'ଦେଖୋ ଅପ୍‌ନା ଦେଶ', 'ପିପୁଲ୍ସ ଚଏସ୍ 2024'ର ଅଂଶବିଶେଷ ଭାବେ ବିଭିନ୍ନ ବର୍ଗରେ ନିଜ ମନପସନ୍ଦ ପର୍ଯ୍ୟଟନସ୍ଥଳୀ ବାଛନ୍ତୁ ।

ଆପଣଙ୍କ ପସନ୍ଦ ଭାରତ ସରକାରଙ୍କ ପର୍ୟ୍ୟଟନ ମନ୍ତ୍ରଣାଳୟକୁ ମିଶନ ମୋଡରେ ବିକାଶ ପାଇଁ ଆକର୍ଷଣ ଏବଂ ଗନ୍ତବ୍ୟସ୍ଥଳ ଚିହ୍ନଟ କରିବାରେ ସହାୟକ ହେବ, ଯାହା ବିକଶିତ ଭାରତ@2047 ଦିଗରେ ଭାରତର ଯାତ୍ରାରେ ଯୋଗଦାନ କରିବ

ଆଧ୍ୟାତ୍ମିକ
ମନ୍ଦିର, ଚର୍ଚ୍ଚ, ମଠ, ମସଜିଦ୍, ତୀର୍ଥଯାତ୍ରା, ସର୍କିଟ୍ (ବହୁ ଆକର୍ଷଣ ମାର୍ଗ), କିମ୍ବା କୌଣସି ଧାର୍ମିକ ସ୍ଥାନ
ଆଧ୍ୟାତ୍ମିକ
ସଂସ୍କୃତି ଓ ଐତିହ୍ୟ
ଦୁର୍ଗ, ସ୍ମାରକୀ, ପ୍ରତିମୂର୍ତ୍ତି, ରାଜପ୍ରାସାଦ, ସଂଗ୍ରହାଳୟ, ସ୍ମାରକୀ, ଗୁମ୍ଫା, ଅତି ସୂକ୍ଷ୍ମ ସାଂସ୍କୃତିକ ଐତିହ୍ୟ, ସର୍କିଟ (ବହୁ ଆକର୍ଷଣ ମାର୍ଗ) କିମ୍ବା କୌଣସି ଐତିହ୍ୟ ସ୍ଥଳ
ସଂସ୍କୃତି ଓ ଐତିହ୍ୟ
ପ୍ରକୃତି ଓ ବନ୍ୟପ୍ରାଣୀ
ବେଳାଭୂମି, ହ୍ରଦ, ଜଳପ୍ରପାତ, ନଦୀ, ଶୈଳନିବାସ, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ସଂରକ୍ଷିତ ସ୍ଥାନ, ଚିଡିଆଖାନା, ଦ୍ୱୀପପୁଞ୍ଜ, ସର୍କିଟ (ବହୁ ଆକର୍ଷଣ ମାର୍ଗ), କିମ୍ବା କୌଣସି ପ୍ରାକୃତିକ ସ୍ଥାନ
ପ୍ରକୃତି ଓ ବନ୍ୟପ୍ରାଣୀ
ଦୁଃସାହସିକ କାର୍ଯ୍ୟ
ଟ୍ରେକିଂ, ହାଇକିଂ, ରାଫ୍ଟିଂ, ସ୍ନୋରକେଲିଂ, କାୟାକିଙ୍ଗ୍, ସର୍କିଟ୍ (ବହୁ ଆକର୍ଷଣ ମାର୍ଗ) କିମ୍ବା ଅନ୍ୟ କୌଣସି ଦୁଃସାହସିକ କାର୍ଯ୍ୟକଳାପ ପାଇଁ ସ୍ଥାନ
ଦୁଃସାହସିକ କାର୍ଯ୍ୟ
ଅନ୍ୟାନ୍ୟ
ଅନ୍ୟ ଯେକୌଣସି ପର୍ଯ୍ୟଟକ ଆକର୍ଷଣ, ଭାଇବ୍ରାଣ୍ଟ ଭିଲେଜ, ୱେଲ୍‌ନେସ୍ ପାଇଁ ଡେଷ୍ଟିନେସନ, ମେଡିକାଲ୍, କନଫରେନ୍ସ ଟୁରିଜମ୍ କିମ୍ବା ସର୍କିଟ୍ (ବହୁ ଆକର୍ଷଣ ମାର୍ଗ)
ଅନ୍ୟାନ୍ୟ

ଅତୁଲ୍ୟ ଭାରତ

ଟାଇମଲାଇନ୍

ଆରମ୍ଭ ତାରିଖ 7 ମାର୍ଚ୍ଚ 2024
ଶେଷ ତାରିଖ 15 ସେପ୍ଟେମ୍ବର 2024
ବର୍ତ୍ତମାନ ଭୋଟ୍ କରନ୍ତୁ

ଦେଖ ଅପ୍‌ନା ଦେଶ, ପିପୁଲ୍ସ ଚଏସ୍ 2024 ବିଷୟରେ ସୂଚନା ପାଇବା ପାଇଁ WhatsApp ଚ୍ୟାନେଲକୁ ଫଲୋ କରନ୍ତୁ

देखो अपना देश पीपुल्स चॉइस 2024 के बारे में जानकारी प्राप्त करने के लिए व्हाट्सएप चैनल को फॉलो करें ।

ବିଷୟରେ

ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ପର୍ଯ୍ୟଟନସ୍ଥଳୀ ପୋଲ୍ 'ଦେଖୋ ଅପ୍‌ନା ଦେଶ 2024'ରେ ଭାଗ ନେବା ପାଇଁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ

ପ୍ରତିଯୋଗୀମାନେ ସେମାନଙ୍କର ପସନ୍ଦ ଅନୁଯାୟୀ ପାଞ୍ଚଟି ନିର୍ଦ୍ଦିଷ୍ଟ ବର୍ଗରେ ପର୍ଯ୍ୟଟନସ୍ଥଳୀ ସ୍ଥାନିତ କରିପାରିବେ। ପ୍ରତିଯୋଗୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଯେ ସେମାନେ ପାଞ୍ଚଟି ଶ୍ରେଣୀରୁ ଯେକୌଣସି ଗୋଟିଏ ଆକର୍ଷଣକୁ ପୂର୍ବରୁ ପରିଦର୍ଶନ କରିସାରିଛନ୍ତି ଏବଂ ସେମାନେ ଭବିଷ୍ୟତରେ ପରିଦର୍ଶନ କରିବାକୁ ଚାହୁଁଥିବା ଅନ୍ୟୁନ ଗୋଟିଏ ଆକର୍ଷଣକୁ ଚୟନ କରନ୍ତୁ।

ଚିହ୍ନଟ ହୋଇଥିବା ବିଜେତା ଆକର୍ଷଣ ବା ପର୍ଯ୍ୟଟନସ୍ଥଳୀ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ମିଶନ ମୋଡରେ ଆକର୍ଷଣ ଏବଂ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିକଶିତ କରିବାରେ ସକ୍ଷମ କରିବ, ଯାହା ବିକଶିତ ଭାରତ@2047 ଅଭିମୁଖେ ଭାରତର ଯାତ୍ରାରେ ଯୋଗଦାନ କରିବ ।

ଯୋଗ୍ୟତା ମାନଦଣ୍ଡ

  • ଜାତୀୟତା ଓ ବାସସ୍ଥାନ:

    ଭାରତ ଏବଂ ଭାରତ ବାହାରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଭୋଟିଂ ଖୋଲା ରହିଛି

     
  • ପଞ୍ଜିକରଣ:

    ଭାରତରେ ରହୁଥିବା ପ୍ରତିଯୋଗୀଙ୍କ ପାଖରେ ଇଣ୍ଡିଆନ୍ ମୋବାଇଲ୍ ନମ୍ବର ଥିବା ଆବଶ୍ୟକ
    ଭାରତ ବାହାରେ ରହୁଥିବା ପ୍ରତିଯୋଗୀଙ୍କ ପାଖରେ ଇ-ମେଲ୍-ଆଇଡି ଥିବା ଆବଶ୍ୟକ

  • ଭାଗ ନେବାର ସୀମା:

    ପ୍ରତିଯୋଗୀମାନେ ପ୍ରତି ମୋବାଇଲ୍ ନମ୍ବର ଓ/ କିମ୍ବା ଇ-ମେଲ୍ ଆଇଡିରେ କେବଳ ଥରେ ହିଁ ଭୋଟ୍ ଦେଇପାରିବେ

କେମିତି କରିବେ ଭୋଟ୍

ଅନ୍‌ଲାଇନ୍‌ରେ ଭୋଟ୍ ଗ୍ରହଣ କରାଯିବ ।

ପଞ୍ଜିକରଣ:

ଭାରତରେ ରହୁଥିବା ପ୍ରତିଯୋଗୀଙ୍କୁ ସେମାନଙ୍କ ମୋବାଇଲ ନମ୍ବରରେ ଏକ OTP ମିଳିବ।

ଭାରତ ବାହାରେ ରହୁଥିବା ପ୍ରତିଯୋଗୀଙ୍କୁ ସେମାନଙ୍କ ଇମେଲ ଆଇଡିରେ ଏକ OTP ମିଳିବ।

ଭୋଟିଂ ପ୍ରଶ୍ନ:

ପ୍ରତିଯୋଗୀମାନଙ୍କୁ ଦୁଇଟି ମୁଖ୍ୟ ଭାଗରେ ଉତ୍ତର ଦେବାକୁ ପଡିବ:

  • ପ୍ରଶ୍ନ 1 (ଆପଣ ପରିଦର୍ଶନ କରିଥିବା ଆକର୍ଷଣ ପାଇଁ ଭୋଟ୍):

    ସେମାନେ ପରିଦର୍ଶନ କରିଥିବା ପ୍ରିୟ ପର୍ଯ୍ୟଟନସ୍ଥଳୀକୁ ଯଦି ସେମାନେ ପୁନର୍ବାର ପରିଦର୍ଶନ କରନ୍ତି ତେବେ ସେହି ସ୍ଥାନ ପାଇଁ ସେମାନେ କ'ଣ ଉନ୍ନତି କରିବାକୁ ପସନ୍ଦ କରିବେ।
  • ପ୍ରଶ୍ନ 2 (ଆପଣ ଯେଉଁ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ଚାହାନ୍ତି ତା' ପାଇଁ ଭୋଟ୍ କରନ୍ତୁ)

    ପସନ୍ଦର ପର୍ଯ୍ୟଟନସ୍ଥଳୀ ଯାହା ସେମାନେ ଭ୍ରମଣ କରିବାକୁ ଚାହୁଁଛନ୍ତି।

ଭୋଟିଂ ବର୍ଗ:

ପ୍ରଶ୍ନ 1ରେ ଏକରୁ ପାଞ୍ଚଟି ବର୍ଗରେ ତିନିଟି ଆକର୍ଷଣ ସ୍ଥାନ ପାଇଁ ପ୍ରତିଯୋଗୀମାନେ ଭୋଟ୍ ଦେଇପାରିବେ

  • ଆଧ୍ୟାତ୍ମିକ
  • ସଂସ୍କୃତି ଓ ଐତିହ୍ୟ
  • ପ୍ରକୃତି ଓ ବନ୍ୟପ୍ରାଣୀ
  • ଦୁଃସାହସିକ କାର୍ଯ୍ୟ
  • ଅନ୍ୟାନ୍ୟ

ଭୋଟିଂ ଇନପୁଟ ଫିଲ୍ଡ:

ଅଂଶଗ୍ରହଣକାରୀମାନେ ସେମାନଙ୍କ ପ୍ରତିକ୍ରିୟା ଏଣ୍ଟର୍ କରିପାରିବେ ଏବଂ ଦେଖାଯାଉଥିବା ଡ୍ରପ୍-ଡାଉନ୍ ବିକଳ୍ପରୁ ଚୟନ କରିପାରିବେ। ପ୍ରଶ୍ନ 1 ଏବଂ/କିମ୍ବା ପ୍ରଶ୍ନ 2 ର 'ଅନ୍ୟାନ୍ୟ' ବର୍ଗ କ୍ଷେତ୍ରରେ, ଅଂଶଗ୍ରହଣକାରୀମାନେ ସେମାନଙ୍କ ପସନ୍ଦର ପର୍ଯ୍ୟଟନସ୍ଥଳୀ ଇନପୁଟ୍ କରିବା ପାଇଁ ଚେକ୍‌ବକ୍ସ ମଧ୍ୟ ଚୟନ କରିପାରିବେ।

ସାର୍ଟିଫିକେଟ୍ :

ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଏକ ପ୍ରମାଣପତ୍ର ଡାଉନଲୋଡ କରିପାରିବେ ଯାହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇପାରିବ।

ଦାଖଲର ଶେଷ ତାରିଖ:

ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଭୋଟ୍ ଦାଖଲ କରିବାକୁ ପଡ଼ିବ । ବିଳମ୍ବରେ ହୋଇଥିବା ଦାଖଲକୁ ବିଚାରକୁ ନିଆଯିବ ନାହିଁ।

ବିଜେତା ପର୍ଯ୍ୟଟନସ୍ଥଳୀ

ଚୟନ:

ସବୁଠାରୁ ଅଧିକ ଭୋଟ୍ ମିଳିବା ଆଧାରରେ ବିଜୟୀ ପର୍ଯ୍ୟଟନସ୍ଥଳୀ ବା ଆକର୍ଷଣ ନିର୍ଦ୍ଧାରଣ କରାଯିବ। ମନ୍ତ୍ରାଳୟ ନିଜ ବିଚାରାଧିକାରରେ ବିଜେତାଙ୍କୁ ଚୟନ କରିବା ଏବଂ ପୁରସ୍କାର ପ୍ରଦାନ କରିବାର ଅନ୍ତିମ ଅଧିକାରକୁ ସଂରକ୍ଷିତ ରଖିଥାଏ।

ଶେଷ ଅଧିକାର:

ବିଜେତା ନିର୍ଦ୍ଧାରଣ କ୍ଷେତ୍ରରେ ମନ୍ତ୍ରଣାଳୟର ନିଷ୍ପତ୍ତି ଚୂଡ଼ାନ୍ତ ହେବ।

ଅପିଲ୍:

କୌଣସି ଆବେଦନ କିମ୍ବା ପୁନଃମୂଲ୍ୟାୟନକୁ ଗ୍ରହଣ କରାଯିବ ନାହିଁ।

ଲକି ଡ୍ର (ଯଦି ଥାଏ)

  • ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ବିବେକ ଅନୁଯାୟୀ, ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ଲକି ଡ୍ର ଅନୁଷ୍ଠିତ ହେବ ।
  • ବାଧ୍ୟତାମୂଳକ କ୍ଷେତ୍ର ପାଇଁ ସଫଳ ଭୋଟ ଦାଖଲ ପରେ ପ୍ରତିଯୋଗୀମାନେ 'ମାନପତ୍ର' ପାଇବା ପରେ ଲକି ଡ୍ର ପାଇଁ ଯୋଗ୍ୟତା ଅର୍ଜନ କରିବେ।
  • ଲକି ଡ୍ର'ର ବିଜେତାମାନେ ଭାରତର ଏକ ଅବିଶ୍ୱସନୀୟ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି, ଯାହାକୁ ମନ୍ତ୍ରଣାଳୟର ବିବେକ ଅନୁଯାୟୀ ଚୟନ କରାଯିବ ।
  • ପୁରସ୍କାର ବଣ୍ଟନ ନିୟମ ଅନୁଯାୟୀ ନିରପେକ୍ଷ ଅଂଶଗ୍ରହଣ ଏବଂ ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ ମନେ କରାଯାଉଥିବା KYC ଦସ୍ତାବିଜ ଏବଂ / କିମ୍ବା ଅନ୍ୟ କୌଣସି ଦସ୍ତାବିଜ ଦାଖଲ ଉପରେ ନିର୍ଭର କରେ ।
  • ଲକି ଡ୍ର ପାଇଁ ବିଜେତାମାନେ ମନ୍ତ୍ରଣାଳୟର ଏକମାତ୍ର ବିବେକ ଅନୁଯାୟୀ ନିର୍ଦ୍ଧାରଣ କରାଯିବ ଏବଂ ଏହାର ନିଷ୍ପତ୍ତି ଚୂଡ଼ାନ୍ତ ଓ ବାଧ୍ୟତାମୂଳକ ହେବ।
  • ବିଜେତାମାନେ ପୁରସ୍କାରର ଏକମାତ୍ର ହିତାଧିକାରୀ ଅଟନ୍ତି ଏବଂ ମନ୍ତ୍ରଣାଳୟ ଦ୍ୱାରା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ନହେବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ଅନ୍ୟ କୌଣସି ପକ୍ଷକୁ ସ୍ଥାନାନ୍ତର ଏବଂ / କିମ୍ବା ପୁନଃବିକ୍ରୟ କରିପାରିବେ ନାହିଁ।
  • ଲକି ଡ୍ର ଏବଂ ପୁରସ୍କାର ଯୋଗୁଁ କିମ୍ବା ସମ୍ବନ୍ଧିତ କୌଣସି ବ୍ୟକ୍ତିଙ୍କ ଦ୍ୱାରା କୌଣସି ଆର୍ଥିକ କ୍ଷତି, ଆଇନଗତ ଦାୟିତ୍ୱ କିମ୍ବା କୌଣସି କ୍ଷତି ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ଉତ୍ତରଦାୟୀ କିମ୍ବା ଦାୟୀ ରହିବ ନାହିଁ ।

ସାଧାରଣ ନିୟମ ଓ ସର୍ତ୍ତାବଳୀ

ଦୟାକରି ଏହି ନିୟମ ଓ ସର୍ତ୍ତାବଳୀକୁ ଧ୍ୟାନର ସହ ପଢନ୍ତୁ କାରଣ ଏଗୁଡ଼ିକ ଦେଖୋ ଅପ୍‌ନା ଦେଶ, ପିପୁଲ୍ସ ଚଏସ୍ 2024 ଅଭିଯାନ ପାଇଁ ପ୍ରଯୁଜ୍ୟ ଅଟେ। । ଭାଗ ନେବାକୁ ଯୋଗ୍ୟ ହେବା ପାଇଁ, ପ୍ରତିଯୋଗୀମାନେ ଏହି ନିୟମ ଓ ସର୍ତ୍ତାବଳୀଗୁଡ଼ିକୁ ଗ୍ରହଣ କରିବା ଆବଶ୍ୟକ।

  • ପଞ୍ଜିକରଣ ପ୍ରକ୍ରିୟାରେ ପ୍ରତିଯୋଗୀମାନେ କୌଣସି ମିଥ୍ୟା ତଥ୍ୟ ପ୍ରଦାନ କରିବା ଉଚିତ ନୁହେଁ।
  • ପ୍ରତିଯୋଗୀମାନେ ସେମାନଙ୍କର ଯୋଗାଯୋଗ ସୂଚନା ସଠିକ ଏବଂ ଅପ-ଟୁ-ଡେଟ୍ ରଖିବା ଆବଶ୍ୟକ।
  • ପ୍ରତିଯୋଗୀମାନେ ଏହି ଭୋଟିଂ ଅଭିଯାନକୁ କୌଣସି ବେଆଇନ, ବିଭ୍ରାନ୍ତିକର, ବିଦ୍ୱେଷପୂର୍ଣ୍ଣ, କିମ୍ବା ଭେଦଭାବପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ବ୍ୟବହାର କରିବେ ନାହିଁ।
  • ଯଦି କୌଣସି ପ୍ରତିଯୋଗୀ ପ୍ରତିଯୋଗିତା ସର୍ତ୍ତାବଳୀ ଉଲ୍ଲଙ୍ଘନ କରନ୍ତି ତେବେ ବିନା ସୂଚନାରେ ପ୍ରତିଯୋଗୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ମନ୍ତ୍ରଣାଳୟର ସମସ୍ତ ଅଧିକାର ରହିବ।
  • ଆବଶ୍ୟକ ସ୍ଥଳେ ମନ୍ତ୍ରଣାଳୟ ସର୍ତ୍ତାବଳୀରେ ପରିବର୍ତ୍ତନ କରିପାରନ୍ତି।
  • ମନ୍ତ୍ରଣାଳୟର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ଏହାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ।
  • ମନ୍ତ୍ରଣାଳୟ ଯେକୌଣସି ବ୍ୟକ୍ତିବିଶେଷଙ୍କ ଅଂଶଗ୍ରହଣ ପ୍ରତ୍ୟାହାର କରିବା କିମ୍ବା ଏହି ପ୍ରକ୍ରିୟାରେ କୌଣସି ଦାଖଲକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ନିଜ ବିଚାରାଧିକାରରେ ସଂରକ୍ଷିତ ରଖୁଛି।

ଟାଇମଲାଇନ୍

ଆରମ୍ଭ ତାରିଖ : 7 ମାର୍ଚ୍ଚ, 2024

ଶେଷ ତାରଖ: 15 ସେପ୍ଟେମ୍ବର,2024

ଅଧିକ ସୂଚନା ପାଇଁ, ପରିବର୍ଦ୍ଧିତ ନିୟମ ଓ ସର୍ତ୍ତାବଳୀକୁ ଦେଖନ୍ତୁ ଏଠାରେ କ୍ଲିକ୍ କରନ୍ତୁ