ଏନଇପି 2020ର କାର୍ୟ୍ୟାନ୍ୱୟନ ଉପରେ ସଙ୍କ୍ଷିପ୍ତ ଭିଡିଓ ପ୍ରତିୟୋଗିତା - ଏନଇପି କି ସମାଜ

ପ୍ରତିଯୋଗିତା ସମ୍ପର୍କରେ :

2020 ଜୁଲାଇ 29ରେ ଜାତୀୟ ଶିକ୍ଷା ନୀତି ଘୋଷଣା କରାଯାଇଥିଲା। ଯୁବପିଢ଼ିଙ୍କୁ ସେମାନଙ୍କ ସୃଜନଶୀଳତାକୁ ଉପୟୋଗ କରି NEP ସହିତ ସେମାନଙ୍କ ଅନୁଭୂତି ବିଷୟରେ ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତ କରିବା ଏବଂ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଭାରତର ଯୁବବର୍ଗଙ୍କୁ NEP ଦ୍ୱାରା ପ୍ରଦାନ କରାଯାଉଥିବା ଲର୍ଣ୍ଣିଂ ସଲ୍ୟୁସନର ଭରପୂର ଫାଇଦା ଉଠାଇବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି।

ଶିକ୍ଷା ମନ୍ତ୍ରଣାଳୟ ମାଇଗଭ୍ ସହଯୋଗରେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛି ଏନଇପି 2020ର କାର୍ଯ୍ୟାନ୍ୱୟନ ଉପରେ କ୍ଷୁଦ୍ର ଭିଡିଓ ପ୍ରତିଯୋଗିତା ଯୁବବର୍ଗଙ୍କ ମଧ୍ୟରେ NEP ର ଛାତ୍ର କୈନ୍ଦ୍ରିକ ଦିଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଯାହାର ବିଷୟବସ୍ତୁ ହେଉଛି: NEP କି ସମଝ୍”.

ପ୍ରତିଯୋଗୀମାନେ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ମଧ୍ୟରୁ 1, 2 କିମ୍ବା 3ଟିର ଉତ୍ତର ଦେବାକୁ ପଡିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ପ୍ରତିଯୋଗୀଙ୍କୁ ଅଲଗା ଅଲଗା କ୍ଷୁଦ୍ର ଭିଡିଓ ଏଣ୍ଟ୍ରି ଦେବାକୁ ପଡିବ। ପ୍ରତ୍ୟେକ କ୍ଷୁଦ୍ର ଭିଡିଓ 45-60 ସେକେଣ୍ଡ ମଧ୍ୟରେ ହେବା ଆବଶ୍ୟକ।

ଦୟାକରି ଏଠାରେ କ୍ଲିକ୍ କରନ୍ତୁ ପ୍ରଶ୍ନର ଉତ୍ତର ଦେବା ପାଇଁ।

କ୍ଷୁଦ୍ର ଭିଡିଓ ପ୍ରତିଯୋଗିତାର ଉଦ୍ଦେଶ୍ୟ :

  1. 18-23 ବର୍ଷ ବୟସର ଯୁବକମାନଙ୍କୁ ଏଥିରେ ସାମିଲ କରିବା ଏବଂ NEPର ଛାତ୍ର କୈନ୍ଦ୍ରିକ ଉପାଦାନ ବିଷୟରେ ସଚେତନତା ସୃଷ୍ଟି କରିବା।
  2. ଭବିଷ୍ୟତରେ NEP ସଚେତନତା/ପ୍ରବର୍ତ୍ତନ ଅଭିଯାନରେ ପ୍ରଚାର ସାମଗ୍ରୀ ଭାବେ ଉପଯୋଗ କରିବା ପାଇଁ ବାସ୍ତବ ଜୀବନ, ପ୍ରାସଙ୍ଗିକ ଅଡିଓ/ଭିଡିଓ ବାଇଟ ସୃଷ୍ଟି କରିବା।

ମନେ ରଖିବାକୁ ଥିବା ପଏଣ୍ଟ୍:

  • ଏହି ପ୍ରତିଯୋଗିତା କେବଳ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି
  • 18-23 ବର୍ଷ ବୟସର ସମସ୍ତ ଯୁବକଯୁବତୀଙ୍କ ପାଇଁ ଏହି ପ୍ରତିଯୋଗିତା ଉଦ୍ଦିଷ୍ଟ ରହିଛି
  • 11ଟି ପ୍ରଶ୍ନ ମଧ୍ୟରୁ ସର୍ବନିମ୍ନ 1 କିମ୍ବା ସର୍ବାଧିକ 3ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ
  • ପ୍ରତ୍ୟେକ ଏଣ୍ଟ୍ରି ଫର୍ମରେ ସର୍ବନିମ୍ନ 1ଟି କ୍ଷୁଦ୍ର ଭିଡିଓ କିମ୍ବା ସର୍ବାଧିକ 3ଟି କ୍ଷୁଦ୍ର ଭିଡିଓ ରହିବା ଆବଶ୍ୟକ।
  • ପ୍ରତ୍ୟେକ ପ୍ରଶ୍ନର ଉତ୍ତର 45 ରୁ 60 ସେକେଣ୍ଡର ଏକ ଛୋଟ ଭିଡିଓ ଆକାରରେ ଦେବା ଉଚିତ।
  • ପ୍ରତିଯୋଗୀମାନେ YouTube (ଅନଲିସ୍ଟେଡ ଲିଙ୍କ), Google Drive, Dropbox ଇତ୍ୟାଦି ମାଧ୍ୟମରେ ନିଜର ଏଣ୍ଟ୍ରି ଦାଖଲ କରିପାରିବେ ଏବଂ ନିଶ୍ଚିତ କରିପାରିବେ ଯେ ଲିଙ୍କଟି ସହଜରେ ଉପଲବ୍ଧ ହୋଇପାରିବ। ପ୍ରବେଶ ଅନୁମତି ନ ମିଳିଲେ ପ୍ରବେଶ ଆପେ ଆପେ ଅଯୋଗ୍ୟ ହୋଇଯିବ।

ଟାଇମ୍‌ଲାଇନ୍ :

ଆରମ୍ଭ ତାରିଖ 15 ଜୁନ 2023
ଶେଷ ତାରିଖ 14 ଜୁଲାଇ 2023

ପୁରସ୍କାର:

ଶ୍ରେଷ୍ଠ 10 ଜଣ ପ୍ରତିଯୋଗୀଙ୍କୁ 3 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।

ନିୟମ ଓ ସର୍ତ୍ତାବଳୀ:

  • ଏହି ପ୍ରତିଯୋଗିତା ସର୍ବଭାରତୀୟ ସ୍ତରରେ 18-23 ବର୍ଷ ବୟସ ବର୍ଗର ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
  • ପ୍ରତିଯୋଗୀମାନେ ନିଶ୍ଚିତ କରିବେ ଯେ ସେମାନଙ୍କ ମାଇଗଭ୍ ପ୍ରୋଫାଇଲେ ସମ୍ପୂର୍ଣ୍ଣ ଭାବେ ସଠିକ୍ ଓ ଅପଡେଟ୍ ହୋଇଛି କାରଣ G20 ସଚିବାଳୟ / ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିକ ଯୋଗାଯୋଗ ପାଇଁ ଏହାକୁ ବ୍ୟବହାର କରୁଥାଏ । ଏଥିରେ ନାମ, ଫଟୋ, ସମ୍ପୂର୍ଣ୍ଣ ଡାକ ଠିକଣା, ଇ-ମେଲ ଆଇଡି ଏବଂ ଫୋନ୍ ନମ୍ବର ଭଳି ତଥ୍ୟ ସାମିଲ ରହିଛି। ଅସମ୍ପୂର୍ଣ୍ଣ ପ୍ରୋଫାଇଲ୍ ଥିବା ଏଣ୍ଟ୍ରିକୁ ବିଚାରକୁ ନିଆଯିବ ନାହିଁ।
  • ଏଣ୍ଟ୍ରି ଥରେ ଦାଖଲ କଲେ, କପିରାଇଟ୍ କେବଳ ଶିକ୍ଷା ମନ୍ତ୍ରଣାଳୟ ପାଖରେ ରହିବ।
  • ଏଥିରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଯଦି ବିଜେତା ଭାବେ ବିବେଚନା କରାଯାଏ ତେବେ ପରିଚୟ ପ୍ରମାଣପତ୍ର ମଗାଯାଇପାରେ।
  • ପ୍ରତ୍ୟେକ ପ୍ରଶ୍ନର ଉତ୍ତର 45 ରୁ 60 ସେକେଣ୍ଡର ଏକ ଛୋଟ ଭିଡିଓ ଆକାରରେ ଦିଆଯିବ।
  • ଏଣ୍ଟ୍ରିରେ କୌଣସି ଉତ୍ତେଜନାମୂଳକ, ଆପତ୍ତିଜନକ କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ରହିବା ଉଚିତ୍ ନୁହେଁ।
  • ପ୍ରତିଯୋଗୀ ଏବଂ ପ୍ରୋଫାଇଲ୍ ମାଲିକ ସମାନ ହେବା ଉଚିତ୍ । ଉଭୟ ସମାନ ନହେଲେ ଅଯୋଗ୍ୟ ଘୋଷଣା ହେବ।
  • ମୋବାଇଲ୍ କ୍ୟାମେରାରେ ମଧ୍ୟ ଭିଡିଓ ସୁଟିଂ କରାଯାଇପାରିବ। ଦୟାକରି ସୁନିଶ୍ଚିତ କରନ୍ତୁ ଯେ ସୁଟିଂ କରାଯାଇଥିବା ଭିଡିଓଗୁଡ଼ିକ, ଭୂସମାନ୍ତର ଫର୍ମାଟରେ 16: 9 ଅନୁପାତର ଭଲ ଗୁଣବତ୍ତାରେ ରହିବ । ଭୂଲମ୍ବ ଫର୍ମାଟ ବ୍ୟବହାର କରି ସୁଟିଂ କରାଯାଇଥିବା ଭିଡିଓକୁ ଗ୍ରହଣ କରାଯିବ ନାହିଁ।
  • ଦାଖଲ କରାଯାଇଥିବା ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଜସ୍ୱ ହୋଇଥିବା ଆବଶ୍ୟକ ଏବଂ କପି କରାଯାଇଥିବା ଏଣ୍ଟ୍ରି କିମ୍ବା ଚୋରି ହୋଇଥିବା ଏଣ୍ଟ୍ରିକୁ ପ୍ରତିଯୋଗିତା ଅନ୍ତର୍ଗତ ବିବେଚନା କରାଯିବ ନାହିଁ।
  • ଦାଖଲ କରାଯାଇଥିବା ଏଣ୍ଟ୍ରି କୌଣସି ତୃତୀୟ ପକ୍ଷର ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ କରିବା ଉଚିତ ନୁହେଁ।
  • ସମସ୍ତ ଏଣ୍ଟ୍ରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ UGCର ବୌଦ୍ଧିକ ସମ୍ପତ୍ତି ହେବ। ଅଂଶଗ୍ରହଣକାରୀମାନେ ଭବିଷ୍ୟତରେ କୌଣସି ଅଧିକାରର ପ୍ରୟୋଗ କରିବେ ନାହିଁ କିମ୍ବା ଏହା ଉପରେ ଦାବି କରିବେ ନାହିଁ।
  • ଆୟୋଜକ ଯେକୌଣସି ସମୟରେ, ପ୍ରତିଯୋଗିତା/ନିର୍ଦେଶିକା/ମୂଲ୍ୟାୟନ ମାନଦଣ୍ଡ ଆଦିର ସମସ୍ତ ବା କୌଣସି ଅଂଶକୁ ରଦ୍ଦ ବା ସଂଶୋଧନ କରିବାର ଅଧିକାର ସୁରକ୍ଷିତ ରଖନ୍ତି।
  • ଏହି କ୍ଷୁଦ୍ର ଭିଡିଓକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ UGC/AICTE ଦ୍ୱାରା ପ୍ରଚାର/ପ୍ରସାର ଉଦ୍ଦେଶ୍ୟରେ, ସୂଚନା, ଶିକ୍ଷା ଓ ଯୋଗାୟୋଗ ସାମଗ୍ରୀ ଏବଂ ଅନ୍ୟ ଯେକୌଣସି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ।
  • MoE/UGC/AICTEର ଏଣ୍ଟ୍ରି/ଭିଡିଓ ଉପରେ ସମ୍ପୂର୍ଣ୍ଣ ଅଧିକାର ଏବଂ ନିୟନ୍ତ୍ରଣ ରହିବ ଯେଉଁଥିରେ ସର୍ବସାଧାରଣ ବ୍ୟବହାର ପାଇଁ ଏହାର ବ୍ୟବହାର ଅନ୍ତର୍ଭୂକ୍ତ।
  • ଏଣ୍ଟ୍ରି ଦାଖଲ କରିବା ପରେ, ପ୍ରବେଶକାରୀ ଉଲ୍ଲେଖ କରାଯାଇଥିବା ଏହି ସର୍ତ୍ତାବଳୀକୁ ଗ୍ରହଣ କରି ସ୍ୱୀକୃତି ଦିଅନ୍ତି ।
  • ଭିଡିଓ ଫର୍ମାଟ .mov/mp4 ଫର୍ମାଟ ହେବା ଆବଶ୍ୟକ।
  • ନିର୍ଦ୍ଦେଶାବଳୀ ଅନୁରୂପ ନହେଲେ ପ୍ରତିଯୋଗୀ ଅୟୋଗ୍ୟ ବିବେଚିତ ହେବେ।