NTA ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାରେ ହୋଇଥିବା ସଂସ୍କାର ଉପରେ ନିଜର ମତାମତ ଦିଅନ୍ତୁ

ପୃଷ୍ଠଭୂମି

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା IIT କାନପୁରର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏବଂ ସରକାର, ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ସଦସ୍ୟମାନଙ୍କୁ ନେଇ ଭାରତ ସରକାର 22 ଜୁନ୍ 2024ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ନିମ୍ନଲିଖିତ ଦିଗ ଉପରେ ମତାମତ ଦେବା ପାଇଁ:

  • ପରୀକ୍ଷା ପ୍ରକ୍ରିୟାର ବ୍ୟବସ୍ଥାରେ ସଂସ୍କାର,
  • ଡାଟା ସୁରକ୍ଷା ନିୟମାବଳୀରେ ସୁଧାର, ଏବଂ
  • ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ଢାଞ୍ଚା ଏବଂ କାର୍ଯ୍ୟ

ଏଥିପାଇଁ ବିଭିନ୍ନ ପକ୍ଷ ବିଶେଷ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ପରାମର୍ଶ, ମତ ଓ ବିଚାର ଲୋଡିବାକୁ ଏହି କମିଟି ନିଷ୍ପତ୍ତି ନେଇଛି।

ଟାଇମଲାଇନ୍

ଆରମ୍ଭ ତାରିଖ : 27 ଜୁନ୍, 2024
ଶେଷ ତାରିଖ: 07 ଜୁଲାଇ,2024