  • ସମସ୍ତ ଏଣ୍ଟ୍ରି ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟର ବୌଦ୍ଧିକ ସମ୍ପତ୍ତି ହେବ। ପ୍ରତିଯୋଗୀମାନେ ଭବିଷ୍ୟତରେ କୌଣସି ଅଧିକାର କିମ୍ବା ଦାବିର ପ୍ରୟୋଗ କରିବେ ନାହିଁ ।
  • ଏଥିରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଯଦି ବିଜେତା ଭାବେ ବିବେଚନା କରାଯାଏ ତେବେ ପରିଚୟ ପ୍ରମାଣପତ୍ର ମଗାଯାଇପାରେ।
  • ପ୍ରତିଯୋଗୀମାନେ ସର୍ବାଧିକ 2 ମିନିଟର ଭିଡିଓ ପୋଷ୍ଟ କରିପାରିବେ।
  • ଜଣେ ପ୍ରତିୟୋଗୀ ଏହି ପ୍ରସଙ୍ଗ ସହିତ ଜଡ଼ିତ ଏକାଧିକ ଏଣ୍ଟ୍ରି ଦାଖଲ କରିପାରିବେ।
  • ପ୍ରତିଯୋଗିତା ପ୍ରସଙ୍ଗକୁ ଆପଣଙ୍କ ଏଣ୍ଟ୍ରିର ପ୍ରାସଙ୍ଗିକତା, ଭିଡିଓ ମାଧ୍ୟମରେ ପ୍ରକାଶିତ ସୃଜନଶୀଳତା ଏବଂ ଏଣ୍ଟ୍ରିର ଚିତ୍ତାକର୍ଷକତା ଆଧାରରେ ଏହି ଏଣ୍ଟ୍ରିକୁ ବିଚାର କରାଯିବ।
  • କୌଣସି ବି ଅପବ୍ୟବହାର/ଅଶ୍ଲୀଳ ଭିଡିଓକୁ ପ୍ରଚଳିତ ଆଇନଗତ ନିୟମ ଅନୁଯାୟୀ ବିଚାର କରାଯିବ।
  • ଏଣ୍ଟ୍ରିରେ କୌଣସି ଉତ୍ତେଜନାମୂଳକ, ଆପତ୍ତିଜନକ କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ରହିବା ଉଚିତ୍ ନୁହେଁ।
  • ପ୍ରତିଯୋଗୀ ଏବଂ ପ୍ରୋଫାଇଲ୍ ମାଲିକ ସମାନ ହେବା ଉଚିତ୍ । ଉଭୟ ସମାନ ନହେଲେ ଅଯୋଗ୍ୟ ଘୋଷଣା ହେବ।
  • ଦାଖଲ କରାଯାଇଥିବା ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଜସ୍ୱ ହୋଇଥିବା ଆବଶ୍ୟକ ଏବଂ କପି କରାଯାଇଥିବା ଏଣ୍ଟ୍ରି କିମ୍ବା ଚୋରି ହୋଇଥିବା ଏଣ୍ଟ୍ରିକୁ ପ୍ରତିଯୋଗିତା ଅନ୍ତର୍ଗତ ବିବେଚନା କରାଯିବ ନାହିଁ।
  • ଦାଖଲ କରାଯାଇଥିବା ଏଣ୍ଟ୍ରି କୌଣସି ତୃତୀୟ ପକ୍ଷର ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ କରିବା ଉଚିତ ନୁହେଁ।
  • ଆୟୋଜକ ଯେକୌଣସି ସମୟରେ, ପ୍ରତିଯୋଗିତା/ନିର୍ଦେଶିକା/ମୂଲ୍ୟାୟନ ମାନଦଣ୍ଡ ଆଦିର ସମସ୍ତ ବା କୌଣସି ଅଂଶକୁ ରଦ୍ଦ ବା ସଂଶୋଧନ କରିବାର ଅଧିକାର ସୁରକ୍ଷିତ ରଖନ୍ତି।
  • ଏହି କ୍ଷୁଦ୍ର ଭିଡିଓକୁ ଭାରତ ସରକାରଙ୍କ ଯୋଗାୟୋଗ ମନ୍ତ୍ରଣାଳୟ ଦ୍ୱାରା ପ୍ରଚାର/ କିମ୍ବା ସୂଚନା, ଶିକ୍ଷା ଏବଂ ଯୋଗାୟୋଗ ସାମଗ୍ରୀ ପ୍ରଦର୍ଶନ ଏବଂ ଅନ୍ୟ ଯେକୌଣସି କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ।
  • ଭାରତ ସରକାରଙ୍କ ସଞ୍ଚାର ମନ୍ତ୍ରଣାଳୟର ଏଣ୍ଟ୍ରି/ଭିଡିଓ ଉପରେ ସମ୍ପୂର୍ଣ୍ଣ ଅଧିକାର ଓ ନିୟନ୍ତ୍ରଣ ରହିବ ଯେଉଁଥିରେ ସର୍ବସାଧାରଣ ବ୍ୟବହାର ମଧ୍ୟ ଅନ୍ତର୍ଭୁକ୍ତ।
  • ଏଣ୍ଟ୍ରି ଦାଖଲ କରିବା ପରେ, ପ୍ରବେଶକାରୀ ଉଲ୍ଲେଖ କରାଯାଇଥିବା ଏହି ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ସ୍ୱୀକୃତି ଦିଅନ୍ତି ।
  • ନିର୍ଦ୍ଦେଶାବଳୀ ଅନୁରୂପ ନହେଲେ ପ୍ରତିଯୋଗୀ ଅଯୋଗ୍ୟ ବିବେଚିତ ହେବେ।