ସବମିଶନ୍ ଓପନ୍
15/08/2025 - 31/10/2025
ମାଇଁ ଟ୍ୟାପ୍, ମାଇଁ ପ୍ରାଇଡ୍ - ଷ୍ଟୋରୀ ଅଫ୍ ଫ୍ରିଡମ ସେଲ୍ଫି ଭିଡିଓ ପ୍ରତିଯୋଗିତା
ପରିଚୟ
ଗ୍ରାମାଞ୍ଚଳରେ ଜୀବନଧାରଣର ମାନକୁ ଆହୁରି ଉନ୍ନତ କରିବା ଏବଂ ଜୀବନଧାରଣକୁ ସହଜ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ 2019 ଅଗଷ୍ଟ 15ରେ ଜଳ ଜୀବନ ମିଶନ (JJM) 'ହର ଘର ଜଲ' ଘୋଷଣା କରିଥିଲେ। ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାରକୁ ନିଶ୍ଚିତ ନଳ ଜଳ ଯୋଗାଣ ସୁନିଶ୍ଚିତ କରିବା ଏହି ମିଶନର ଲକ୍ଷ୍ୟ।
ଏହାର ଶୁଭାରମ୍ଭ ପରଠାରୁ ଜଳ ଜୀବନ ମିଶନ କୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ଭାଗିଦାରୀରେ କାର୍ଯ୍ୟକାରୀ କରାଯାଇଛି । ମାତ୍ର ପାଞ୍ଚ ବର୍ଷ ମଧ୍ୟରେ 15 କୋଟିରୁ ଅଧିକ ଗ୍ରାମୀଣ ପରିବାର ସେମାନଙ୍କ ଘରେ ବିଶୁଦ୍ଧ ନଳଜଳ ପାଇସାରିଲେଣି।
"ହର ଘର ଜଳ" କାର୍ଯ୍ୟକ୍ରମ କେବଳ ପ୍ରତ୍ୟେକ ଘରେ ନୁହେଁ ବରଂ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର (AWC), ଆଶ୍ରମଶାଳା, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (PHC/CHC), ଗୋଷ୍ଠୀ ଓ କଲ୍ୟାଣ କେନ୍ଦ୍ର, ଗ୍ରାମ ପଞ୍ଚାୟତ କୋଠା ଇତ୍ୟାଦି ସରକାରୀ ଅନୁଷ୍ଠାନଗୁଡ଼ିକୁ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଉଛି। ଏହାବ୍ୟତୀତ ଦୀର୍ଘମିଆଦୀ ପାନୀୟ ଜଳ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଗ୍ରାମସମୁଦାୟର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଏହି ଅଭିଯାନ ଗୁରୁତ୍ୱାରୋପ କରିଛି।
ଏହି ଜୀବନ ପରିବର୍ତ୍ତନକାରୀ ପଦକ୍ଷେପର ପ୍ରଭାବକୁ ବଢ଼ାଇବା ପାଇଁ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ଅଧୀନରେ ଥିବା ଜାତୀୟ ଜଳ ଜୀବନ ମିଶନ ଦ୍ୱାରା ସମଗ୍ର ଭାରତରେ "ମାଇଁ ଟ୍ୟାପ୍, ମାଇଁ ପ୍ରାଇଡ୍ ଷ୍ଟୋରୀ ଅଫ୍ ପ୍ରିଡମ୍ ସେଲ୍ଫି ଭିଡିଓ ପ୍ରତିଯୋଗିତା ଆଯୋଜନ କରାଯାଉଛି ।
ଏହି ପ୍ରତିଯୋଗିତାରେ ବ୍ୟକ୍ତି, ଗୋଷ୍ଠୀ କିମ୍ବା ଗ୍ରାମବାସୀ ଜଳ ଜୀବନ ମିଶନ: ହର ଘର ଜଳ କାର୍ଯ୍ୟକ୍ରମ ଅଧୀନରେ ପ୍ରଦାନ କରାଯାଇଥିବା ଟ୍ୟାପ୍ ସଂଯୋଗ ସହିତ ଫଟୋ କିମ୍ବା ଭିଡିଓ ମାଧ୍ୟମରେ ସେମାନଙ୍କ ସ୍ୱାଧୀନତାର କାହାଣୀ ଅଂଶୀଦାର କରିପାରିବେ ।
ଯୋଗ୍ୟତା
ଏହି ପ୍ରତିଯୋଗିତା ମାଇଁଗଭ୍ରେ ପଞ୍ଜିକୃତ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ବୟସର କୌଣସି କଟକଣା ନାହିଁ.
ପ୍ରତିଯୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି ଏକ ସେଲ୍ଫି ଉଠାଇବା (ଫଟୋ) କିମ୍ବା ଏକ ଛୋଟ ଭିଡିଓ ପ୍ରସ୍ତୁତ କରିବା ପାଇଁ ଯେଉଁଥିରେ ସେମାନ ନିଜ ଘରର ଟ୍ୟାପ୍ ପାଣି ସଂଯୋଗକୁ, ଯଥାସମ୍ଭବ ସୃଜନଶୀଳ ଓ ଭାବପ୍ରବଣ ଉପାୟରେ ଦେଖାଇବେ । ଏହାର ଥିମ୍ ହେଉଛି ଟ୍ୟାପ୍ ଓ ପାଣି ସହ ସ୍ୱାଧୀନତାର କାହାଣୀ କୁ ପ୍ରଦର୍ଶିତ କରିବା ଜଳ ଜୀବନ ମିଶନ (JJM) ଅଧିନରେ.
ପ୍ରତିଯୋଗୀମାନେ ଏକ ଛୋଟ ଭିଡିଓ ସେୟାର କରିବା ପାଇଁ ମଧ୍ୟ ବାଛିପାରିବେ ଯେଉଁଥିରେ ସେମାନେ ଘରେ ଟ୍ୟାପ୍ ପାଣି ଦ୍ୱାରା ମିଳୁଥିବା ଲାଭକୁ ପ୍ରଦର୍ଶିତ କରିପାରିବେ, ଏବଂ ଏହା ମଧ୍ୟ ଜଣାଇ ପାରିବେ ଯେ କିଭଳି ଭାବେ ଏହା ସହଜ ଜୀବନଧାରଣ, ସ୍ୱାସ୍ଥ୍ୟ, ଓ ପରିମଳ କ୍ଷେତ୍ରରେ ଅବଦାନ ଦେଇଛି ।.
ଆପଣଙ୍କ କାହାଣୀକୁ - ଠିକ୍ ପାଣି ପରି - ପ୍ରବାହିତ ହେବାକୁ ଦିଅନ୍ତୁ ଏବଂ ଏହି ପରିବର୍ତ୍ତନରେ ଆପଣଙ୍କ ଗର୍ବ ସହିତ ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତୁ।
ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ
ଏଥିରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ହେବ ଫଟୋଗ୍ରାଫ୍ କିମ୍ବା ସେଲ୍ଫି ଯେଉଁଥିରେ ରହିବ ଟ୍ୟାପ୍ ପାଣି ସଂଯୋଗକୁ ଯାହା ପ୍ରଦାନ କରାଯାଇଛି ସେମାନଙ୍କ ଗାଁ ବା ଘରେ ଜଳ ଜୀବନ ମିଶନ: ହର ଘର ଜଳ ଅଧିନରେ.
କ୍ୟାମେରା ଆବଶ୍ୟକତା
- ଯେକୌଣସି କ୍ୟାମେରା ବ୍ୟବହାର କରାଯାଇପାରିବ ମୋବାଇଲ୍ ଫୋନ୍ କ୍ୟାମେରା.
ସମର୍ଥିତ ଫାଇଲ ଫର୍ମାଟଗୁଡ଼ିକ
- ଫଟୋ : jpg, jpeg, png
- ଲେଖା : PDF
- ଭିଡିଓର ଲିଙ୍କ୍ (ପବ୍ଲିକ୍ ଭ୍ୟୁ ଆକ୍ସେସ୍ ସହିତ)
ଅପଲୋଡ ସୀମା
- ଫାଇଲର ଆକାର ହେବା ଆବଶ୍ୟକ 5 MBରୁ କମ୍ ହେବ (ଉଭୟ ଫଟୋ ଓ ଭିଡିଓ ପାଇଁ).
- ଭିଡିଓ ଏଣ୍ଟ୍ରି ପାଇଁ, ପ୍ରତିଯୋଗୀମାନେ ନିଶ୍ଚିତ ଭାବେ ଭିଡିଓର ଲିଙ୍କକୁ ପବ୍ଲିକ୍ ଆକ୍ସେସ୍ ଭ୍ୟୁ ସହ ସବମିଟ୍ କରିବେ (ଯେପରିକି ଗୁଗୁଲ ଡ୍ରାଇଭ କିମ୍ବା ସମାନ ପ୍ଲାଟଫର୍ମ)।
ବୈଷୟିକ ମାନଦଣ୍ଡ
ଫଟୋ/ଭିଡିଓ ଗୁଡିକ ଉତ୍ତମ ମାନର ହେବା ସହ ସମର୍ଥିତ ଫର୍ମାଟ ଏବଂ ଆକାର ସୀମାର ହେବା ଆବଶ୍ୟକ।
- ଗୋଟିଏ ଧାଡ଼ିର ବର୍ଣ୍ଣନା ପ୍ରତ୍ୟେକ ଫଟୋ ସହିତ ରହିବା ଆବଶ୍ୟକ, ଯାହା ଲେଖାଯାଇଥିବା ହିନ୍ଦୀ କିମ୍ବା ଇଂରାଜୀରେ.
ନୋଟ୍ : ବିନା ବିବରଣୀରେ ଦାଖଲ କରାଯାଇଥିବା ଦାଖଲ ଅଯୋଗ୍ୟ ହେବ.
- ଏଣ୍ଟ୍ରିରେ ଅନ୍ତର୍ଭୁକ୍ତ ହେବା ଉଚିତ ନୁହେଁ:
- ଧଡ଼ି
- ଲୋଗୋ
- ୱାଟରମାର୍କ
- ଚିହ୍ନଟ କରିବା ପାଇଁ ଦାଗ
- ଅନ୍ୟ କୌଣସି ଦୃଶ୍ୟମାନ ସନ୍ଦର୍ଭ
ଏଡିଟିଂ ନିୟମାବଳୀ
- ଅନୁମତିପ୍ରାପ୍ତ
- ସାଧାରଣ ଏଡିଟିଂ ଯେପରିକି ରଙ୍ଗ ବୃଦ୍ଧି, ଫିଲ୍ଟରର ବ୍ୟବହାର, ଏବଂ କ୍ରପିଂ ଇତ୍ୟାଦି ଅନୁମତି ପ୍ରାପ୍ତ, ଯେପର୍ୟ୍ୟନ୍ତ ସେଗୁଡ଼ିକ ଫଟୋର ମାନ ଖରାପ ନକରନ୍ତି ।
- ଅନୁମତି ନାହିଁ :
- ଆଡଭାନ୍ସ ଏଡିଟିଂ ଯାହା ଭ୍ରମ, ଭ୍ରାନ୍ତି ସୃଷ୍ଟି କରେ କିମ୍ବା ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକୁ ହଟାଏ/ଯୋଡ଼େ ତାହାକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି।
- ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟୁଲ୍ ଏବଂ ସଫ୍ଟୱେର ମାଧ୍ୟମରେ ସୃଷ୍ଟି ହୋଇଥିବା ଏଣ୍ଟ୍ରିକୁ ଅଯୋଗ୍ୟ ଘୋଷଣା କରାଯିବ।
ବିଷୟବସ୍ତୁ
ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ଯଥାସମ୍ଭବ ସୃଜନଶୀଳ ଉପାୟ ମାଧ୍ୟମରେ ଏକ ସେଲ୍ଫି କ୍ଲିକ୍ କରିବା କିମ୍ୱା ଭିଡିଓ ସୁଟ୍ କରିବା ପାଇଁ ଉତ୍ସାହିତ କରାଯାଉଛି, ଯେଉଁଥିରେ ପ୍ରଦର୍ଶିତ ହେବ ସ୍ୱାଧୀନତାର କାହାଣୀ ଯାହା ଜଡ଼ିତ ହେବ ଜଳ ଜୀବନ ମିଶନ (JJM) ଅଧୀନରେ ଯୋଗାଇ ଦିଆୟାଉଥିବା ଟ୍ୟାପ୍ ଜଳ ସଂଯୋଗ ସହ। ଏଣ୍ଟ୍ରିଗୁଡ଼ିକ କୃତଜ୍ଞତା ପ୍ରକାଶ କରିବା ଆବଶ୍ୟକ ସେଥିପ୍ରତି [...] ଭାରତ ସରକାର ଙ୍କ ପ୍ରତି, ଘରେ ସୁରକ୍ଷିତ ଏବଂ ବିଶ୍ୱସନୀୟ ଟ୍ୟାପ୍ ଜଳ ଉପଲବ୍ଧ କରାଇବା ପାଇଁ, ସହଜ ଜୀବନଧାରଣ ଏବଂ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ପାଇଁ।
ପରିତୋଷ
ବର୍ଗ |
ପୁରସ୍କାର ରାଶି (INR) |
ବିଜେତାଙ୍କ ସଂଖ୍ୟା |
ପ୍ରଥମ ପୁରସ୍କାର |
20,000 ଟଙ୍କା |
1 |
ଦ୍ୱିତୀୟ ପୁରସ୍କାର |
₹15,000 |
1 |
ତୃତୀୟ ପୁରସ୍କାର |
₹10,000 |
1 |
ସାନ୍ତ୍ୱନାମୂଳକ ପୁରସ୍କାର |
ପ୍ରତ୍ୟେକ ₹2,500 |
10 |
ଲକି ଡ୍ର |
₹1,000 ଲେଖାଏଁ |
1,000 ପ୍ରତିଯୋଗୀ |
ନୋଟ୍ :
- ଉପରୋକ୍ତ ପୁରସ୍କାର ପ୍ରତିଟି ବଛାଯାଇଥିବା ଏଣ୍ଟ୍ରିକୁ,, ପ୍ରଦାନ କରାଯିବ ବ୍ୟକ୍ତି, ଗୋଷ୍ଠୀ, ପରିବାର, କିମ୍ୱା ଅନ୍ୟ କୌଣସି ଉପଭୋକ୍ତା ଗୋଷ୍ଠୀ ନିର୍ବିଶେଷରେ.
- ବଛାଯାଇଥିବା ପ୍ରତ୍ୟେକ ଏଣ୍ଟ୍ରିକୁ ବିଚାର କରାଯିବ ଗୋଟିଏ ଏଣ୍ଟ୍ରି ଭାବେ, ଏବଂ ସେହି ୟୁଜର୍ଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ଯିଏ ମାଇଁଗଭ୍ ପ୍ଲାଟଫର୍ମରେ ଏଣ୍ଟ୍ରି ଦାଖଲ/ଅପଲୋଡ କରିଥିଲେ।
- ଏଣ୍ଟ୍ରି ପୁନଃମୂଲ୍ୟାୟନ ପାଇଁ ଯେକୌଣସି ପରିସ୍ଥିତିରେ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ ।
- ମୂଲ୍ୟାୟନ କମିଟିର ନିଷ୍ପତି ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ହେବ ।
- ମୂଲ୍ୟାୟନର ଯେକୌଣସି ପର୍ଯ୍ୟାୟରେ ଯଦି ଜଣାପଡ଼େ ଯେ କୌଣସି ଏଣ୍ଟ୍ରି ପ୍ରତିଯୋଗିତା ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ କରିଛି, ତେବେ ଏହା ଅଯୋଗ୍ୟ ହେବ ଘୋ।ିତ ହେବ ବିନା କୌଣସି ପୂର୍ବ ସୂଚନାରେ
ସମୟସୀମା
- 15 ଅଗଷ୍ଟ, 2025ଆରମ୍ଭ ତାରିଖ
- 31 ଅକ୍ଟୋବର, 2025 ଶେଷ ତାରିଖ
ନିୟମ ଓ ସର୍ତ୍ତାବଳୀ
- ଏହି ପ୍ରତିଯୋଗିତା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ.
- ସମସ୍ତ ଏଣ୍ଟ୍ରି ଦାଖଲ ହେବା ଆବଶ୍ୟକ www.mygov.inରେ । ଅନ୍ୟ କୌଣସି ମାଧ୍ୟମ/ମୋଡ୍ ମାଧ୍ୟମରେ ଦାଖଲ କରାଯାଇଥିବା ଏଣ୍ଟ୍ରି ମୂଲ୍ୟାୟନ ପାଇଁ ବିଚାର କରାଯିବ ନାହିଁ
- ଏଥିରେ ଭାଗ ନେଉଥିବା ବ୍ୟକ୍ତିମାନେ ମାଇଁଗଭ୍ ପ୍ଲାଟଫର୍ମରେ ରେଜିଷ୍ଟର କରିବା ଆବଶ୍ୟକ ଏକ ବୈଧ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡି ବ୍ୟବହାର କରି ଏକ ସରଳ ରେଜିଷ୍ଟ୍ରେସନ ଫର୍ମ ପୂରଣ କରି।
- ଯଦି ଆପଣଙ୍କ ପାଖରେ ପୂର୍ବରୁ ମାଇଁଗଭ୍ ଆକାଉଣ୍ଟ ରହିଛି, ତେବେ ଦୟାକରି ସେହି ସମାନ କ୍ରେଡେନ୍ସିଆଲ୍ ବ୍ୟବହାର କରି ଲଗଇନ କରନ୍ତୁ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ।
- ଅସମ୍ପୂର୍ଣ୍ଣ ଏଣ୍ଟ୍ରି କିମ୍ବା ଦାଖଲକୁ ବିଚାରକୁ ନିଆଯିବ ନାହିଁ।
- ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ କେବଳ ଗୋଟିଏ ଲେଖାଏଁ ଏଣ୍ଟ୍ରି ଅନୁମତି ଦିଆଯାଇଛି । ଯଦି ଜଣାପଡ଼େ ଯେ ଜଣେ ପ୍ରତିଯୋଗୀ ଏକାଧିକ ଏଣ୍ଟ୍ରି ଦାଖଲ କରିଛନ୍ତି, ସେହି ପ୍ରତିଯୋଗୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ସମସ୍ତ ଏଣ୍ଟ୍ରିକୁ ଅବୈଧ ବୋଲି ବିବେଚନା କରାଯିବ.
- ଅନଧିକୃତ ଉତ୍ସ ମାଧ୍ୟମରେ ମିଳିଥିବା ଏଣ୍ଟ୍ରି କିମ୍ବା ତାହା ଯଦି ଅସମ୍ପୂର୍ଣ୍ଣ, ଅସ୍ପଷ୍ଟ, ଖଣ୍ଡବିଖଣ୍ଡିତ, ପରିବର୍ତ୍ତିତ, ପୁନଃପ୍ରସ୍ତୁତ, ଜାଲ୍, ଅନିୟମିତ, କିମ୍ବା ଅନ୍ୟଥା ନିୟମ ନ ପାଳନ କଲେ.. ଆପେ ଆପେ ଅଯୋଗ୍ୟ ଘୋଷିତ ହେବେ।
- ପରାମର୍ଶ ଦିଆଯାଇଛି ଯେ ଏଣ୍ଟ୍ରି ଦାଖଲ କରିବା ପାଇଁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଆଯୋଜକମାନେ ସର୍ଭର ତ୍ରୁଟି, ଇଣ୍ଟରନେଟ୍ ସମସ୍ୟା, କିମ୍ବା ଟ୍ରାଫିକ୍ ଯୋଗୁଁ ମିଳିନଥିବା ଏଣ୍ଟ୍ରି ପାଇଁ ଦାୟୀ ରହିବେ ନାହିଁ ।.
- ଥରେ ସବମିଟ୍ କରିବା ପରେ, ପ୍ରତିଯୋଗୀଙ୍କର କୌଣସି ଦାବୀ ରହିବ ନାହିଁ ଯଦିଓ ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ହୋଇଯାଏ ।
- ଏଣ୍ଟ୍ରିଗୁଡ଼ିର ସ୍ୱେଚ୍ଛାକୃତ ପ୍ରତ୍ୟାହାର କୁ ପ୍ରୋତ୍ସାହିତ କରାଯାଏ ନାହିଁ । ଦାଖଲ କରାଯାଇଥିବା ଏଣ୍ଟ୍ରିରେ କୌଣସି ପରିବର୍ତ୍ତନ ଗ୍ରହଣ କରାଯିବ ନାହିଁ।
- ଦାଖଲ କରିବା ପରେ, ଆୟୋଜକମାନେ ପରିପୂରକ ସୂଚନା ପାଇଁ ପ୍ରତିଯୋଗୀଙ୍କ ସହ ଯୋଗାଯୋଗ କରିପାରିବେ। ଦାଖଲ କରାଯାଇଥିବା ଏଣ୍ଟ୍ରି (ଫଟୋ/ଭିଡିଓ/ଟେକ୍ସ୍ଟ) ର ସମସ୍ତ ଅଧିକାର ଆୟୋଜକ ବିଭାଗ (DDWS)କୁ ହସ୍ତାନ୍ତର କରାଯିବ, ଯାହା ସେମାନଙ୍କୁ ସର୍ବସାଧାରଣ ଏବଂ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରିପାରେ।
- ଏଣ୍ଟ୍ରିଗୁଡ଼ିକ ସମ୍ପୂର୍ଣ୍ଣ ନିଜସ୍ୱ ହେବା ଆବଶ୍ୟକ। ଚୋରି ହୋଇଥିବା କିମ୍ବା ନକଲ କରାଯାଇଥିବା ବିଷୟବସ୍ତୁ ଅଯୋଗ୍ୟ ହେବହେବ । ଆଇଡିଆ/ଏଣ୍ଟ୍ରିକୁ ମୂଳ ସ୍ରଷ୍ଟା ଦାଖଲ କରିବେ ଏବଂ ଏହା ପୂର୍ବରୁ କୌଣସି ପ୍ରିଣ୍ଟ୍ ବା ଡିଜିଟାଲ୍ ମିଡିଆରେ ପ୍ରକାଶିତ ହୋଇ ନଥିବା ଆବଶ୍ୟକ ।
- ଏଣ୍ଟ୍ରି ଭାରତୀୟ କପିରାଇଟ୍ ଆଇନ୍ 1957ର ଉଲ୍ଲଙ୍ଘନ କରିବା ଉଚିତ୍ ନୁହେଁ। କପିରାଇଟ୍ କିମ୍ବା ବୌଦ୍ଧିକ ସମ୍ପତ୍ତିର ଉଲ୍ଲଙ୍ଘନ କରୁଥିବା ପ୍ରତିଯୋଗୀ ଅଯୋଗ୍ୟ ହେବହେବେ, ଏବଂ ଏଭଳି କୌଣସି ଉଲ୍ଲଙ୍ଘନ ପାଇଁ ଭାରତ ସରକାର ଦାୟୀ ରହିବେ ନାହିଁ।
- ଯେକୌଣସି ଏଣ୍ଟ୍ରି ଯେଉଁଥିରେ ବ୍ୟକ୍ତିଗତ ପରିଚାୟକ ଅନ୍ତର୍ଭୁକ୍ତ ହେବ ଯେପରିକି ନାମ, ଗ୍ରୁପ୍ ନାମ, ଗ୍ରାମ ନାମ, ଇମେଲ୍ ID, ଇତ୍ୟାଦି ଅଯୋଗ୍ୟ ହେବ.
- ଏଣ୍ଟ୍ରିଗୁଡ଼ିକରେ ଉତ୍ତେଜକ, ଆପତ୍ତିଜନକ, କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ରହିବା ଉଚିତ୍ ନୁହେଁ.
- ପ୍ରତିଯୋଗୀମାନେ ନିଶ୍ଚିତ ହେବା ଆବଶ୍ୟକ ଯେ ସେମାନଙ୍କ ମାଇଁଗଭ୍ ପ୍ରୋଫାଇଲ୍ ସମ୍ପୂର୍ଣ୍ଣ ଓ ନିର୍ଭୁଲ ହେବା ଆବଶ୍ୟକ, ଯେହେତୁ ଏହ ସମସ୍ତ ସରକାରୀ ଯୋଗାଯୋଗ ପାଇଁ ବ୍ୟବହୃତ ହେବ।
- DDWS ଯେକୌଣସି ସମୟରେ ଏହାର ସର୍ତ୍ତାବଳୀ, ବୈଷୟିକ ମାନଦଣ୍ଡ ଏବଂ ମୂଲ୍ୟାୟନ ମାନଦଣ୍ଡ ସମେତ ପ୍ରତିଯୋଗିତାର କୌଣସି ଅଂଶକୁ ବାତିଲ କରିବା କିମ୍ବା ସଂଶୋଧନ କରିବାର ଅଧିକାର ସଂରକ୍ଷିତ ରଖେ । ସେମାନେ ଏଭଳି ପରିବର୍ତ୍ତନ ଯୋଗୁଁ ଅଂଶଗ୍ରହଣକାରୀଙ୍କ କୌଣସି ଅସୁବିଧା କିମ୍ବା କ୍ଷତି ପାଇଁ କୌଣସି ଉତ୍ତରଦାୟୀତ୍ୱ ବହନ କରିବେ ନାହିଁ ।
- ପ୍ରତିଯୋଗିତାରୁ ଉପୁଜିଥିବା କୌଣସି ବିବାଦ କିମ୍ବା ସମସ୍ୟାର ସମାଧାନ ଆୟୋଜକଙ୍କ ଦ୍ୱାରା କରାଯିବ, ଏବଂ ସେମାନଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ.
- ଆୟୋଜକମାନେ ଦାଖଲ କରାଯାଇଥିବା ଏଣ୍ଟ୍ରିକୁ (ବିଜୟୀ ଏଣ୍ଟ୍ରି ସମେତ) ବ୍ରାଣ୍ଡିଂ, ପ୍ରଚାର, ପ୍ରକାଶନ, ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଉଦ୍ଦେଶ୍ୟ ପାଇଁସମସ୍ତ ପ୍ଲାଟଫର୍ମ ଏବଂ ଫର୍ମାଟ୍ରେ ବ୍ୟବହାର କରିପାରିବେ।
- ପାନୀୟ ଜଳ ଓ ପରିମଳ ବିଭାଗ (DDWS) ମନୋନୀତ ବିଜେତାମାନଙ୍କୁ ନଗଦ ପୁରସ୍କାର ପ୍ରଦାନ କରିବେ, ଯାହାର ବିଜ୍ଞପ୍ତି ଏଠାରେ ପ୍ରକାଶ ପାଇବ blog.mygov.in.
- ଆୟୋଜକମାନେ ସେହି ଏଣ୍ଟ୍ରିଗୁଡ଼ିକ ପାଇଁ ଦାୟୀ ରହିବେ ନାହିଁ ଯାହା ହଜି ଯାଇଛି, ବିଳମ୍ବରେ ମିଳିଛି, ଅସମ୍ପୂର୍ଣ୍ଣ, କିମ୍ବା କମ୍ପ୍ୟୁଟରରେ ତ୍ରୁଟି ଯୋଗୁଁ କିମ୍ବା ସେମାନଙ୍କର ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଥିବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ସଞ୍ଚାରିତ ହୋଇନାହିଁ । ଦୟାକରି ଧ୍ୟାନ ଦିଅନ୍ତୁ: ଦାଖଲର ପ୍ରମାଣ ପ୍ରାପ୍ତିର ପ୍ରମାଣ ନୁହେଁ।
- ସମସ୍ତ ବିବାଦ/ଆଇନଗତ ମାମଲା ଗୁଡିକ କେବଳ ଦିଲ୍ଲୀରେ କୋର୍ଟର ଅଧିକାରକ୍ଷେତ୍ରରେ ରହିବ। ଆଇନଗତ ପ୍ରକ୍ରିୟା ସମୟରେ ହେଉଥିବା ଖର୍ଚ୍ଚ ସମ୍ପୃକ୍ତ ପକ୍ଷ ବହନ କରିବେ।
- ଏହି ପ୍ରତିଯୋଗିତାରେ ଭାଗ ନେବା ଦ୍ୱାରା ପ୍ରତିଯୋଗୀମାନେ ସମସ୍ତ ସର୍ତ୍ତାବଳୀକୁ ପାଳନ କରିବା ପାଇଁ ରାଜି ହୁଅନ୍ତି, ଯେଉଁଥିରେ ପ୍ରତିଯୋଗିତା ସମୟରେ ଜାରି କରାଯାଇଥିବା କୌଣସି ସଂଶୋଧନ କିମ୍ବା ଅପଡେଟ୍ ସାମିଲ ରହିଛି।
- ଏହି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଦ୍ୱାରା ପରିଚାଳିତ, ଏବଂ ଏଥିରେ ଭାଗ ନେଉଥିବା ବ୍ୟକ୍ତିମାନେ ଭାରତୀୟ ନ୍ୟାୟାଳୟର କ୍ଷେତ୍ରାଧିକାର ନିୟମର ଅଧିନରେ ରହିବେ.