ଲିମ୍ଫାଟିକ୍ ଫାଇଲେରିଆସିସ୍ (ଗୋଦରଗୋଡ଼) ଉପରେ ପୋଷ୍ଟର ମେକିଂ ଏବଂ ସ୍ଲୋଗାନ ଲିଖନ ପ୍ରତିଯୋଗିତା

ବିଷୟରେ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାଇଁଗଭ୍ ଏବଂ ନ୍ୟାସନାଲ ସେଣ୍ଟର ଫର୍ ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ଡିଭିଜନ (NCVBDC) ପକ୍ଷରୁ 6ଷ୍ଠରୁ 8ମ ଶ୍ରେଣୀ, 9ମରୁ 12ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ତଥା ଭାରତର ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନଗୁଡ଼ିକର ସ୍ନାତକ/ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଲିମ୍ଫାଟିକ୍ ଫାଇଲେରିଆସିସ୍ (ଗୋଦରଗୋଡ଼) ଉପରେ ଏକ ପୋଷ୍ଟର ଡିଜାଇନ୍ କରିବା ଏବଂ ସ୍ଲୋଗାନ ଲେଖିବାକୁ ଆମନ୍ତ୍ରଣ କରାଯାଇଛି।

ଲିମ୍ଫେଟିକ୍ ଫାଇଲେରିଆସିସ୍ (LF), ଯାହାକୁ ଏଲିଫେଣ୍ଟିଆସିସ୍ ବା ଗୋଦରଗୋଡ଼ ମଧ୍ୟ କୁହାଯାଏ, ଏକ ଅକ୍ଷମ ଏବଂଭିନ୍ନକ୍ଷମତା ରୋଗ ଯାହା କୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ମଶା ମଣିଷ ଶରୀରରେ ମାଇକ୍ରୋଫାଇଲେରିଆ ନାମକ ରୋଗ ସୃଷ୍ଟିକାରୀ ପରଜୀବୀ ବ୍ୟାପିବା ପାଇଁ ଦାୟୀ । ଏହି ପରଜୀବୀ ଶରୀରରେ ବିକଶିତ ହେବାକୁ ବର୍ଷ ବର୍ଷ ଲାଗିଥାଏ ଏବଂ ମଶା କାମୁଡ଼ିବାର 5-15 ବର୍ଷ ପରେ ଲକ୍ଷଣ ଦେଖାଯାଇପାରେ । ଫାଇଲେରିଆ ରୋଗର ଲକ୍ଷଣ ମଧ୍ୟରେ ସାମାନ୍ୟ ଜ୍ୱର, ଗୋଡ଼, ଯୌନାଙ୍ଗ ଏବଂ ହାତ ଫୁଲିବା ଅନ୍ତର୍ଭୁକ୍ତ ।

ଲିମ୍ଫାଟିକ୍ ଫାଇଲେରିଆସିସ୍ (LF)

LF କୁ ରୋକିବା ପାଇଁ ମଶା କାମୁଡାରୁ ଦୂରେଇ ରହିବା ସହ ଆମ ଆଖପାଖ ଅଞ୍ଚଳରେ ମଶା ବଂଶବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି। ମଶାରୀ ବ୍ୟବହାର ଏବଂ ପୂରା ଶରୀରକୁ ଘୋଡ଼ାଇ ଥିବା ପୋଷାକ ପିନ୍ଧିବା ମଶା କାମୁଡ଼ାରୁ ରକ୍ଷା ପାଇବାରେ ସହାୟକ ହୋଇଥାଏ। ଆଖପାଖକୁ ପରିଷ୍କାର ରଖିବା ମଶା ବଂଶବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ନାଳ କିମ୍ବା ସ୍ୱେରେଜ୍‌ରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ

ନାଳ କିମ୍ବା ସ୍ୱେରେଜ୍‌ରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ

ତଳିଆ ଅଞ୍ଚଳରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ

ତଳିଆ ଅଞ୍ଚଳରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ

ଛୋଟ ବଡ଼ ଗର୍ତ୍ତରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ

ଛୋଟ ବଡ଼ ଗର୍ତ୍ତରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ

ଲାର୍ଭିଭୋରସ ଗାମ୍ବୁସିଆ ମାଛକୁ ପୋଖରୀ ଓ ଜଳଭଣ୍ଡାରରେ ଛାଡ଼ନ୍ତୁ

ଲାର୍ଭିଭୋରସ ଗାମ୍ବୁସିଆ ମାଛକୁ ପୋଖରୀ ଓ ଜଳଭଣ୍ଡାରରେ ଛାଡ଼ନ୍ତୁ

ଲିମ୍ଫାଟିକ୍ ଫାଇଲେରିଆସିସ୍ (LF)

ମାନବ ଶରୀରରେ ମାଇକ୍ରୋଫାଇଲେରିଆର ବୃଦ୍ଧିକୁ ରୋକିବା ପାଇଁ ଏବଂ LF ରୋଗକୁ ଗୁରୁତର ଅବସ୍ଥାରେ ପହଞ୍ଚିବାରୁ ରୋକିବା ପାଇଁ, ରୋଗୀ ଏବଂ ସାଧାରଣ ଲୋକଙ୍କୁ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (MDA) ଅଭିଯାନ ଏବଂ ମୌଳିକ ସ୍ୱଚ୍ଛତା ଉପରେ ଶିକ୍ଷାର ଅନୁପାଳନ କରିବା ଆବଶ୍ୟକ । MDA ଅଭିଯାନ ସମୟରେ ବର୍ଷକୁ ଥରେ ଲୋକମାନେ ଆଣ୍ଟି ଫାଇଲେରିଆ ଔଷଧ ଖାଇବା ଉଚିତ୍ ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଲିମ୍ଫୋଡିମା ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ୱ-ଯତ୍ନ ପାଇଁ ମୋରବିଡିଟି ମ୍ୟାନେଜମେଣ୍ଟ ଆଣ୍ଡ ଡିଜାବିଲିଟି ପ୍ରିଭେନସନ (MMDP) କିଟ୍ ପ୍ରଦାନ କରିଥାଏ।

ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହାଇଡ୍ରୋସେଲ୍ ରୋଗୀଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।

ଏହି ପରିପ୍ରେକ୍ଷୀରେ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବୋର୍ନ ଡିଜିଜ୍ କଣ୍ଟ୍ରୋଲ (NCVBDC) ପକ୍ଷରୁ mygov.in ୱେବ୍ ପୋର୍ଟାଲ ମାଧ୍ୟମରେ ଉପରୋକ୍ତ ବିଷୟ ଉପରେ ସର୍ବଭାରତୀୟ ପୋଷ୍ଟର ଓ ସ୍ଲୋଗାନ୍ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଉଛି।

ଭାଗ ନେବା ପାଇଁ ନିର୍ଦ୍ଦେଶାବଳୀ

କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଜାତୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ସମେତ CBSE ସହ ଅନୁବନ୍ଧିତ ବିଦ୍ୟାଳୟ ଏବଂ ସମସ୍ତ ରାଜ୍ୟ ବୋର୍ଡ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ଅଂଶଗ୍ରହଣ କରି ପାରିବେ ଏବଂ ମାଇଁଗଭ୍‌ ପୋର୍ଟାଲରେ ସର୍ବୋତ୍ତମ ପୋଷ୍ଟର ଡିଜାଇନ୍ ଏବଂ ସ୍ଲୋଗାନ ଦାଖଲ କରିପାରିବେ । ଲିମ୍ଫାଟିକ୍ ଫାଇଲେରିଆସିସ୍ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ।

ପ୍ରତିଯୋଗିତା ଅବଧି

10 ଜୁଲାଇ 2024ରୁ 15 ସେପ୍ଟେମ୍ବର 2024

ଟାର୍ଗେଟ୍ ପ୍ରତିଯୋଗୀ

ସାରା ଭାରତର ସ୍କୁଲ ଓ ୟୁନିଭର୍ସିଟିର ଛାତ୍ରଛାତ୍ରୀ

ଅଂଶଗ୍ରହଣ ବର୍ଗ

ବର୍ଗ I

6ଷ୍ଠ - 8ମ ଶ୍ରେଣୀ

ବର୍ଗ II

9ମ ଓ 12ଶ ଶ୍ରେଣୀ

ବର୍ଗ III

ଉଚ୍ଚ ଶିକ୍ଷା (ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରୁ UG, PG ଛାତ୍ରଛାତ୍ରୀ)

ପ୍ରସଙ୍ଗ/ବିଷୟବସ୍ତୁ

  • ଲିମ୍ଫାଟିକ୍ ଫାଇଲେରିଆସିସ୍ ବିରୋଧରେ ଗୋଷ୍ଠୀଗତ ଏକତା
  • ମାସ ଡ୍ରଗ ଆଡମିନିଷ୍ଟ୍ରେସନ (MDA)କୁ ପ୍ରୋତ୍ସାହିତ କରିବା
  • କ୍ୟୁଲେକ୍ସ ମଶାର ନିୟନ୍ତ୍ରଣ ଓ ନିରାକରଣ ସମ୍ପର୍କରେ ସଚେତନତା

ଏଣ୍ଟ୍ରି ପାଇଁ ନିର୍ଦ୍ଦେଶାବଳୀ

  • ଆପଣଙ୍କ ସ୍ଲୋଗାନ୍ ଆଙ୍କିବା ଓ ଲେଖିବା ପାଇଁ ସମ୍ପୂର୍ଣ୍ଣ ଚାର୍ଟ ପେପର ବ୍ୟବହାର କରନ୍ତୁ, ଅକ୍ଷର ସ୍ପଷ୍ଟ ଏବଂ ପଠନୀୟ ହେବା ଉଚିତ।
  • ଦାଖଲ୍ ହୋଇଥିବା ଏଣ୍ଟ୍ରିରେ "ଉପଯୁକ୍ତ ଓ ପ୍ରାସଙ୍ଗିକ ସ୍ଲୋଗାନ୍" କୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।
  • କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ଏଣ୍ଟ୍ରି ଦାଖଲ କରିପାରିବେ।
  • ଦାଖଲ କରାଯାଇଥିବା ଫାଇଲର ଆକାର 5 MBରୁ ଅଧିକ ହେବ ନାହିଁ।

ଚୟନ ମାନଦଣ୍ଡ

ଭାଷା, ସୃଜନଶୀଳତା, ଲିଖନ ଦକ୍ଷତା, ସରଳତା, ପ୍ରସଙ୍ଗ/ବିଷୟ ସହିତ ସମନ୍ୱୟ

ଚୟନ ପାଇଁ ପଦ୍ଧତି

  • ପ୍ରାଥମିକ ସ୍କ୍ରିନିଂ କମିଟି :
    • ପ୍ରତ୍ୟେକ ବର୍ଗରୁ 100 ପୋଷ୍ଟର ଓ ସ୍ଲୋଗାନ ସର୍ଟଲିଷ୍ଟ କରାଯିବ ।
    • ଏକ ବିଚାରକ ମଣ୍ଡଳୀ ଶ୍ରେଷ୍ଠ 10 ଜଣ ପ୍ରତିଯୋଗୀଙ୍କୁ ଚୟନ କରିବେ।
  • ପୁରସ୍କାର ଓ ସମ୍ମାନ:
    • ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ 10 ଜଣ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା NCVBDC ପକ୍ଷରୁ ଅଂଶଗ୍ରହଣ ମାନପତ୍ର ଓ ପ୍ରଶଂସାପତ୍ର ପ୍ରଦାନ କରାଯିବ।
    • ଶ୍ରେଷ୍ଠ 10ଟି ପୋଷ୍ଟର ଏବଂ ସ୍ଲୋଗାନ ସହିତ ବିଜେତାମାନଙ୍କ ଫଟୋକୁ NCVBDC, MoHFW ଦ୍ୱାରା X (ପୂର୍ବର Twitter), Facebook ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ସେୟାର କରାଯିବ।

ଟାଇମଲାଇନ୍

ଆରମ୍ଭ ତାରିଖ : 10 ଜୁଲାଇ 2024
ଶେଷ ତାରିଖ: 15 ସେପ୍ଟେମ୍ବର 2024