ଦାଖଲ ବନ୍ଦ ହୋଇଛି
15/07/2025 - 15/08/2025

UN@80

UN@80 ବିଷୟରେ

ମାଇଁଗଭ୍ ଏବଂ ଡାକ ବିଭାଗ, ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଜାତିସଙ୍ଘ ରାଜନୈତିକ ବିଭାଗ, ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସମଗ୍ର ଭାରତର କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମିଳିତ ଜାତିସଙ୍ଘ@80 ପାଇଁ ଡାକଟିକଟ ଡିଜାଇନ୍ କରିବା ପାଇଁ ଆମନ୍ତ୍ରଣ କରିଛି । CBSE ସହ ଅନୁବନ୍ଧିତ ସ୍କୁଲ୍, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟକୁ ମିଶାଇଲେ, ଏହା ସହିତ ସମସ୍ତ ରାଜ୍ୟ ବୋର୍ଡ ସହ ଅନୁବନ୍ଧିତ ସ୍କୁଲ, ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ, ଏହି ଅଭିଯାନରେ ଭାଗ ନେଇପାରିବେ ଏବଂ ମାଇଁଗଭ୍ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ 5ଟି ଡାକ ଟିକଟ ଡିଜାଇନ ଦାଖଲ କରିପାରିବେ ।

ଜାତିସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଭାବେ ଭାରତ ଜାତିସଙ୍ଘ ଚାର୍ଟରର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ଏବଂ ଜାତିସଙ୍ଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଏଜେନ୍ସିର ବିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ବହୁପକ୍ଷବାଦର ଏକ ଦୃଢ଼ ସମର୍ଥକ ଭାବେ, ଭାରତର ନେତୃତ୍ୱ ବୈଶ୍ୱିକ ଆହ୍ୱାନର ବ୍ୟାପକ ଏବଂ ସମାନ ସମାଧାନ କରିବାରେ ସକ୍ଷମ ହୋଇପାରିଛି, ଯେଉଁଥିରେ ଧାରଣୀୟ ବିକାଶ, ବିପର୍ଯ୍ୟୟ ଆଶଙ୍କା ହ୍ରାସ, ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନ, ଶାନ୍ତିରକ୍ଷା, ଆତଙ୍କବାଦ ବିରୋଧୀ, ଜାତିବାଦ ବିରୋଧୀ, ନିରସ୍ତ୍ରୀକରଣ ଓ ମାନବିକ ଅଧିକାର ସମ୍ୱନ୍ଧୀୟ ଆହ୍ୱାନ ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଷ୍ଟାମ୍ପ ଡିଜାଇନ ପାଇଁ ଥିମ୍

ଜାତିସଂଘ@80 ଏବଂ ବହୁପକ୍ଷବାଦ, ବୈଶ୍ୱିକ ନେତୃତ୍ୱ ଏବଂ ତତ୍ୱାବଧାନ ମାଧ୍ୟମରେ ଆମ ଭବିଷ୍ୟତ ନିର୍ମାଣରେ ଭାରତର ନେତୃତ୍ୱ

ଜାତିସଙ୍ଘ 2025ରେ 80 ବର୍ଷ ପୂର୍ତ୍ତି ପାଳନ କରୁଛି । ଜାତିସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଭାବେ ଭାରତ ଶାନ୍ତିରକ୍ଷା ଏବଂ ମାନବୀୟ ସହାୟତା ଠାରୁ ଆରମ୍ଭ କରି ବିକାଶଶୀଳ ରାଷ୍ଟ୍ରମାନଙ୍କର ଅଧିକାରକୁ ସମର୍ଥନ କରିବା ପର୍ଯ୍ୟନ୍ତ ସଙ୍ଗଠନର ମିଶନକୁ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତର ଯୋଗଦାନ ବହୁପକ୍ଷବାଦ ପ୍ରତି ଏହାର ଗଭୀର ପ୍ରତିବଦ୍ଧତା ଏବଂ ବିଶ୍ୱସ୍ତରୀୟ ଆହ୍ୱାନର ମିଳିତ ଭାବେ ମୁକାବିଲା କରିବାର ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏହି ମାଇଲଖୁଣ୍ଟ ସେହି ମୂଲ୍ୟବୋଧ ଏବଂ ପରିକଳ୍ପନାକୁ ପାଳନ କରିବାର ସୁଯୋଗ ପ୍ରଦାନ କରୁଛି, ଯାହା ଭାରତ ଏବଂ ଜାତିସଙ୍ଘକୁ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ବାନ୍ଧି ରଖିଛି ।

ଭାରତ-ଜାତିସଂଘ ଭାଗିଦାରୀକୁ ଦର୍ଶାଇବା ପାଇଁ ସାମିଲ କରାଯାଇଥିବା ଉପାଦାନ:

  1. ବସୁଧୈବ କୁଟୁମ୍ବକମ୍ ସାରା ବିଶ୍ୱ ଗୋଟିଏ ପରିବାର
  2. ଏକ ବହୁପକ୍ଷୀୟ ବିଶ୍ୱ କ୍ରମରେ ଭାରତର ଦୃଢ଼ ବିଶ୍ୱାସକୁ ପାଳନ କରିବା।
  3. ଭାରତ - ଅନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠା ଦିଗରେ ଯୋଗଦାନ ଦେଉଥିବା ସବୁଠାରୁ ବଡ଼ ଶାନ୍ତିରକ୍ଷା ମିଶନ ମଧ୍ୟରୁ ଅନ୍ୟତମ
  4. ଗ୍ଲୋବାଲ ସାଉଥ (ବିକାଶଶୀଳ ଦେଶ)ର ଭାରତର ସ୍ୱର

ଟାଇମଲାଇନ୍

ପୁରସ୍କାର

ବିଜେତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବ। ମନୋନୀତ କଳାକୁ ମିଳିତ ଜାତିସଙ୍ଘର 80ତମ ବାର୍ଷିକୀ ଅବସରରେ ଡାକଟିକଟ ଭାବେ ପ୍ରଦାନ କରାୟିବ। ଡାକ ବିଭାଗ ପକ୍ଷରୁ ଶ୍ରେଷ୍ଠ 10 ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ସର୍ତ୍ତ ଓ ନିୟମାବଳୀ

  1. ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମାଇଁଗଭ୍ ଇନୋଭେଟ୍‌ଇଣ୍ଡିଆରେ ପଞ୍ଜିକରଣ କରିପାରିବେ (https://innovateindia.mygov.in/).
  2. ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଏଣ୍ଟ୍ରି ଶୁଳ୍କ ନାହିଁ।
  3. ଏଥିରେ ବ୍ୟକ୍ତିଗତ ଭାବେ ନୁହେଁ ବରଂ ଶିକ୍ଷାନୁଷ୍ଠାନ (ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ) ସ୍ତରରେ ଭାଗ ନିଆଯିବ।
  4. କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ସମେତ CBSE ସହ ଅନୁବନ୍ଧିତ ବିଦ୍ୟାଳୟ, ସମସ୍ତ ରାଜ୍ୟ ବୋର୍ଡ ସହ ଅନୁବନ୍ଧିତ ବିଦ୍ୟାଳୟ ଏବଂ କଳା ମହାବିଦ୍ୟାଳୟ ଏହି ଅଭିଯାନରେ ଭାଗ ନେଇପାରିବେ।
  5. ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ନୋଡାଲ ଅଧିକାରୀମାନେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏଣ୍ଟ୍ରି ଦାଖଲ କରିପାରିବେ ଏବଂ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିପାରିବେ।
  6. ଯଦି କୌଣସି ଅନୁଷ୍ଠାନ ପ୍ରଥମ ଥର ଏହି କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଛି, ତେବେ ଏହାକୁ ମାଇଁଗଭ୍‌ରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ବିବରଣୀ ପୂରଣ କରିବା ଆବଶ୍ୟକ। ବିବରଣୀ ଦାଖଲ କରି ଏବଂ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରି, ଚୟନ ହେଲେ ଅଂଶଗ୍ରହଣକାରୀ ଅନୁଷ୍ଠାନ ସହ ଯୋଗାଯୋଗ କରାଯାଇପାରିବ ।
  7. ସମସ୍ତ ଅଂଶଗ୍ରହଣକାରୀ ଅନୁଷ୍ଠାନ ନିଶ୍ଚିତ କରିବା ଆବଶ୍ୟକ ଯେ ସେମାନଙ୍କର ମାଇଁଗଭ୍ ପ୍ରୋଫାଇଲ୍ ସଠିକ୍ ଏବଂ ଅପଡେଟ୍ ହୋଇଛି, କାରଣ ଏହି ପ୍ରୋଫାଇଲ୍ ପରବର୍ତ୍ତୀ ଯୋଗାଯୋଗ ପାଇଁ ବ୍ୟବହୃତ ହେବ। ଏଥିରେ ଅନୁଷ୍ଠାନର ନାମ, ନୋଡାଲ ଅଫିସରଙ୍କ ନାମ, ଇ-ମେଲ୍, ମୋବାଇଲ୍ ନମ୍ବର ଆଦି ବିବରଣୀ ରହିବ।
  8. ଦାଖଲର ଶେଷ ତାରିଖ ଏବଂ ସମୟଠାରୁ ପରେ ପ୍ରାପ୍ତ ହୋଇଥିବା ଦାଖଲକୁ ବିଚାରକୁ ନିଆଯିବ ନାହିଁ।
  9. ଏଣ୍ଟ୍ରିରେ କୌଣସି ଉତ୍ତେଜନାମୂଳକ, ଆପତ୍ତିଜନକ କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ରହିବା ଉଚିତ୍ ନୁହେଁ।
  10. ଛାତ୍ରଛାତ୍ରୀମାନେ ନିଜ ପରିକଳ୍ପନାକୁ UN@80 ଏବଂ ବହୁପକ୍ଷବାଦ, ବୈଶ୍ୱିକ ନେତୃତ୍ୱ ଏବଂ ତତ୍ୱବଧାନ ମାଧ୍ୟମରେ ଆମ ଭବିଷ୍ୟତ ନିର୍ମାଣରେ ଭାରତର ନେତୃତ୍ୱ" ଉପରେ କ୍ରେୟନ୍/ପେନ୍ସିଲ୍ ରଙ୍ଗ/ୱାଟର କଲର/ଏକ୍ରେଲିକ ରଙ୍ଗ ମାଧ୍ୟମରେ (A4 ସାଇଜ୍, 200 GSM, ଧଳା ରଙ୍ଗ) ଆଙ୍କିପାରିବେ।
  11. ଜାତିସଂଘ@80 ଏବଂ ବହୁପକ୍ଷବାଦ, ବୈଶ୍ୱିକ ନେତୃତ୍ୱ ଏବଂ ତତ୍ୱବଧାନ ମାଧ୍ୟମରେ ଆମ ଭବିଷ୍ୟତ ନିର୍ମାଣରେ ଭାରତର ନେତୃତ୍ୱ" ଉପରେ ଶ୍ରେଷ୍ଠ ଚିନ୍ତାଧାରା ସହିତ ସର୍ବାଧିକ 5ଟି ଡିଜାଇନ ଚୟନ କରିବା ଲାଗି ବିଦ୍ୟାଳୟଗୁଡ଼ିକ ସମସ୍ତ ଏଣ୍ଟ୍ରିଗୁଡ଼ିକର ସ୍କ୍ରିନିଂ କରିବେ। ଏହି ବିଷୟ ଉପରେ ଏହି 5ଟି ଡିଜାଇନକୁ ସ୍କାନ କରାଯାଇ ମାଇଁଗଭ୍‌ ପୋର୍ଟାଲରେ ଅପଲୋଡ କରାଯିବ। ସୂଚନାଯୋଗ୍ୟ ଯେ, ଷ୍ଟାମ୍ପ ଡିଜାଇନ୍ ପ୍ରତିଯୋଗିତାରେ ଭାଗ ନେଉଥିବା ଅନୁଷ୍ଠାନଗୁଡ଼ିକ ଗୋଟିଏ ଥରରେ ସମସ୍ତ ପାଞ୍ଚଟି (05) ଏଣ୍ଟ୍ରି ଅପଲୋଡ୍ କରିବା ଆବଶ୍ୟକ, କାରଣ, ମାଇଁଗଭ୍ ପୋର୍ଟାଲ ଡିଜାଇନ ଅନୁଯାୟୀ, ପ୍ରତି ସଂସ୍ଥା ପାଇଁ ଏଣ୍ଟ୍ରି ଅପଲୋଡ୍ କରିବାର କେବଳ ଗୋଟିଏ ସୁଯୋଗ ରହିବ।
  12. ପ୍ରତି ବିଦ୍ୟାଳୟରୁ ଅପ୍‌ଲୋଡ୍ ହୋଇଥିବା ଏଣ୍ଟ୍ରିଗୁଡ଼ିକୁ ପ୍ରତିଯୋଗିତା ଶେଷ ହେବା ପରେ ସର୍କଲ ସ୍ତରରେ ପରବର୍ତ୍ତୀ ମୂଲ୍ୟାୟନ ପାଇଁ ସମ୍ପୃକ୍ତ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼ିବ।
  13. ଡାକ ବିଭାଗ ଏହି ପ୍ରତିଯୋଗିତା ଏବଂ/ କିମ୍ବା ନିୟମ ଓ ସର୍ତ୍ତାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାଙ୍କନ ମାନଦଣ୍ଡର ସମସ୍ତ କିମ୍ବା କୌଣସି ଅଂଶକୁ ରଦ୍ଦ କିମ୍ବା ସଂଶୋଧନ କରିବାର ଅଧିକାର ରଖିଛି।
  14. ଉଚ୍ଚ ଶିକ୍ଷାଗତ ମାନ ଏବଂ ଉପଯୁକ୍ତତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଦାଖଲକୁ କମିଟି/ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବ।
  15. ନିୟମ ଓ ସର୍ତ୍ତାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାୟନ ମାନଦଣ୍ଡରେ କୌଣସି ପରିବର୍ତ୍ତନ କିମ୍ବା ପ୍ରତିଯୋଗିତା ବାତିଲ ବିଷୟରେ ସମସ୍ତ ସୂଚନା ମାଇଁଗଭ୍ ଇନୋଭେଟ୍‌ଇଣ୍ଡିଆ ପ୍ଲାଟଫର୍ମରେ ଅପଡେଟ୍/ପୋଷ୍ଟ କରାଯିବ। ଏହି ପ୍ରତିଯୋଗିତା ପାଇଁ ଦର୍ଶାଯାଇଥିବା ସର୍ତ୍ତାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାୟନ ମାନଦଣ୍ଡରେ କୌଣସି ପରିବର୍ତ୍ତନ ବିଷୟରେ ନିଜକୁ ଅବଗତ ରଖିବା ଅଂଶଗ୍ରହଣକାରୀ ଅନୁଷ୍ଠାନର ଦାୟିତ୍ୱ ହେବ ।
  16. ବିଜେତା ଭାବେ ଚୟନ ହୋଇନଥିବା ଏଣ୍ଟ୍ରିର ପ୍ରତିଯୋଗୀଙ୍କ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ।
  17. ଏହି ବିଷୟବସ୍ତୁ 1957ର ଭାରତୀୟ କପିରାଇଟ୍ ଆଇନର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରିବା ଉଚିତ ନୁହେଁ। ଅନ୍ୟର କପିରାଇଟକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ପ୍ରତିଯୋଗିତାରୁ ଅଯୋଗ୍ୟ ବିବେଚିତ ହେବେ। ଭାରତ ସରକାର ଅଂଶ ଗ୍ରହଣକାରୀ ସଂସ୍ଥା ଦ୍ୱାରା କରାଯାଇଥିବା କପିରାଇଟ ଉଲ୍ଲଙ୍ଘନ କିମ୍ବା ବୌଦ୍ଧିକ ସମ୍ପତ୍ତିର ଉଲ୍ଲଙ୍ଘନ ପାଇଁ କୌଣସି ଦାୟିତ୍ୱ ବହନ କରିବେ ନାହିଁ ।
  18. ଚୟନ କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଏବଂ ଚୟନ କମିଟିର କୌଣସି ନିଷ୍ପତ୍ତି ଉପରେ କୌଣସି ପ୍ରତିଯୋଗୀ/ଭାଗନେଉଥିବା ସଂସ୍ଥାକୁ ସ୍ପଷ୍ଟୀକରଣ ଜାରି କରାଯିବ ନାହିଁ।
  19. ଯେଉଁ ଏଣ୍ଟ୍ରିଗୁଡ଼ିକ ହଜିଯାଇଛି, ବିଳମ୍ବରେ କିମ୍ବା ଅସମ୍ପୂର୍ଣ୍ଣ ଅଛି କିମ୍ବା କମ୍ପ୍ୟୁଟର ତ୍ରୁଟି କିମ୍ବା ଆୟୋଜକଙ୍କ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ସଞ୍ଚାରିତ ହୋଇନାହିଁ, ସେଗୁଡ଼ିକ ପାଇଁ ଆୟୋଜକମାନେ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ । ଏଣ୍ଟ୍ରି ଦାଖଲ କରିବାର ପ୍ରମାଣ ଏଣ୍ଟ୍ରି ପ୍ରାପ୍ତିର ପ୍ରମାଣ ନୁହେଁ।
  20. ଯଦି ଦାଖଲ କରାଯାଇଥିବା ସୂଚନା ଚୋରି, ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହୋଇଥାଏ ତେବେ ଆୟୋଜକମାନେ ପ୍ରତିଯୋଗୀ/ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଅନୁଷ୍ଠାନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରିବା, ଏଣ୍ଟ୍ରିଗୁଡ଼ିକୁ ପ୍ରତ୍ୟାଖ୍ୟାନ/ଡିସ୍କାର୍ଡ କରିବାର ଅଧିକାର ରଖନ୍ତି ।
  21. ଦାଖଲ କରିବା ଦ୍ୱାରା, ପ୍ରତିଯୋଗୀମାନେ ଦାଖଲ କରାଯାଇଥିବା ଏଣ୍ଟ୍ରି ଉପରେ DoP ଏକ ସ୍ୱତନ୍ତ୍ର, ଅପରିବର୍ତ୍ତିତ, ରୟାଲ୍ଟି-ମୁକ୍ତ ଲାଇସେନ୍ସ ପ୍ରଦାନ କରନ୍ତି । ବିଜୟୀ ଏଣ୍ଟ୍ରି (ଉପବିଜେତାଙ୍କ ସମେତ) DoPର ସମ୍ପତ୍ତି ହୋଇଯିବ। କୌଣସି ତୃତୀୟ ପକ୍ଷର ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପ୍ରତି ପ୍ରତିଯୋଗୀମାନେ ଧ୍ୟାନ ଦେବା ଆବଶ୍ୟକ ।
  22. ଏହି କାର୍ଯ୍ୟକଳାପରେ ଅଂଶଗ୍ରହଣ କରି, ପ୍ରତିଯୋଗୀମାନେ କାର୍ଯ୍ୟକଳାପର ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ପାଳନ କରିବେ, ଯେଉଁଥିରେ କୌଣସି ପ୍ରକାର ସଂଶୋଧନ କିମ୍ବା ପରବର୍ତ୍ତୀ ଅପଡେଟ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ।
  23. ଏଣିକି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ବିଚାର ଦ୍ୱାରା ପରିଚାଳିତ ହେବ ।