ଅଂଶଗ୍ରହଣ

ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ
205.62+ Lakh
Teachers Teachers
14.93+ Lakh
ପିତାମାତା ପିତାମାତା
5.69+ Lakh

ଫଲୋ କରନ୍ତୁ WhatsApp ଚ୍ୟାନେଲକୁ PPC 2024ର ମୁଖ୍ୟ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ।

पीपीसी 2024 हाइलाइट्स के बारे में जानकारी प्राप्त करने के लिए व्हाट्सएप चैनल को फॉलो करें ।

'ପରୀକ୍ଷା ପେ ଚର୍ଚ୍ଚା' ପ୍ରତିଯୋଗିତା 2024କୁ ସ୍ୱାଗତ

ପରୀକ୍ଷା ଚାପକୁ ଭୟ ନକରି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ପାଆନ୍ତୁ!

ଭାରତର ପ୍ରତ୍ୟେକ ଛାତ୍ରଛାତ୍ରୀ ଅପେକ୍ଷା କରିଥିବା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି- ଯାହା ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପରିକ୍ଷା ପେ ଚର୍ଚ୍ଚା!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାବକ ଓ ଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା କରିବେ, ଯାହାଦ୍ୱାରା ସେମାନେ ଛାତ୍ରଛାତ୍ରୀଙ୍କ ସମସ୍ତ ସ୍ୱପ୍ନ ଓ ଲକ୍ଷ୍ୟ ପୂରଣରେ ସହାୟତା କରିପାରିବେ।

ତେବେ, ଆପଣ (ଛାତ୍ର, ଅଭିଭାବକ କିମ୍ବା ଶିକ୍ଷକ) କିପରି 'ପରୀକ୍ଷା ପେ ଚର୍ଚ୍ଚା'ର ଷଷ୍ଠ ସଂସ୍କରଣରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ? ଏହା ଅତ୍ୟନ୍ତ ସହଜ।

ଜଣେ ଛାତ୍ର, ଅଭିଭାବକ କିମ୍ବା ଶିକ୍ଷକ ଅଂଶଗ୍ରହଣ କରିବାର ସୁଯୋଗ

ପଢନ୍ତୁ:

  • ପ୍ରଥମେ ଆପଣ କ୍ଲିକ୍ କରନ୍ତୁ ବର୍ତ୍ତମାନ ଭାଗ ନିଅନ୍ତୁ ବଟନ ଉପରେ ।
  • ମନେରଖନ୍ତୁ, ଏହି ପ୍ରତିଯୋଗିତା କେବଳ 9ମରୁ 12ମ ଶ୍ରେଣୀ ସ୍କୁଲ 6ଷ୍ଠରୁ 12ଶ ଶ୍ରେଣୀ ।
  • ଛାତ୍ରଛାତ୍ରୀମାନେ ସର୍ବାଧିକ 500 ଅକ୍ଷରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଶ୍ନ ମଧ୍ୟ ପଚାରିପାରିବେ ।
  • ଅଭିଭାବକ ଓ ଶିକ୍ଷକମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଅନଲାଇନ୍ କାର୍ଯ୍ୟକଳାପରେ ସେମାନଙ୍କର ଏଣ୍ଟ୍ରି ଦାଖଲ କରିପାରିବେ ।

ଭାଗ ନିଅନ୍ତୁ

ସ୍ୱୟଂ ଅଂଶଗ୍ରହଣ
ଛାତ୍ରଛାତ୍ରୀ
(ସ୍ୱୟଂ ଅଂଶଗ୍ରହଣ)

6ଷ୍ଠ - 12ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ

ଶିକ୍ଷକ ଲଗଇନ ମାଧ୍ୟମରେ ଅଂଶଗ୍ରହଣ
ଛାତ୍ରଛାତ୍ରୀ
(ଶିକ୍ଷକ ଲଗଇନ ମାଧ୍ୟମରେ ଅଂଶଗ୍ରହଣ)

6ଷ୍ଠ - 12ଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଯାହାଙ୍କ ପାଖରେ ଇଣ୍ଟରନେଟ୍ କିମ୍ବା ଇମେଲ୍ ଆଇଡି କିମ୍ବା ମୋବାଇଲ୍ ନମ୍ବର ଉପଲବ୍ଧ ନାହିଁ

ଶିକ୍ଷକ
ଶିକ୍ଷକ

ଶିକ୍ଷକ

ପିତାମାତାଙ୍କ ପାଇଁ
ପିତାମାତାଙ୍କ ପାଇଁ

ବିଦ୍ୟାଳୟକୁ ଯାଉଥିବା ପିଲାଙ୍କ ପିତାମାତାଙ୍କ ପାଇଁ (6ଷ୍ଠ - 12ଶ ଶ୍ରେଣୀ)

ପୁରସ୍କାର

ପୁରସ୍କାର

ମାଇଁଗଭ୍‌ରେ ହୋଇଥିବା ପ୍ରତିୟୋଗିତା ମାଧ୍ୟମରେ ଚୟନ ହୋଇଥିବା ପ୍ରାୟ 2050 ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ PPC କିଟ୍ ପ୍ରଦାନ କରାଯିବ।

ପୁରସ୍କାର

ଗୁରୁତ୍ୱପୂର୍ଣ୍ଣ ତାରିଖ

ଗୁରୁତ୍ୱପୂର୍ଣ୍ଣ ତାରିଖ
ଆରମ୍ଭ ତାରିଖ - 11 ଡିସେମ୍ବର 2023
ଶେଷ ତାରିଖ - 12 ଜାନୁଆରୀ 2024

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିଜ ଭିତରେ ଥିବା ଏକ୍‌ଜାମ୍ ୱାରିୟରକୁ ଯାଗ୍ରତ କରନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧାସଳଖ ଯୋଡି ହୁଅନ୍ତୁ

"I am an Exam Warrior because..."

PM Modi wants to hear your unique exam mantras!

As an exam warrior in shining armor, what helps you conquer the fear of exams and power through? Share your PoV, your study rituals, your prep-finds or anything that is your mantra for success during exams in 300 words.

ଏକ୍‌ଜାମ୍ ୱାରିୟର୍ସ ମଡ୍ୟୁଲ

'ପରୀକ୍ଷା ପେ ଚର୍ଚ୍ଚା' ଏକ ବୃହତ ଆନ୍ଦୋଳନର ଅଂଶବିଶେଷ ଏକ୍‌ଜାମ୍ ୱାରିୟର୍ସର ଏକ ଅଂଶ ବିଶେଷ- ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ପାଇଁ ଏକ ଚାପମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ।

Top 10 Exam Warriors with the best exam mantras win a once-in-a-lifetime opportunity to visit the PM's residence!

ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ ଓ ସମାଜକୁ ଏକାଠି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଏହା ଏପରି ଏକ ଆନ୍ଦୋଳନ, ଯାହାଦ୍ୱାରା ଏଭଳି ଏକ ପରିବେଶ ସୃଷ୍ଟି ହେବ, ଯେଉଁଠି ପ୍ରତ୍ୟେକ ପିଲାର ଅନନ୍ୟ ବ୍ୟକ୍ତିତ୍ୱର ଉତ୍ସବ ପାଳନ ହେବ, ପ୍ରୋତ୍ସାହିତ କରାଯିବ ଏବଂ ନିଜର ଭାବନା ବ୍ୟକ୍ତ କରିବାରେ କୌଣସି ପ୍ରତିବନ୍ଧକ ନଥିବ ଆଉ ଏହି ଅଭିଯାନକୁ ସମ୍ପୂର୍ଣ୍ଣ ଭାବେ ପ୍ରେରଣା ଦେଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେଷ୍ଟ୍‌ସେଲିଂ ପୁସ୍ତକ 'ଏକ୍‌ଜାମ୍‌ ୱାରିଅର୍ସ' । ଏହି ପୁସ୍ତକ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି। ଅଯାଥା ଚାପ ଓ ଚିନ୍ତା ଦ୍ୱାରା ପରୀକ୍ଷାକୁ ଜୀବନ-ମୃତ୍ୟୁର ସ୍ଥିତିରେ ପରିଣତ କରିବା ପରିବର୍ତ୍ତେ ପରୀକ୍ଷାକୁ ସଠିକ୍ ଦୃଷ୍ଟିକୋଣରେ ରଖିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଶିଖିବା ଏକ ଆନନ୍ଦଦାୟକ, ପରିତୃପ୍ତ ଏବଂ ଅନ୍ତହୀନ ଯାତ୍ରା ହେବା ଉଚିତ - ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁସ୍ତକର ବାର୍ତ୍ତା।

NaMo ଆପରେ ଥିବା ଏକ୍‌ଜାମ୍‌ ୱାରିୟର୍ସ ମଡ୍ୟୁଲ,ଏକ୍‌ଜାମ୍‌‌ ୱାରିୟର୍ସ ଅଭିଯାନରେ ଏକ ପାରସ୍ପରିକ ଜ୍ଞାନକୌଶଳ ଉପାଦାନକୁ ଯୋଡ଼ିଛି। ଏହା ପ୍ରତ୍ୟେକ ମନ୍ତ୍ରର ମୂଳ ବାର୍ତ୍ତାକୁ ସୂଚାଇଥାଏ ଯାହା ପ୍ରଧାନମନ୍ତ୍ରୀ 'ଏକ୍‌ଜାମ୍‌‌ ୱାରିୟର୍ସ' ପୁସ୍ତକରେ ଲେଖିଛନ୍ତି।

ଏହି ମଡ୍ୟୁଲ କେବଳ ଯୁବବର୍ଗଙ୍କ ପାଇଁ ନୁହେଁ, ବରଂ ଅଭିଭାବକ ଓ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ। ପ୍ରତ୍ୟେକ ମନ୍ତ୍ର ସଚିତ୍ର ଭାବେ ପ୍ରଦର୍ଶିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ 'ଏକ୍‌ଜାମ୍‌‌ ୱାରିୟର୍ସ'ରେ ଲେଖିଥିବା ମନ୍ତ୍ର ଏବଂ ଧାରଣାକୁ ସମସ୍ତେ ଗ୍ରହଣ କରିପାରିବେ। ଏହି ମଡ୍ୟୁଲରେ ଚିନ୍ତା ଉଦ୍ରେକକାରୀ କିନ୍ତୁ ଆନନ୍ଦଦାୟକ କାର୍ଯ୍ୟକଳାପ ମଧ୍ୟ ରହିଛି ଯାହା ବ୍ୟବହାରିକ ଉପାୟରେ ଧାରଣାକୁ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ।

ଉଦାହରଣ ସ୍ୱରୂପ:
ଏକ୍‌ଜାମ୍‌ ୱାରିୟର୍ସ ଉଦାହରଣ

ଏକ କାର୍ଯ୍ୟକଳାପ ଛାତ୍ରମାନଙ୍କୁ ସେମାନଙ୍କ ସାଙ୍ଗମାନଙ୍କ ସହିତ ପୂର୍ବରୁ ଡିଜାଇନ୍ ହୋଇଥିବାଲାଫ ହାର୍ଡ କାର୍ଡପୂରଣ କରିବା ଏବଂ ବାଣ୍ଟିବାକୁ କହିଥାଏ, ଯାହା ସେମାନଙ୍କୁ ପରସ୍ପର ସହିତ ମଜାଦାର ହସର କିଛି କ୍ଷଣ ବିତାଇବାରେ ସହାୟକ ହେବ ।

ଏଠାରେ କ୍ଲିକ୍ କରନ୍ତୁ

ଅନ୍ୟ ଏକ କାର୍ଯ୍ୟକଳାପ ପିତାମାତାଙ୍କୁ ପ୍ରୋତ୍ସାହିତ କରିଥାଏ ନିଜ ପିଲାମାନଙ୍କୁଟେକ୍ ଗୁରୁକରି ସେମାନଙ୍କ ସହିତ ବୈଷୟିକ ଜ୍ଞାନକୌଶଳର ଚମତ୍କାରିତାର ଅନ୍ୱେଷଣ କରିବା ପାଇଁ । ଏହା ପିତାମାତାଙ୍କୁ ପିଲାଙ୍କ ନିକଟତର କରିବା ସହ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦିଗରେ ଏକ ଗଠନମୂଳକ ଆଭିମୁଖ୍ୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ।

ଏକ୍‌ଜାମ୍‌ ୱାରିୟର୍ ମଡ୍ୟୁଲରେ ଏଭଳି ଅନେକ ଆକର୍ଷଣୀୟ କାର୍ଯ୍ୟକଳାପ ରହିଛି

କାର୍ଯ୍ୟକଳାପ ଉଦାହରଣ
କାର୍ଯ୍ୟକଳାପ ଉଦାହରଣ