ଇଣ୍ଡିଆନ୍ ସ୍ୱଚ୍ଛତା ଲିଗ୍

"ଲିଗ୍" କ'ଣ

ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ 2.0 ଅନ୍ତର୍ଗତ ଅଳିଆ ଆବର୍ଜନା ମୁକ୍ତ ସହର ନିର୍ମାଣ ଦିଗରେ ଯୁବବର୍ଗଙ୍କ ନେତୃତ୍ୱରେ ଇଣ୍ଡିଆନ୍ ସ୍ୱଚ୍ଛତା ଲିଗ୍ ହେଉଛି ଭାରତର ପ୍ରଥମ ଆନ୍ତଃ-ସହର ପ୍ରତିଯୋଗିତା। 2022ରେ, ଦେଶବ୍ୟାପୀ 5,00,000+ରୁ ଅଧିକ ଯୁବ ଛାତ୍ର, ନାଗରିକ ସ୍ୱେଚ୍ଛାସେବୀ, ଯୁବ ନେତା ଏବଂ ସେଲିବ୍ରିଟି ଆଇକନମାନେ ISLର ପ୍ରଥମ ସଂସ୍କରଣରେ ଯୋଗ ଦେଇଥିଲେ ଏବଂ 17 ସେପ୍ଟେମ୍ବର 2022 ସେବା ଦିବସରେ ସେମାନଙ୍କ ସହରକୁ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ କରିବା ଦିଗରେ ଯୋଗଦାନ କରିଥିଲେ।

1800+ରୁ ଅଧିକ ସହରର ଦଳ ବିଭିନ୍ନ ସୃଜନଶୀଳ ଓ ଅନନ୍ୟ ପଦକ୍ଷେପ ଗ୍ରହଣ କରି ସ୍ୱଚ୍ଛତା ପାଇଁ ନିଜର ଉତ୍ସାହ ପ୍ରଦର୍ଶନ କରିଥିଲେ। ସହରର ଦଳମାନେ ଯୁବବର୍ଗଙ୍କୁ ନେଇ ସାଇକେଲ୍ ରାଲି ଏବଂ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ସବୁଠାରୁ ଅଭିନବ ଢଙ୍ଗରେ ଉତ୍ସ ପୃଥକୀକରଣର ବାର୍ତ୍ତା ପ୍ରଚାର କରିଥିଲେ। ଲକ୍ଷ ଲକ୍ଷ ଯୁବକ ମଧ୍ୟ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ ପାହାଡ଼ ପାଇଁ ସମର୍ଥନ କରିଥିଲେ ଏବଂ ସାମୁହିକ ଭାବେ ପାହାଡିଆ ଅଞ୍ଚଳରେ ପ୍ଲଗିଂ ଏବଂ ସଫେଇ ଅଭିଯାନ ଆରମ୍ଭ କରିଥିଲେ।

ପ୍ରତିୟୋଗିତା

ସ୍ୱଚ୍ଛ ଭାରତ ମିଶନର 9 ବର୍ଷ ଏବଂ SBM-U 2.0ର ଦୁଇ ବର୍ଷ ପାଳନ କରିବା ପାଇଁ ସ୍ୱଚ୍ଛତା ହିଁ ସେବା ପକ୍ଷ 15 ସେପ୍ଟେମ୍ବରରୁ ଅକ୍ଟୋବର 2 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପନ୍ଦରଦିନିଆ କାର୍ଯ୍ୟକ୍ରମ ସେପ୍ଟେମ୍ବର 17, 2023 'ସେବା ଦିବସ' ଭାରତୀୟ ସ୍ୱଚ୍ଛତା ଲିଗର ଦ୍ୱିତୀୟ ସଂସ୍କରଣ ସହିତ ଆରମ୍ଭ ହେବ।

ISL 2.0ର ଅଂଶବିଶେଷ ସ୍ୱରୂପ 4,000+ରୁ ଅଧିକ ସହରର ଦଳ ଦେଶର ସର୍ବବୃହତ ଯୁବ ନେତୃତ୍ୱାଧୀନ ସ୍ୱଚ୍ଛତା ଅଭିଯାନର ଅଂଶବିଶେଷ ଭାବେ ଆବର୍ଜନା ମୁକ୍ତ ବେଳାଭୂମି, ପାହାଡ ଓ ପର୍ଯ୍ୟଟନସ୍ଥଳୀ ପାଇଁ ରାଲି କରିବେ।

ISL 2.0 ଶେଷ ହେବା ପରେ ପ୍ରତ୍ୟେକ ସହରର ଦଳ ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଫଟୋ ଓ ଭିଡିଓ ସହ ଏକ ଅଫିସିଆଲ୍ ଏଣ୍ଟ୍ରି ଦାଖଲ କରିବେ। ସହରର ଦଳଗୁଡ଼ିକୁ ନିମ୍ନୋକ୍ତ ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯିବ

  • ମାଇଁଗଭ୍‌ରେ ସ୍ୱେଚ୍ଛାସେବୀ ପଞ୍ଜୀକରଣ ମାଧ୍ୟମରେ ଯୁବକମାନଙ୍କୁ ନିୟୋଜିତ କରିବାର ମାପଦଣ୍ଡ
  • କାର୍ଯ୍ୟକଳାପର ଅଭିନବତା
  • କାର୍ଯ୍ୟକଳାପର ପ୍ରଭାବ

ମୂଲ୍ୟାୟନ ପରେ ଦେଶର ଶ୍ରେଷ୍ଠ ସହରର ଦଳକୁ ISL ଚାମ୍ପିଅନ ଘୋଷଣା କରାଯିବ। 2023 ଅକ୍ଟୋବରରେ ହେବାକୁ ଥିବା ଏକ ଜାତୀୟ କାର୍ଯ୍ୟକ୍ରମକୁ ଟିମ୍ କ୍ୟାପଟେନ୍ ଏବଂ ବିଜେତା ଦଳର ଅନ୍ୟ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବ।

ଧ୍ୟାନ ଦେବା ଯୋଗ୍ୟ ପଏଣ୍ଟ୍

ପଞ୍ଜୀକରଣ ଆରମ୍ଭ ତାରିଖ: ସେପ୍ଟେମ୍ବର 13, 2023 ।

ଦୟାକରି ଫର୍ମ ପୂରଣ କରିବା ସମୟରେ ଆପଣଙ୍କ ସହର ପାଇଁ ପ୍ରଦାନ କରାଯାଇଥିବା ସମସ୍ତ ସ୍ଥାନ, ସମୟ ଏବଂ ଯୋଗାଯୋଗ ସୂଚନାକୁ ଧ୍ୟାନର ସହ ନୋଟ୍ କରିବାକୁ ଭୁଲନ୍ତୁ ନାହିଁ।

ଏବଂ ଭୁଲନ୍ତୁ ନାହିଁ

ଅଫିସିଆଲ ହ୍ୟାସଟ୍ୟାଗ ହେଉଛି #IndianSwachhataLeague ଓ #YouthVsGarbage।

ଆପଣଙ୍କ ସହରର ବେଳାଭୂମି, ପାହାଡ଼ ଏବଂ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଆବର୍ଜନା ମୁକ୍ତ କରିବା ପାଇଁ ଆପଣ ସେପ୍ଟେମ୍ବର 17 ତାରିଖରେ ଶୋଭାଯାତ୍ରା କରୁଥିବା ସମୟରେ @SwachhBharatGov ଏବଂ @MoHUA_India କୁ ଟ୍ୟାଗ କରନ୍ତୁ ।

ସବୁଠାରୁ ଅନନ୍ୟ ନାଗରିକ ପଦକ୍ଷେପ ଏବଂ ପୋଷ୍ଟଗୁଡିକ ଜାତୀୟ ମିଶନ ପୃଷ୍ଠାରେ ପ୍ରଦର୍ଶିତ ହେବ!