SUBMISSION Closed
29/07/2024 - 30/10/2024

ଟ୍ୟାପ୍ ଜଳ - ସୁରକ୍ଷିତ ଜଳ: ସଚେତନତା ଚ୍ୟାଲେଞ୍ଜ୍

ବିଷୟରେ

ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ବ୍ୟକ୍ତିଗତ ଭାବେ ଟ୍ୟାପ୍ ଯୋଗେ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବା ଲାଗି ଜଳ ଜୀବନ ମିଶନର ପରିକଳ୍ପନା କରାଯାଇଛି ।

ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ଅଧୀନରେ ଥିବା ହର୍‌ ଘର୍‌ ଜଲ୍‌ ମାଇଁ‌ଗଭ୍‌ ସହଭାଗିତାରେ ଆପଣଙ୍କୁ, ଭାରତର ସୃଜନଶୀଳ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର ଆନ୍ଦୋଳନରେଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରୁଛି । ଭାରତର ଗ୍ରାମୀଣ ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଟ୍ୟାପ୍‌ରୁ ପାଣି ପିଇବା ଏବଂ କ୍ଲୋରିନେଟେଡ୍ ପାଣି ଭଳି ବିଷୟବସ୍ତୁ ପାଇଁ ଜଳର ଗୁଣବତ୍ତା ବିଷୟରେ ଏକ ମଲ୍ଟି-ମୋଡ୍ ଯୋଗାଯୋଗ ଅଭିଯାନରେ ନିଜର ସହୋଯୋଗ ଦେବାର ଏହା ଏକ ସୁଯୋଗ । ଚ୍ୟାଲେଞ୍ଜ ହେଉଛି ଟ୍ୟାପ୍ ପାଣିକୁ ନେଇ ଥିବା ମିଥ୍ୟାକୁ ଦୂର କରିବା:

ମିଥ୍ୟା 1: ଟ୍ୟାପ୍ ପାଣି ପିଇବା ପାଇଁ ସୁରକ୍ଷିତ ନୁହେଁ।

ମିଥ୍ୟା 2: ଟ୍ୟାପ୍ ପାଣିରେ ଖଣିଜର ମାତ୍ରା କମ୍ ଥାଏ।

ମିଥ୍ୟା 3: ନିମ୍ନ ପରିମଳ ଗୁଣବତ୍ତା କିମ୍ବା କ୍ଲୋରିନ୍ ବ୍ୟବହାର ଯୋଗୁଁ ଟ୍ୟାପ୍ ପାଣିର ସ୍ୱାଦ ଖରାପ ହୋଇଥାଏ

ମିଥ୍ୟା 4: ଟ୍ୟାପ୍ ପାଣିରେ ଅଧିକ ମାତ୍ରାରେ TDS ଥାଏ।

ମିଥ୍ୟା 5: ଟ୍ୟାପ୍‌ର ପାଣି ସଂରକ୍ଷିତ ଅଟେ ଏବଂ ଏହା ସତେଜ ନୁହେଁ।

ଆପଣ ସମସ୍ତେ ଜାଣିଥିବେ ଯେ ଟ୍ୟାପ୍‌ରୁ ପାଣି ପିଇବା ଏବଂ ଯୋଗାଣକାରୀଙ୍କ ଠାରୁ ସୁରକ୍ଷିତ ପାଣି ଉପରେ ଜୋର ଦେବା ହେଉଛି ସବୁଠାରୁ କମ୍ ବ୍ୟୟ ଏବଂ ପରିବେଶ ଅନୁକୂଳ ଉପାୟ ଯାହା ଆମକୁ ପୋଷଣ ଦେଇଥାଏ । ଅନ୍ୟ ଏକ ପ୍ରସଙ୍ଗ ହେଉଛି ଜୀବାଣୁମୁକ୍ତକରଣର ବ୍ୟବହାର ଯାହା ଜଳକୁ ସମ୍ଭାବ୍ୟ ବ୍ୟାକ୍ଟେରିଓଲୋଜିକାଲ୍ ପ୍ରଦୂଷଣରୁ ସୁରକ୍ଷିତ ରଖିଥାଏ ଏବଂ ଏହାକୁ ସଂରକ୍ଷଣ, ପରିଚାଳନା, ବିତରଣ ଇତ୍ୟାଦି କରିଥାଏ। ଗ୍ରାମାଞ୍ଚଳରେ କ୍ଲୋରିନେସନ୍ ଭଳି ଜୀବାଣୁନାଶକର ଗ୍ରହଣୀୟତା କମ୍।

ଚ୍ୟାଲେଞ୍ଜ୍

ଜଣେ ପ୍ରତିଯୋଗୀ ଭାବେ, ଆପଣଙ୍କ କାର୍ଯ୍ୟ ହେଉଛି ଜଳର ଗୁଣବତ୍ତା ଉପରେ ଏକ ବହୁମୁଖୀ ଯୋଗାଯୋଗ ଅଭିଯାନର ରୂପରେଖ ପ୍ରସ୍ତୁତ କରିବା ଯେପରିକି ଟ୍ୟାପ୍‌ରୁ ପାଣି ପିଇବା ଏବଂ କ୍ଲୋରିନେଟେଡ୍ ପାଣି ସୁରକ୍ଷିତ ।

ମଲ୍ଟି-ମୋଡ୍ ଯୋଗାଯୋଗ ଅଭିଯାନରେ ଶୀର୍ଷକ, ଉପଶୀର୍ଷକ,ପ୍ରସଙ୍ଗ, ଆପଣ କିପରି ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରୁଛନ୍ତି, କେଉଁ ମାଧ୍ୟମରେ, କେଉଁ ପ୍ରକାରର ବାର୍ତ୍ତା କିମ୍ବା ସୃଜନଶୀଳତା ଆମେ ବିକଶିତ କରିପାରିବା କିମ୍ବା ଯୋଜନା କରିପାରିବା ଇତ୍ୟାଦି ।

ସର୍ବୋତ୍ତମ ସମ୍ଭାବ୍ୟ ଅଭିଯାନ ଡିଜାଇନକୁ ଚିହ୍ନଟ କରାଯିବ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି। ଏକ ଜଳ ସୁରକ୍ଷିତ ରାଷ୍ଟ୍ର ଗଠନ ଦିଗରେ ଆମ ଦେଶ ଯେଉଁଭଳି ଭାବେ ସହଯୋଗ କରୁଛି, ତାହାକୁ ସାକାର କରିବାରେ ଆପଣଙ୍କ ସୃଜନଶୀଳ ଯୋଗଦାନ ସହାୟକ ହେବ।

ମଲ୍ଟି ମୋଡ୍ କମ୍ୟୁନିକେସନ ଅଭିଯାନର ବିବରଣୀ

ସମୟ ସୀମା

ପରିତୋଷ

ଅଂଶଗ୍ରହଣ ମାନଦଣ୍ଡ

  1. ମିଡିଆ ହାଉସ୍
  2. ସୃଜନଶୀଳ ବିକାଶ ସଂସ୍ଥା
  3. ମଲ୍ଟି-ମିଡିଆ ଏଜେନ୍ସି
  4. କଲେଜ୍‌ ଛାତ୍ରଛାତ୍ରୀ
  5. ପ୍ରତିଷ୍ଠିତ ସଂସ୍ଥା; ସ୍ୱୀକୃତ ସଂସ୍ଥା/NGO
  6. ବୃତ୍ତିଗତ
  7. ଅନ୍ୟାନ୍ୟ

ମୂଲ୍ୟାୟନ ମାନଦଣ୍ଡ

ଆପଣଙ୍କର ମଲ୍ଟି-ମୋଡ୍ ଯୋଗାଯୋଗ ଅଭିଯାନର ମୂଲ୍ୟାଙ୍କନ ଉପରୋକ୍ତ JJM ଅଭିଯାନ ଉଦ୍ଦେଶ୍ୟ, ସେମାନଙ୍କର ମୌଳିକତା, ବିବିଧ ଦର୍ଶକଙ୍କୁ ସେମାନଙ୍କର ଆକର୍ଷଣ କରିବା ଏବଂ ଯୋଗାଯୋଗର ବିଭିନ୍ନ ମାଧ୍ୟମ ମାଧ୍ୟମରେ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିବାର କ୍ଷମତା ଉପରେ ଆଧାର କରି ମୂଲ୍ୟାଙ୍କନ କରାଯିବ । ଏହାବ୍ୟତୀତ, ଏହି ଧାରଣାଗୁଡିକର କିଛି ଅନ୍ତର୍ନିହିତ ପ୍ରଭାବ ମୂଲ୍ୟାଙ୍କନ ମେଟ୍ରିକ୍ସ ରହିବା ଉଚିତ, ଯାହା ଦ୍ୱାରା ଆମେ ଅଭିଯାନର ଅଗ୍ରଗତି / ପ୍ରଭାବକୁ ଟ୍ରାକ୍ କରିପାରିବା । ଚୟନ କମିଟି ଉପରୋକ୍ତ ମାନଦଣ୍ଡ ଆଧାରରେ ଧାରଣାଗୁଡ଼ିକର ମୂଲ୍ୟାଙ୍କନ କରିବ ଏବଂ ବିଜେତା ଚୟନ କରିବ।

#

ମାନଦଣ୍ଡ

ବର୍ଣ୍ଣନା

1

ମୌଳିକତା

ବାର୍ତ୍ତା ଓ ବିଚାରର ଶକ୍ତିଶାଳୀ ପ୍ରଭାବ ରହିବା ଦରକାର, ଚୋରି ହୋଇଥିବା ଉଚିତ ନୁହେଁ।

2

ପହଁଞ୍ଚିବା

ଏହି ଅଭିଯାନ ବିଭିନ୍ନ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ଆବଶ୍ୟକ ।

3

ବୈଷୟିକ ସମ୍ଭାବନା

ଅଭିଯାନର ବୈଶିଷ୍ଟ୍ୟ, ସ୍କେଲେବିଲିଟି, ଇଣ୍ଟରଅପରେବିଲିଟି ଏବଂ ବୃଦ୍ଧି।

4

ରୋଡମ୍ୟାପ

ବିଭିନ୍ନ ବର୍ଗରେ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଯୋଗାଯୋଗ ରଣନୀତି, ସମୟ।

5

ଦଳଗତ ଦକ୍ଷତା ଓ ସଂସ୍କୃତି

ଟିମ୍‌ ଲିଡରଙ୍କ ପ୍ରଭାବ (ଅର୍ଥାତ୍ ମାର୍ଗଦର୍ଶନ କରିବାର କ୍ଷମତା, ଧାରଣା ଉପସ୍ଥାପନ କରିବାର କ୍ଷମତା), ଦଳର ସଦସ୍ୟଙ୍କ ଯୋଗ୍ୟତା, ଅଭିବୃଦ୍ଧି ଏବଂ
ସଙ୍ଗଠନର ସାମର୍ଥ୍ୟ

6

ଆର୍ଥିକ ଯୋଜନା

ପ୍ରଚାର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ଭାବ୍ୟ ଖର୍ଚ୍ଚ।

7

ୟୁନିକ୍ ସେଲିଂ ପଏଣ୍ଟ (USP)

ଏହି ଅଭିଯାନ ଯୋଜନାରେ ପ୍ରଦର୍ଶିତ ହେବାକୁ ଥିବା ଅନନ୍ୟ ବୈଶିଷ୍ଟ୍ୟର ତାଲିକା।

ନିୟମ ଓ ସର୍ତ୍ତାବଳୀ

  1. ପ୍ରତିଯୋଗୀ/ୟୁଜର ଆଇଡିରୁ କେବଳ ଗୋଟିଏ ଏଣ୍ଟ୍ରିକୁ ବୈଧ ବୋଲି ବିବେଚନା କରାଯିବ।
  2. ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଏଣ୍ଟ୍ରି ଶୁଳ୍କ ନାହିଁ।
  3. ଯଦି ଭାଗ ନେଉଥିବା ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଆକ୍ଟିଭିଟିରେ ଭାଗ ନେଉଛନ୍ତି ତେବେ ତାଙ୍କୁ ମାଇଁଗଭ୍‌ରେ ଭାଗ ନେବା ପାଇଁ ଆବଶ୍ୟକ ତଥ୍ୟ ପୂରଣ କରିବାକୁ ହେବ। ସବିଶେଷ ତଥ୍ୟ ଦାଖଲ କରି ଏବଂ ଚାଲେଞ୍ଜରେ ଭାଗ ନେଇ ପ୍ରତିଯୋଗୀମାନେ ବିଜୟୀ ଘୋଷିତ ହେଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପାରିବ।
  4. ପ୍ରତିଯୋଗୀମାନେ ନିଶ୍ଚିତ କରିବେ ଯେ ସେମାନଙ୍କ ପ୍ରୋଫାଇଲରେ ଥିବା ସୂଚନା ସଠିକ୍ ଓ ଅପଡେଟେଡ୍‌ ଅଟେ କାରଣ ଏହା ଯେକୌଣସି ପରବର୍ତ୍ତୀ ଯୋଗାଯୋଗ ପାଇଁ ବ୍ୟବହାର କରାଯିବ। ଯେଉଁଥିରେ ନାଁ, ଠିକଣା, ଇମେଲ୍ ଆଡ୍ରେସ, ଫୋନ୍ ନମ୍ବର ଇତ୍ୟାଦି ସାମିଲ ରହିଛି। ଅସମ୍ପୂର୍ଣ୍ଣ କିମ୍ବା ଭୁଲ୍ ସୂଚନା ଥିବା କୌଣସି ଏଣ୍ଟ୍ରିକୁ ବିଚାରକୁ ନିଆଯିବ ନାହିଁ।
  5. ପ୍ରତିଯୋଗୀ ଦାଖଲ କରାଯାଇଥିବା କାର୍ଯ୍ୟ ନିଜସ୍ୱ ଏବଂ ସେମାନଙ୍କର କାର୍ଯ୍ୟ ବୋଲି ଅଣ୍ଡରଟେକିଂ ନେବେ।
  6. ଏହି କଣ୍ଟେଣ୍ଟ୍‌ରେ କୌଣସି ପ୍ରକାରର ଉତ୍ତେଜନାମୂଳକ, ଅନୁଚିତ, କିମ୍ବା ଆପତ୍ତିଜନକ ବିଷୟବସ୍ତୁ ରହିବା ଉଚିତ ନୁହେଁ ।
  7. ଗୋଟିଏ ଟିମ୍‌ର ସଦସ୍ୟ/ଟିମ୍ ଲିଡ୍ ସଦସ୍ୟ ହୋଇପାରିବେ ନାହିଁ/ଅନ୍ୟ ଦଳର ଲିଡ୍ ହୋଇପାରିବେ ନାହିଁ। ଜଣେ ବ୍ୟକ୍ତି ଉଭୟ ଦଳ ଓ ଏକକ ଅଂଶଗ୍ରହଣ କରିପାରିବେ ନାହିଁ।
  8. ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗର ଜାତୀୟ ଜଳ ଜୀବନ ମିଶନର ବୌଦ୍ଧିକ ସମ୍ପତ୍ତି ଏବଂ କପିରାଇଟ୍‌ରେ ଏହି ଏଣ୍ଟ୍ରିଗୁଡ଼ିକ ରହିବ। ଏହା ଉପରେ କେହି ଅଧିକାର ସାଭ୍ୟସ୍ତ କରିପାରିବେ ନାହିଁ। ଏହି ଏଣ୍ଟ୍ରିଗୁଡ଼ିକୁ ଭାରତ ସରକାର ଜନକଲ୍ୟାଣ ଏବଂ ସଚେତନତା ଅଭିଯାନ ପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
  9. ସମସ୍ତ ଏଣ୍ଟ୍ରି www.innovateindia.mygov.in ରେ ଦାଖଲ କରାଯିବ । ମାଇଁଗଭ୍‌ ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ଦାଖଲ କରାଯାଇଥିବା ଏଣ୍ଟ୍ରିକୁ ମୂଲ୍ୟାୟନ ପାଇଁ ବିଚାର କରାଯିବ ନାହିଁ।
  10. ଆୟୋଜକମାନେ ପ୍ରତିଯୋଗୀମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଏବଂ ଯଦି ଦାଖଲ କରାଯାଇଥିବା ସୂଚନା ଅସମ୍ପୂର୍ଣ୍ଣ, ଚୋରି, ମିଥ୍ୟା କିମ୍ବା ତ୍ରୁଟିଯୁକ୍ତ ହୋଇଥାଏ ତେବେ ଏଣ୍ଟ୍ରିକୁ ପ୍ରତ୍ୟାଖ୍ୟାନ/ଅଗ୍ରାହ୍ୟ କରିବାର ଅଧିକାର ସୁରକ୍ଷିତ ରଖନ୍ତି । ନକଲ, ଏକାଧିକ ଏଣ୍ଟ୍ରି ଇତ୍ୟାଦି କୌଣସି ପ୍ରକାରର ଅପବ୍ୟବହାରକୁ ଗ୍ରହଣ କରାଯିବ ନାହିଁ।
  11. କଣ୍ଟେଣ୍ଟ୍‌ ନିଜସ୍ୱ ହୋଇଥିବା ଆବଶ୍ୟକ ଏବଂ ଭାରତୀୟ କପିରାଇଟ୍ ଅଧିନିୟମ, 1957ର କୌଣସି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିବା ଉଚିତ ନୁହେଁ। ଅନ୍ୟର କପିରାଇଟକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ପ୍ରତିଯୋଗିତାରୁ ଅଯୋଗ୍ୟ ବିବେଚିତ ହେବେ। ପ୍ରତିଯୋଗୀଙ୍କ ଦ୍ୱାରା କରାଯାଇଥିବା କପିରାଇଟ ଉଲ୍ଲଙ୍ଘନ କିମ୍ବା ବୌଦ୍ଧିକ ସମ୍ପତ୍ତିର ଉଲ୍ଲଙ୍ଘନ ପାଇଁ ଭାରତ ସରକାର କୌଣସି ଦାୟିତ୍ୱ ବହନ କରିବେ ନାହିଁ।
  12. ଜଳଶକ୍ତି ମନ୍ତ୍ରଣାଳୟ, ପାନୀୟ ଜଳ ଓ ପରିମଳ ବିଭାଗ ପ୍ରତିଯୋଗିତା ଏବଂ ନିୟ ଓ ସର୍ତ୍ତାବଳୀ / ବୈଷୟିକ ମାନଦଣ୍ଡ / ମୂଲ୍ୟାଙ୍କନ ମାନଦଣ୍ଡର ସମସ୍ତ କିମ୍ବା ଯେକୌଣସି ଅଂଶକୁ ବାତିଲ କିମ୍ବା ସଂଶୋଧନ କରିବାର ଅଧିକାର ସଂରକ୍ଷିତ ରଖିଛି । ତେବେ ନିୟମ ଓ ସର୍ତ୍ତାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାୟନ ମାନଦଣ୍ଡରେ କୌଣସି ପରିବର୍ତ୍ତନ କିମ୍ବା ପ୍ରତିଯୋଗିତା ବାତିଲ ହେଲେ ତାହା ମାଇଁଗଭ୍‌ରେ ଅପଡେଟ୍/ ପୋଷ୍ଟ କରାଯିବ।
  13. ସମସ୍ତ ବିବାଦ / ଆଇନଗତ ଅଭିଯୋଗ କେବଳ ଦିଲ୍ଲୀର ଅଧିକାର କ୍ଷେତ୍ର ଅଧୀନରେ ରହିଛି। ଏଥିପାଇଁ ହେଉଥିବା ଖର୍ଚ୍ଚ ପ୍ରତିଯୋଗୀ ନିଜେ ବହନ କରିବେ।
  14. ମାଇଁ‌ଗଭ୍‌ରେ ଏହି ପ୍ରତିଯୋଗିତା ପାଇଁ ଦର୍ଶାଯାଇଥିବା ନିୟମ ଓ ସର୍ତ୍ତାବଳୀ/ ବୈଷୟିକ ମାନଦଣ୍ଡ/ ମୂଲ୍ୟାୟନ ମାନଦଣ୍ଡରେ କୌଣସି ପରିବର୍ତ୍ତନ ବିଷୟରେ ନିଜକୁ ଅବଗତ ଏବଂ ଅପଡେଟ୍ ରଖିବା ପ୍ରତିଯୋଗୀଙ୍କ ଦାୟିତ୍ୱ ହେବ ।

ଅନ୍ୟାନ୍ୟ ଚ୍ୟାଲେଞ୍ଜ ଯେଉଁଥିରେ ଆପଣ ଆଗ୍ରହ ଥାଇପାରେ