ନୂତନ ଅପରାଧ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ସଂକ୍ଷିପ୍ତ ପରିଚୟ

ଭାରତୀୟ ସଂସଦ ତିନୋଟି ଐତିହାସିକ ଆଇନ ଯଥା ଭାରତୀୟ ଦଣ୍ଡବିଧି ସଂହିତା, 1860, କ୍ରିମିନାଲ ପ୍ରୋସିଜର କୋଡ୍, 1973 ଏବଂ ଭାରତୀୟ ପ୍ରମାଣ ଆଇନ, 1872କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା, 2023 ଏବଂ ଭାରତୀୟ ସାକ୍ଷ ସଂହିତା, 2023 ସହିତ ବଦଳାଇ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ପରିବର୍ତନମୂଳକ ପଦକ୍ଷେପ ଆରମ୍ଭ କରିଛି। ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଭାରତୀୟ ନ୍ୟାୟ ପଦ୍ଧିକୁ ପ୍ରତିଫଳିତ କରି ଦଣ୍ଡମୂଳକ ଦୃଷ୍ଟିକୋଣରୁ ନ୍ୟାୟଭିତ୍ତିକ ଆଭିମୁଖ୍ୟ ଆଡ଼କୁ ପରିବର୍ତ୍ତନକୁ ସୂଚାଇଥାଏ ।

ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ଅପରାଧିକ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବା ଯାହା କେବଳ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରେ ନାହିଁ ବରଂ ଆଇନ ବ୍ୟବସ୍ଥାକୁ ମଧ୍ୟ ବଜାୟ ରଖେ, ସମସ୍ତଙ୍କ ପାଇଁ ସୁଲଭ ଓ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରେ । ଏହି ସଂସ୍କାର ଭାରତରେ ଏକ ସମାନ, ଆଧୁନିକ ଏବଂ ନ୍ୟାୟସମ୍ପନ୍ନ ଆଇନଗତ ଢାଞ୍ଚା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି ।

କାର୍ଯ୍ୟକ୍ରମ ବିବରଣୀ

  • ନୂତନ ଅପରାଧିକ ଆଇନ ଲାଗୁ ହେବ 1ମ ଜୁଲାଇ, 2024ରୁ ନୂତନ ଆଇନର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ବିଷୟରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
  • ପ୍ରତ୍ୟେକ ଥାନାର ଭାରପ୍ରାପ୍ତ ଅଧିକାରୀ (OIC) କାର୍ଯ୍ୟକ୍ରମ ଆୟୋଜନ କରିବେ।
  • ଏହି କାର୍ଯ୍ୟକ୍ରମରେ ମହିଳା, ଯୁବକ, ଛାତ୍ରୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ପୁଲିସ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କେନ୍ଦ୍ର, ସ୍ଥାନୀୟ ଶାନ୍ତି କମିଟି ଏବଂ ଶିକ୍ଷାନୁଷ୍ଠାନ ଯଥା ସ୍କୁଲ ଓ କଲେଜର ସଦସ୍ୟମାନେ ଅଂଶଗ୍ରହଣ କରିପାରିବେ।
  • OICଙ୍କୁ କାର୍ଯ୍ୟକ୍ରମର ହାଇ-ରିଜୋଲ୍ୟୁସନ ଫଟୋ ଦାଖଲ କରିବାକୁ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆରମ୍ଭ ତାରିଖ 1 ଜୁଲାଇ 2024
ଶେଷ ତାରିଖ 15 ଜୁଲାଇ 2024