ବର୍ତ୍ତମାନ ଭାଗ ନିଅନ୍ତୁ
ସବମିଶନ୍ ଓପନ୍
11/06/2025 - 31/07/2025

ବିଶ୍ୱ ତମାଖୁ ନିଷେଧ ଦିବସ ସଚେତନତା ରାଲି

ବିଶ୍ୱ ତମାଖୁ ନିଷେଧ ଦିବସ ସମ୍ପର୍କରେ

ବିଶ୍ୱ ତମାଖୁ ନିଷେଧ ଦିବସ ବିଶ୍ୱବ୍ୟାପି ପାଳନ କରାଯାଏ ମେ' 31 ରେ ବିଶ୍ୱବ୍ୟାପି ପାଳନ କରାଯାଏ । ଯାହାକୁ ଆରମ୍ଭ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ଏହି ଦିବସ ସ୍ୱାସ୍ଥ୍ୟ, ପରିବେଶ ଏବଂ ଅର୍ଥବ୍ୟବସ୍ଥା ଉପରେ ତମାଖୁର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଇଥାଏ। ତମାଖୁ ସେବନ ହ୍ରାସ ଓ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ସାମୁହିକ ପଦକ୍ଷେପ ନେବା ପାଇଁ ଏହା ବ୍ୟକ୍ତି, ଗୋଷ୍ଠୀ ଓ ସରକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିଥାଏ।

ଏହି ଦିବସ ଉଭୟ ଧୂମପାନ ଓ ଧୂଆଁମୁକ୍ତ ରୂପ ସମେତ ତମାଖୁ ସେବନର ବିପଦରୁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିକୁ ରକ୍ଷା କରିବାର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥାଏ । ଏହା ଜନସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ ଏବଂ ପ୍ରତିଷେଧକ ପଦକ୍ଷେପ, ବ୍ୟବହାରରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ମାଧ୍ୟମରେ ଅଣ-ସଙ୍କ୍ରାମକ ରୋଗର ବୋଝକୁ ହ୍ରାସ କରିବା ପାଇଁ ଜାତୀୟ ପ୍ରୟାସକୁ ସମର୍ଥନ କରିଥାଏ।

ବିଶ୍ୱ ତମାଖୁ ନିଷେଧ ଦିବସ ଯୁବବର୍ଗଙ୍କୁ ଶିକ୍ଷିତ କରିବା, ଷ୍ଟେକହୋଲ୍ଡରମାନଙ୍କୁ ସାମିଲ କରିବା ଏବଂ ତମାଖୁ ନିୟନ୍ତ୍ରଣ ଆଇନ ଏବଂ ନୀତିର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ପାଇଁ ବିଶ୍ୱ ତମାଖୁ ନିଷେଧ ଦିବସ ଏକ ସୁଯୋଗ ଯାହା ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ (COTPA), 2003 ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NTCP), ଏବଂ ତମାଖୁ ନିୟନ୍ତ୍ରଣ ଉପରେ WHO ଫ୍ରେମୱାର୍କ କନଭେନସନ (WHO FCTC) ସହ ସମନ୍ୱିତ ।.

ଏହି ଅଭିଯାନ ବିଷୟରେ

ବିଶ୍ୱ ତମାଖୁ ନିଷେଧ ଦିବସ 31 ମେ 2025ରେ ପାଳନ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (DoSEL)ଦେଶର ସମସ୍ତ ବିଦ୍ୟାଳୟମାନଙ୍କୁ ନିଜର ସୃଜନଶୀଳତାକୁ ଉନ୍ମୁକ୍ତ କରି ଦେଶବ୍ୟାପୀ ସ୍କୁଲ ଚ୍ୟାଲେଞ୍ଜ ରେ ଭାଗନେବା ପାଇଁ ଆହ୍ୱାନ କରିଛି, ଏହାଦ୍ୱାରା ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଆହ୍ୱାନରେ ଚାରୋଟି ଉପକରଣ/କାର୍ଯ୍ୟକଳାପ ସାମିଲ ରହିଛି, ଯଥା- ରାଲି, ପଥପ୍ରାନ୍ତ ନାଟକ, ପୋଷ୍ଟର ଏବଂ ସ୍ଲୋଗାନ/କବିତା, ଯାହାର ଉପଯୋଗ ତମାଖୁ ସେବନ ବିରୋଧରେ ସ୍ଥାନୀୟ ସମୁଦାୟକୁ ସଙ୍ଗଠିତ କରିବା ପାଇଁ ବିଦ୍ୟାଳୟଗୁଡ଼ିକ ଦ୍ୱାରା କରାଯାଇପାରିବ।

ଏହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧିକ ଅଂଶଗ୍ରହଣ ସହ ରାଲି, ପଥପ୍ରାନ୍ତ ନାଟକ, ପୋଷ୍ଟର ମେକିଂ ଏବଂ ସ୍ଲୋଗାନ/କବିତା ରଚନା ପ୍ରତିଯୋଗିତା ଆୟୋଜନ କରାଯିବ ଯାହାଦ୍ୱାରା ବାର୍ତ୍ତାର ପ୍ରଚାର ହୋଇପାରିବ: ତମାଖୁକୁ 'ନା' କୁହନ୍ତୁ, ସ୍ୱାସ୍ଥ୍ୟକୁ 'ହଁ' କୁହନ୍ତୁ। ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ପରିବର୍ତ୍ତନର କାରକ ଏବଂ ତମାଖୁ ମୁକ୍ତ ପିଢ଼ିର ଲକ୍ଷ୍ୟ ହାସଲ ପାଇଁ ଉତ୍‌ପ୍ରେରକ ଭାବେ ଗଢ଼ି ତୋଳିବା। ଏହି ଚାରୋଟି ଉପକରଣ/କାର୍ଯ୍ୟକଳାପ ଛାତ୍ରଛାତ୍ରୀଙ୍କୁ ଜନସାଧାରଣଙ୍କ ସହ ଯୋଡ଼ିବା, ସଚେତନତା ସୃଷ୍ଟି କରିବା ଏବଂ ସୁସ୍ଥ, ତମାଖୁମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ।

ପ୍ରତିଯୋଗିତା ସମୀକ୍ଷା: ଶୀର୍ଷକ "ଏକ ତମାଖୁ ମୁକ୍ତ ପିଢ଼ି ଆଡ଼କୁ: ସ୍କୁଲ ଚ୍ୟାଲେଞ୍ଜ"

ବିଶ୍ୱ ତମାଖୁ ନିଷେଧ ଦିବସ 2025 ପାଳନର ଏକ ଅଂଶ ସ୍ୱରୂପ "ଦେଶବ୍ୟାପୀ ସ୍କୁଲ ଚ୍ୟାଲେଞ୍ଜ" 31 ଜୁଲାଇ, 2025 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ଏବଂ ସମୁଦାୟ ମଧ୍ୟରେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସୁସ୍ଥ ସମାଜ ଗଠନରେ ପରିବର୍ତ୍ତନର ଏଜେଣ୍ଟ ହେବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା।

ତମାଖୁ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ବିପଦ ଭାବେ ଅବ୍ୟାହତ ରହିଛି, ଯାହା ପ୍ରତିବର୍ଷ ଅସଂଖ୍ୟ ଜୀବନ ନେଉଛି ଏବଂ ସାରା ଦେଶରେ ପରିବାର ଓ ସମ୍ପ୍ରଦାୟକୁ ପ୍ରଭାବିତ କରୁଛି । ଏହି ଚ୍ୟାଲେଞ୍ଜ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପଡ଼ୋଶୀ ଏବଂ ଆଖପାଖ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଲାଗି ପ୍ରସ୍ତୁତ କରିବା ଲାଗି ବିଦ୍ୟାଳୟଗୁଡ଼ିକୁ ଏକ ସୁଯୋଗ ପ୍ରଦାନ କରୁଛି । ତମାଖୁକୁ 'ନା' କୁହନ୍ତୁ, ସ୍ୱାସ୍ଥ୍ୟକୁ 'ହଁ' କୁହନ୍ତୁ।

ଏହି ଚ୍ୟାଲେଞ୍ଜରେ ଭାଗ ନେଉଥିବା ବିଦ୍ୟାଳୟଗୁଡ଼ିକ ସୁନିଶ୍ଚିତ କରିପାରିବେ ଯେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ଚାରିଟି କାର୍ଯ୍ୟକଳାପରେ ଭାଗ ନେବେ ଏବଂ ସେମାନଙ୍କୁ ସୃଜନାତ୍ମକ ଏବଂ ଅର୍ଥପୂର୍ଣ୍ଣ ଭାବେ ନିଜର ମତ ପ୍ରକାଶ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଛାତ୍ରଛାତ୍ରୀମାନେ ପ୍ରଭାବଶାଳୀ ପୋଷ୍ଟର ପ୍ରସ୍ତୁତ କରିପାରିବେ, ଭାବପ୍ରବଣ ସ୍ଲୋଗାନ ଏବଂ କବିତା ଲେଖିପାରିବେ, ପଥପ୍ରାନ୍ତ ନାଟକ ପରିବେଷଣ କରିପାରିବେ ଏବଂ ବାର୍ତ୍ତାର ସର୍ବାଧିକ ପ୍ରସାର ପାଇଁ ରାଲି ମାଧ୍ୟମରେ ସ୍ଥାନୀୟ ସମୁଦାୟ ସହିତ ଜଡିତ ହୋଇପାରିବେ। ଏହି ସୃଜନଶୀଳ ପ୍ରୟାସ ଜନସାଧାରଣଙ୍କୁ ସାମିଲ କରିବା, ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ତମାଖୁ ବ୍ୟବହାର ବିରୋଧରେ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣା ଯୋଗାଇବା ପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବେ କାର୍ଯ୍ୟ କରିବ।

ଦାଖଲ ବିବରଣୀ

ଭାଗ ନେଉଥିବା ସମସ୍ତ ବିଦ୍ୟାଳୟ ବିଦ୍ୟାଳୟ ପାଇଁ ଜଣେ ନୋଡାଲ ବ୍ୟକ୍ତି (ପ୍ରଧାନ ଶିକ୍ଷକ, ଶିକ୍ଷକ କିମ୍ବା ପ୍ରଶାସନିକ କର୍ମଚାରୀ) ଚିହ୍ନଟ କରିବା ଉଚିତ୍। ନୋଡାଲ ବ୍ୟକ୍ତି ମାଇଁଗଭ୍ ଇନୋଭେଟ୍ ପ୍ଲାଟଫର୍ମରେ ନିଜକୁ ପଞ୍ଜିକୃତ କରିବେ ଯାହାଦ୍ୱାରା ପ୍ରତିଯୋଗିତା ପାଇଁ ବିଦ୍ୟାଳୟ ଯୋଗ୍ୟ ବିବେଚିତ ହେବ । ପ୍ରତ୍ୟେକ ଅଂଶଗ୍ରହଣକାରୀ ବିଦ୍ୟାଳୟ ସଫଳତାର ସହ ଦାଖଲ କରିବା ପାଇଁ ନିମ୍ନୋକ୍ତ ଚିତ୍ର କିମ୍ବା ଭିଡିଓ ଲିଙ୍କ୍ ଦାଖଲ କରିବାକୁ ପଡିବ।

  1. ନୋଡାଲ ଅଫିସର:
    1. ନୋଡାଲ ଅଫିସର ଜଣେ ପ୍ରଧାନ ଶିକ୍ଷକ, ଶିକ୍ଷକ କିମ୍ବା ପ୍ରଶାସନିକ କର୍ମଚାରୀ ହୋଇପାରନ୍ତି।
    2. ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବା ପାଇଁ ନୋଡାଲ ବ୍ୟକ୍ତିବିଶେଷ ମାଇଁଗଭ୍ ଇନୋଭେଟ୍ ପ୍ଲାଟଫର୍ମରେ ନିଜକୁ ପଞ୍ଜିକୃତ କରିବା ଆବଶ୍ୟକ।
    3. ନୋଡାଲ ଅଧିକାରୀଙ୍କ ବିବରଣୀ ଦାଖଲ: ନାମ, ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ପୂରଣ କରିବାକୁ ହେବ ।
    4. ବିଦ୍ୟାଳୟର ସବିଶେଷ ବିବରଣୀ ଯେପରିକି
      1. UDISE କୋଡ,
      2. ବିଦ୍ୟାଳୟର ବର୍ଗ ଯଥା
        1. ଫାଉଣ୍ଡେସନ (ପ୍ରି-ପ୍ରାଇମାରିରୁ 2ୟ ଶ୍ରେଣୀ କିମ୍ବା 2ୟ ଶ୍ରେଣୀ ପର୍ଯ୍ୟନ୍ତ)
        2. ପ୍ରସ୍ତୁତି (3-5 ଶ୍ରେଣୀ କିମ୍ବା 5ମ ଶ୍ରେଣୀ ପର୍ଯ୍ୟନ୍ତ),
        3. ମଧ୍ୟମ (6-8 କିମ୍ବା 8ମ ଶ୍ରେଣୀ ପର୍ଯ୍ୟନ୍ତ) ଏବଂ
        4. ମାଧ୍ୟମିକ (9-12 କିମ୍ୱା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ), ରାଜ୍ୟ ଓ ଜିଲ୍ଲା
  2. କାର୍ଯ୍ୟକଳାପର ବିବରଣୀ- ବିଦ୍ୟାଳୟଗୁଡ଼ିକ 4ଟି ବର୍ଗରେ (ପ୍ରାଥମିକ, ପ୍ରସ୍ତୁତି, ମଧ୍ୟମ, ମାଧ୍ୟମିକ) କାର୍ଯ୍ୟକଳାପ କରିପାରନ୍ତି
    1. ପୋଷ୍ଟର ମେକିଂ,
    2. ସ୍ଲୋଗାନ/କବିତା ପ୍ରତିଯୋଗିତା
    3. ପଥପ୍ରାନ୍ତ ନାଟକ ଓ
    4. ରାଲି।
  3. ସମସ୍ତ ବିଦ୍ୟାଳୟକୁ ସର୍ବାଧିକ ସଂଖ୍ୟାରେ କାର୍ଯ୍ୟକ୍ରମ (ପୋଷ୍ଟ ମେକିଂ, ସ୍ଲୋଗାନ/କବିତା ପ୍ରତିୟୋଗିତା, ପଥପ୍ରାନ୍ତ ନାଟକ ଏବଂ ରାଲି) ଆୟୋଜନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି, କାରଣ ପ୍ରତ୍ୟେକ କାର୍ଯ୍ୟକ୍ରମର ପ୍ରଦର୍ଶନକୁ ବିଦ୍ୟାଳୟ ପାଇଁ ସାମଗ୍ରିକ ସ୍କୋରରେ ପହଞ୍ଚିବା ଲାଗି ମୂଲ୍ୟାଙ୍କନ କରାଯିବ ।

    ରାଲି ପାଇଁ ଜରୁରୀ ସୂଚନା :

    1. ରାଲି ତାରିଖ,
    2. ରାଲିର ସ୍ଥାନ (ରାଲିର ଆରମ୍ଭ ଓ ଶେଷ ପଏଣ୍ଟ),
    3. ଅତିକ୍ରମ ହୋଇଥିବା ଆନୁମାନିକ ଦୂରତା: ସଂଖ୍ୟା (ମିଟର)ରେ ଦୂରତା, ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା
    4. ଡକ୍ୟୁମେଣ୍ଟ୍/ଫାଇଲ୍ ଅପଲୋଡ୍ କରିବାକୁ ପଡ଼ିବ
      1. ଅଂଶଗ୍ରହଣ ଏବଂ ପରିଦର୍ଶନର ସର୍ବାଧିକ 3ଟି ଫଟୋ ।
      2. ରାଲିର ସଂକ୍ଷିପ୍ତ ଭିଡିଓ
    5. ପୋଷ୍ଟର ମେକିଂ: ବିଦ୍ୟାଳୟ ଶ୍ରେଷ୍ଠ ପୋଷ୍ଟର ଚୟନ ପାଇଁ ପ୍ରତିଯୋଗିତା ଆୟୋଜନ କରିବ, ବିଜୟୀ ଏଣ୍ଟ୍ରିର ସ୍ପଷ୍ଟ ଫଟୋ/ଚିତ୍ର (ଏକକ ପୋଷ୍ଟର) ଅପ୍‌ଲୋଡ୍ କରିବା ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯିବ।
    6. ସ୍ଳୋଗାନ/କବିତା (ଯେକୌଣସି ଭାଷାରେ ସର୍ବାଧିକ 200 ଶବ୍ଦ): ବିଦ୍ୟାଳୟ ଶ୍ରେଷ୍ଠ ପୋଷ୍ଟର ଚୟନ କରିବା ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରିବ, ବିଜୟୀ ଏଣ୍ଟ୍ରିର ସ୍ପଷ୍ଟ ଫଟୋ / ଚିତ୍ର (ଏକକ ସ୍ଲୋଗାନ / କବିତା) କିମ୍ବା ଡକ୍ୟୁମେଣ୍ଟର (pdf) ସ୍କାନ କପି ଅପଲୋଡ୍ କରାଯିବ ।
    7. ପଥପ୍ରାନ୍ତ ନାଟକ: ପଥପ୍ରାନ୍ତ ନାଟକର ସର୍ବାଧିକ ଦୁଇଟି ଫଟୋ ସହିତ ସ୍କ୍ରିପ୍ଟ (ବାଧ୍ୟତାମୂଳକ ନୁହେଁ) ଏବଂ ସଂକ୍ଷିପ୍ତ ଭିଡିଓ (ବାଧ୍ୟତାମୂଳକ ନୁହେଁ) ଅପଲୋଡ୍ କରାଯିବ ଆବଶ୍ୟକ ।

ଯୋଗ୍ୟତା ମାନଦଣ୍ଡ

  1.  କେଉଁମାନେ ଭାଗ ନେଇପାରିବେ: ଭାରତର ସମସ୍ତ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଯାହାର UDISE କୋଡ୍ ରହିଛି
  2.  ନୋଡାଲ ଅଧିକାରୀ: ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟକଳାପ ଏବଂ ଉପସ୍ଥାପନାର ସମନ୍ୱୟ ପାଇଁ ନୋଡାଲ ଅଧିକାରୀ/ସଂଯୋଜକ ଭାବରେ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିବା ଆବଶ୍ୟକ।
  3. କେବଳ ମାଇଁଗଭ୍ ମାଧ୍ୟମରେ କରାଯାଇଥିବା ଦାଖଲ ପ୍ରତିଯୋଗିତା ପାଇଁ ବିଚାର କରାଯିବ; ଅନ୍ୟ କୌଣସି ମାଧ୍ୟମରେ ଦାଖଲ କରାଯାଇଥିବା ଏଣ୍ଟ୍ରି ଗ୍ରହଣ କରାୟିବ ନାହିଁ।
  4. ଦାଖଲ ସ୍ପଷ୍ଟ ଏବଂ ଉଚ୍ଚମାନର ଫଟୋ ଦ୍ୱାରା ଚୟନର ସମ୍ଭାବନା ଯଥେଷ୍ଟ ବଢ଼ିବ।

ମୂଲ୍ୟାୟନ ପ୍ରକ୍ରିୟା

i. ଏହି ଚାରୋଟି କାର୍ଯ୍ୟର ସାମଗ୍ରିକ ମାନ୍ୟତାରେ ନିମ୍ନଲିଖିତ ଗୁରୁତ୍ୱ ରହିବ:

କାର୍ଯ୍ୟକଳାପ

ଓଜନ

ରାଲି

40 %

ପୋଷ୍ଟର

20 %

ସ୍ଲୋଗାନ୍/କବିତା

20 %

ପଥପ୍ରାନ୍ତ ନାଟକ

20 %

ମୋଟ ସ୍କୋର

100 ମାର୍କ

ii. ରାଲି ମୂଲ୍ୟାୟନରେ 3ଟି ସ୍ତର ରହିବ: ଜିଲ୍ଲା/ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ।

ପୁରସ୍କାର ବିବରଣୀ

ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ବିଚାରକ ମଣ୍ଡଳୀଙ୍କ ସୁପାରିସ ଆଧାରରେ ଶ୍ରେଷ୍ଠ ବିଦ୍ୟାଳୟକୁ ଜାତୀୟସ୍ତରରେ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରାଯିବ। ଏହି ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଚ୍ୟାନେଲରେ ମଧ୍ୟ ପ୍ରଦର୍ଶିତ କରାଯିବ।

ଟାଇମଲାଇନ୍

ନିୟମ ଓ ସର୍ତ୍ତାବଳୀ

ଟେବୁଲ୍ 1: ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ଅନୁଯାୟୀ ଏଣ୍ଟ୍ରି (ସ୍କୁଲ ସଂଖ୍ୟା ଅନୁସାରେ) ଜାତୀୟ ସ୍ତରକୁ ପଠାଯିବା।

ରାଜ୍ୟସ୍ତରୀୟ ଏଣ୍ଟ୍ରି

ବିଦ୍ୟାଳୟ ସଂଖ୍ୟା

ରାଜ୍ୟ

6

14,999 ଏବଂ ତା'ଠାରୁ କମ୍


ଲାକ୍ଷାଦ୍ୱୀପ, ଚଣ୍ଡିଗଡ଼, DNHDD, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲଦାଖ, ଗୋଆ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର, ଦିଲ୍ଲୀ, ସିକିମ୍, ତ୍ରିପୁରା, ମେଘାଳୟ, କେରଳ।

8

15,000 24,999 ବିଦ୍ୟାଳୟ

ହିମାଚଳ ପ୍ରଦେଶ (17,826), ହରିୟାଣା (23,517), ଉତ୍ତରାଖଣ୍ଡ (22,551)

10

25,000 44,999 ବିଦ୍ୟାଳୟ

ପଞ୍ଜାବ (27,404), ଜମ୍ମୁ ଓ କଶ୍ମୀର (24,296), ଝାଡ଼ଖଣ୍ଡ (44,475)

12

45,000 59,999 ବିଦ୍ୟାଳୟ

ଆସାମ (56,630), ଛତିଶଗଡ଼ (56,615), ଗୁଜରାତ (53,626) ଓ ତେଲେଙ୍ଗାନା (42,901)

14

60,000 74,999 ବିଦ୍ୟାଳୟ

ଓଡ଼ିଶା (61,693) ଓ ଆନ୍ଧ୍ରପ୍ରଦେଶ (61,373)

16

75,000 99,999 ବିଦ୍ୟାଳୟ

କର୍ଣ୍ଣାଟକ (75,869), ପଶ୍ଚିମବଙ୍ଗ (93,945) ଏବଂ ବିହାର (94,686)

18

1,00,000 1,23,411 ବିଦ୍ୟାଳୟ

ସେହିପରି ମହାରାଷ୍ଟ୍ର (1,08,237) ଓ ରାଜସ୍ଥାନ (1,07,757)

20

1,23,411ରୁ ଅଧିକ ବିଦ୍ୟାଳୟ

ମଧ୍ୟପ୍ରଦେଶ (1,23,412) ଏବଂ ଉତ୍ତର ପ୍ରଦେଶ (2,55,087)

ଉତ୍ସ: UDISE+ 2023-24