ଦାଖଲ ବନ୍ଦ ହୋଇଛି
08/04/2026 - 17/05/2026
ଇଟ୍ ରାଇଟ୍ ଇଣ୍ଡିଆ ପାଇଁ ମାସ୍କଟ୍ ଡିଜାଇନ୍ ପ୍ରତିଯୋଗିତା
ପୃଷ୍ଠଭୂମି
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI), ମାଇଁଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଇଟ୍ ରାଇଟ୍ ଇଣ୍ଡିଆ ପାଇଁ ମାସ୍କଟ୍ ଡିଜାଇନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରୁଛି।
ଇଟ୍ ରାଇଟ୍ ଇଣ୍ଡିଆ ହେଉଛି FSSAIର ଏକ ପ୍ରମୁଖ ଅଭିଯାନ, ଯାହାର ଉଦ୍ଦେଶ୍ୟ ସମସ୍ତ ନାଗରିକଙ୍କ ପାଇଁ ନିରାପଦ, ସୁସ୍ଥ ଓ ପରିବେଶ ଅନୁକୂଳ ଖାଦ୍ୟକୁ ପ୍ରୋତ୍ସାହିତ କରିବା। ଏହି ଆନ୍ଦୋଳନ ଲୋକଙ୍କୁ ସୂଚନାପୂର୍ଣ୍ଣ ଖାଦ୍ୟ ବାଛିବା, ସନ୍ତୁଳିତ ଆହାର ଗ୍ରହଣ କରିବା ଏବଂ ସ୍ୱଚ୍ଛ ଖାଦ୍ୟ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଉତ୍ସାହିତ କରେ।
ଜନସାଧାରଣଙ୍କ ଅଂଶଗ୍ରହଣକୁ ମଜଭୁତ କରିବା ଏବଂ ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ ସୂଚନାକୁ ଅଧିକ ସହଜ ଓ ସ୍ମରଣୀୟ କରିବା ପାଇଁ, FSSAI ଇଟ୍ ରାଇଟ୍ ଇଣ୍ଡିଆ ପାଇଁ ଏକ ମାସ୍କଟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି। ଏହି ମାସ୍କଟ ଇଟ୍ ରାଇଟ୍ ଇଣ୍ଡିଆ ଆନ୍ଦୋଳନର ଭିଜୁଆଲ୍ ଆମ୍ବାସାଡର୍ ଭାବରେ କାର୍ଯ୍ୟ କରିବ, ଯାହା ନିରାପଦ ଖାଦ୍ୟ, ସୁସ୍ଥ ଖାଦ୍ୟପେୟ ଏବଂ ପରିବେଶ ଅନୁକୂଳତାର ମୂଲ୍ୟବୋଧକୁ ପ୍ରତିପାଦିତ କରିବ।
ସମୟସୀମା
- ଏହି ପ୍ରତିଯୋଗିତା 40 ଦିନର ଅବଧି ପାଇଁ ଦାଖଲ କରିବା ପାଇଁ ଖୋଲା ରହିବ।
- ନିର୍ଦ୍ଧାରିତ ସମୟସୀମା ପରେ ମିଳିଥିବା ଏଣ୍ଟ୍ରିଗୁଡ଼ିକୁ ବିଚାରକୁ ନିଆଯିବ ନାହିଁ।
- ସମୟସୀମା ବଢ଼ାଇବା କିମ୍ବା ପରିବର୍ତ୍ତନ କରିବାର ଅଧିକାର FSSAI ପାଖରେ ସଂରକ୍ଷିତ।
ଉଦ୍ଦେଶ୍ୟ
ମାସ୍କଟର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା:
- ଇଟ୍ ରାଇଟ୍ ଇଣ୍ଡିଆର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଥିବା ଏକ ସ୍ୱତନ୍ତ୍ର, ସ୍ମରଣୀୟ ଏବଂ ସହଜରେ ଯୋଡ଼ି ହେବା ଭଳି ମାସ୍କଟ୍ ତିଆରି କରନ୍ତୁ।
- ଖାଦ୍ୟ ସୁରକ୍ଷା, ପୋଷଣ, ଏବଂ ସ୍ୱଚ୍ଛ ଖାଦ୍ୟ ଅଭ୍ୟାସ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।
- ଇଟ୍ ରାଇଟ୍ ଇଣ୍ଡିଆ ଆନ୍ଦୋଳନରେ ଜନସାଧାରଣଙ୍କୁ ସାମିଲ କରି ନାଗରିକଙ୍କ ଅଂଶଗ୍ରହଣକୁ ମଜବୁତ କରିବା ।
- ସମସ୍ତ ବୟସର ଲୋକମାନଙ୍କ ସହିତ, ବିଶେଷକରି ପିଲା ଏବଂ ଯୁବକମାନଙ୍କ ସହିତ ଏକ ଭାବଗତ ସମ୍ପର୍କ ସ୍ଥାପନ କରିବା।
- ଖାଦ୍ୟ ସୁରକ୍ଷା ଏବଂ ପୋଷଣ ସମ୍ବନ୍ଧୀୟ ବାର୍ତ୍ତାଗୁଡ଼ିକୁ ଏକ ସରଳ, ବନ୍ଧୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ଢଙ୍ଗରେ ଜଣାଇବା।
- ପ୍ରିଣ୍ଟ, ଡିଜିଟାଲ୍ ମିଡିଆ, ଇଭେଣ୍ଟ, ଏବଂ ଶିକ୍ଷାଗତ ଆଉଟରିଚ୍ କାର୍ଯ୍ୟକ୍ରମଗୁଡ଼ିକରେ ସଚେତନତା ଅଭିଯାନ ପାଇଁ ମାସ୍କଟ୍ର ବ୍ୟବହାର କରିବା।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି, ପ୍ରତିଯୋଗୀମାନେ ନିମ୍ନଲିଖିତ ନିୟମ ଓ ସର୍ତ୍ତାବଳୀ ପାଳନ କରିବାକୁ ସହମତ ଅଟନ୍ତି। ଆବେଦନ କରିବା ପୂର୍ବରୁ ପ୍ରତିଯୋଗୀମାନେ ନିମ୍ନଲିଖିତ ନିୟମ ଓ ସର୍ତ୍ତାବଳୀକୁ ଧ୍ୟାନର ସହ ପଢ଼ିବା ଆବଶ୍ୟକ।
ସର୍ତ୍ତ ଓ ନିୟମାବଳୀ
ଯୋଗ୍ୟତା
- ଏହି ପ୍ରତିଯୋଗିତା ବୟସ, ଲିଙ୍ଗ, ବୃତ୍ତି, କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଖୋଲା।
- ଉଭୟ ବ୍ୟକ୍ତିଗତ ଏବଂ ଦଳଗତ ଭାବେ (ଟିମ୍) ଅଂଶଗ୍ରହଣ ପାଇଁ ଯୋଗ୍ୟ।
- ଦଳଗତ ଦାଖଲ କ୍ଷେତ୍ରରେ, ଏଣ୍ଟ୍ରିଟି ଜଣେ ନିର୍ଦ୍ଦିଷ୍ଟ ପ୍ରତିନିଧିଙ୍କ ଅଧୀନରେ ଦାଖଲ କରାଯିବା ଆବଶ୍ୟକ, ଏବଂ ପୁରସ୍କାର ସେହି ପ୍ରତିନିଧିଙ୍କୁ ପ୍ରଦାନ କରାଯିବ।
- ଦଳଗତ ଦାଖଲ କ୍ଷେତ୍ରରେ, ଏଣ୍ଟ୍ରିଟି ଜଣେ ନିର୍ଦ୍ଦିଷ୍ଟ ପ୍ରତିନିଧିଙ୍କ ଅଧୀନରେ ଦାଖଲ କରାଯିବା ଆବଶ୍ୟକ, ଏବଂ ପୁରସ୍କାର ସେହି ପ୍ରତିନିଧିଙ୍କୁ ପ୍ରଦାନ କରାଯିବ।
ଡିଜାଇନ୍ରେ ଏହା ନଥିବା ଆବଶ୍ୟକ:
- ପୂର୍ବରୁ ଥିବା ମାସ୍କଟ, ଚରିତ୍ର କିମ୍ବା ଟ୍ରେଡମାର୍କ ସହିତ ସମାନ ହୋଇନଥିବ।
- ଆପତ୍ତିଜନକ, ଭେଦଭାବପୂର୍ଣ୍ଣ କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ଅନ୍ତର୍ଭୁକ୍ତ ହୋଇନଥିବ।
- କୌଣସି କପିରାଇଟ୍, ଟ୍ରେଡମାର୍କ, କିମ୍ବା ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଂଘନ କରୁନଥିବ।
AI-ଜେନେରେଟେଡ୍ ଡିଜାଇନ୍ ଗ୍ରହଣ କରାଯିବ ନାହିଁ।
ପୁରସ୍କାର
FSSAI ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ରାଶି ଆକାରରେ ପୁରସ୍କୃତ କରିବ।
- ମାସ୍କଟ୍ ଡିଜାଇନିଂ ପାଇଁ: ପୁରସ୍କାର ରାଶି - 50,000 ଟଙ୍କା
- ମାସ୍କଟ୍ ନାମ ପାଇଁ: ପୁରସ୍କାର ରାଶି - 20,000 ଟଙ୍କା
ଯଦି FSSAI ଉଚିତ୍ ମନେ କରେ, ତେବେ ଏକରୁ ଅଧିକ ବିଜେତା ହୋଇପାରନ୍ତି ଏବଂ ପୁରସ୍କାର ରାଶି ସେମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ।
ସବ୍ମିସନ୍
ଏଣ୍ଟ୍ରିଗୁଡ଼ିକ କେବଳ ଅଫିସିଆଲ୍ ମାଇଁଗଭ୍ ପ୍ରତିଯୋଗିତା ପେଜ୍ ମାଧ୍ୟମରେ ଦାଖଲ କରାଯିବା ଆବଶ୍ୟକ ।
ପ୍ରତ୍ୟେକ ଦାଖଲରେ ଏହା ଅନ୍ତର୍ଭୁକ୍ତ ହେବା ଜରୁରୀ:
1. ଲେଖା ଏବଂ ମାସ୍କଟ ନାମ ସହିତ PDF ରେ ମାସ୍କଟର ଇମେଜ୍
- PDF ଫର୍ମାଟ୍ରେ ସଙ୍କଳିତ ମାସ୍କଟ୍ର ହାଇ-ରିଜୋଲ୍ୟୁସନ୍ ଇମେଜ୍ (ସର୍ବନିମ୍ନ 300 DPI)।
- ଇମେଜ୍ର ଆକାର ଅତିକମ୍ରେ 1920 x 1080 ପିକ୍ସେଲ୍ ହେବା ଆବଶ୍ୟକ।
- ଫାଇଲ୍ ଆକାର 10 MB ରୁ ଅଧିକ ହେବା ଉଚିତ୍ ନୁହେଁ ।
- ମାସ୍କଟ୍ ପାଇଁ ଏକ ନାମ।
- ଏକ ସଂକ୍ଷିପ୍ତ ବିବରଣୀ (ସର୍ବାଧିକ 200 ଶବ୍ଦ) , ଯେଉଁଥିରେ ନିମ୍ନଲିଖିତ ବିଷୟ ବର୍ଣ୍ଣନା କରାଯାଇଥିବ:
- ମାସ୍କଟ ପଛରେ ଥିବା ପରିକଳ୍ପନା।
- ଏହାର ପ୍ରତୀକାତ୍ମକ ଅର୍ଥ।
- ଏହା କିପରି ଇଟ୍ ରାଇଟ୍ ଇଣ୍ଡିଆର ମୂଲ୍ୟବୋଧକୁ ପ୍ରତିପାଦିତ କରୁଛି।
- ଅଂଶଗ୍ରହଣକାରୀଙ୍କ ନାମ, ମାସ୍କଟ ନାମ ଏବଂ ଲେଖା PDF ର ପ୍ରଥମ ପୃଷ୍ଠାରେ ସଂଲଗ୍ନ କରାଯିବା ଉଚିତ୍।
ପ୍ରତିଯୋଗୀମାନଙ୍କୁ 7ଟି ମାସ୍କଟର ଭାବଭଙ୍ଗୀ/କାର୍ଯ୍ୟ ମଧ୍ୟ ସାମିଲ କରିବାକୁ ହେବ, ଯେପରିକି:
- ମାସ୍କଟର ସିଗନେଚର୍ ପୋଜ୍ (ବାଧ୍ୟତାମୂଳକ)
- ସୁସ୍ଥ ଖାଦ୍ୟ ଖାଇବା
- ନିରାପଦ ଖାଦ୍ୟ ପାଇଁ ଥମ୍ବସ୍-ଅପ୍ ଦେବା
- ଅଭିବାଦନ କରିବା କିମ୍ବା ହାତ ହଲାଇବା
- ଦୌଡ଼ିବା କିମ୍ବା ସକ୍ରିୟ ରହିବା
- ହସିବା କିମ୍ବା ଖୁସି ପ୍ରକାଶ କରିବା
- ଫଳ କିମ୍ବା ପନିପରିବା ଧରିବା
2. ଅଙ୍ଗୀକାରନାମା
ସମସ୍ତ ପ୍ରତିଯୋଗୀଙ୍କୁ ଏକ ଅଙ୍ଗୀକାରନାମା ଦାଖଲ କରିବାକୁ ପଡ଼ିବ, ଯେଉଁଥିରେ ଡିଜାଇନ୍ଟି ମୌଳିକ ବୋଲି ଘୋଷଣା କରାଯାଇଥିବ ଏବଂ ସମସ୍ତ IPR (ବୌଦ୍ଧିକ ସମ୍ପତ୍ତି ଅଧିକାର) FSSAIକୁ ହସ୍ତାନ୍ତର କରାଯାଇଥିବ ।
- ସମସ୍ତ ପ୍ରତିଯୋଗୀଙ୍କୁ ଏକ ଅଙ୍ଗୀକାରନାମା ଦାଖଲ କରିବାକୁ ପଡ଼ିବ, ଯେଉଁଥିରେ ଡିଜାଇନ୍ଟି ମୌଳିକ ବୋଲି ଘୋଷଣା କରାଯାଇଥିବ ଏବଂ ସମସ୍ତ IPR (ବୌଦ୍ଧିକ ସମ୍ପତ୍ତି ଅଧିକାର) FSSAIକୁ ହସ୍ତାନ୍ତର କରାଯାଇଥିବ ।
- ଚୂଡ଼ାନ୍ତ ତାଲିକାଭୁକ୍ତ ପ୍ରତିଯୋଗୀମାନଙ୍କୁ ସୂଚନା ପାଇବାର 1 ସପ୍ତାହ ମଧ୍ୟରେ ଏଡିଟେବଲ୍ ସୋର୍ସ ଫାଇଲ୍ (AI/CDR/EPS/SVG) ଦାଖଲ କରିବାକୁ କୁହାଯାଇପାରେ ।
- ଏଡିଟେବଲ୍ ଫାଇଲ୍ ଦାଖଲ କରିବାରେ ବିଫଳ ହେଲେ ଅଯୋଗ୍ୟ ଘୋଷିତ କରାଯାଇପାରେ ।
- ଦାଖଲ କରାଯାଇଥିବା ପ୍ରବେଶିକାଗୁଡ଼ିକ ମୌଳିକ ଏବଂ ଅପ୍ରକାଶିତ ହେବା ଆବଶ୍ୟକ ।
- ଅସମ୍ପୂର୍ଣ୍ଣ କିମ୍ବା ନିୟମ ଅନୁସରଣ କରୁନଥିବା ଏଣ୍ଟ୍ରିଗୁଡ଼ିକୁ ବିଚାରକୁ ନିଆଯିବ ନାହିଁ।
ମୂଲ୍ୟାଙ୍କନ ପ୍ରକ୍ରିୟା ଏବଂ ମାନଦଣ୍ଡ
ପ୍ରବେଶିକାଗୁଡ଼ିକର ମୂଲ୍ୟାଙ୍କନ FSSAI ଦ୍ୱାରା ଗଠିତ ଏକ ଜୁରୀ ଦ୍ୱାରା କରାଯିବ ।
ଏହି ମୂଲ୍ୟାଙ୍କନ ନିମ୍ନଲିଖିତ ବିଷୟ ଉପରେ ଆଧାରିତ ହେବ:
- ସୃଜନଶୀଳତା, ମୌଳିକତା ଏବଂ ସ୍ୱତନ୍ତ୍ରତା
- ଇଟ୍ ରାଇଟ୍ ଇଣ୍ଡିଆର ମୂଲ୍ୟବୋଧ ସହିତ ସାମଞ୍ଜସ୍ୟ
- ଦୃଶ୍ୟଗତ ଆବେଦନ ଏବଂ ସରଳତା
- ବିଭିନ୍ନ ପ୍ଲାଟଫର୍ମ ଏବଂ ଫର୍ମାଟରେ ଗ୍ରହଣୀୟତା
FSSAIର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ ।
ବୌଦ୍ଧିକ ସମ୍ପତ୍ତି ଅଧିକାର (IPR)
ଦାଖଲ କରାଯାଇଥିବା ସମସ୍ତ ପ୍ରବେଶିକା FSSAIର ବୌଦ୍ଧିକ ସମ୍ପତ୍ତି ହୋଇଯିବ ।
FSSAI ପାଖରେ ନିମ୍ନଲିଖିତ କ୍ଷେତ୍ରରେ ସ୍ୱତନ୍ତ୍ର ଅଧିକାର ରହିବ:
- ବ୍ୟବହାର କରିବା
- ପୁନର୍ବାର ପ୍ରସ୍ତୁତ କରିବା
- ପରିବର୍ତ୍ତନ କରିବା
- ପ୍ରକାଶ କରିବା
- ପ୍ରଦର୍ଶନ କରିବା
- ଅନୁକୂଳନ କରିବା
ସଚେତନତା ଅଭିଯାନ, ପ୍ରକାଶନ, ଡିଜିଟାଲ୍ ପ୍ଲାଟଫର୍ମ, ଏବଂ ବିଶ୍ୱବ୍ୟାପୀ ପ୍ରଚାରମୂଳକ ସାମଗ୍ରୀ ପାଇଁ ଡିଜାଇନ୍ଗୁଡ଼ିକୁ ବ୍ୟବହାର କରିବା ।
ସମସ୍ତ ପ୍ରତିଯୋଗୀଙ୍କୁ ଏହା ଘୋଷଣା କରିବାକୁ ପଡ଼ିବ ଯେ, ଡିଜାଇନ୍ଟି ମୌଳିକ ଅଟେ ଏବଂ ସେମାନେ ସମସ୍ତ IPR FSSAIକୁ ହସ୍ତାନ୍ତର କରିବେ ।
ଅଯୋଗ୍ୟ ଘୋଷିତ ହେବାର ଆଧାର
ଏଣ୍ଟ୍ରିଗୁଡ଼ିକୁ ଅଗ୍ରାହ୍ୟ କରାଯିବ ଯଦି ସେଗୁଡ଼ିକ:
- ଚୋରି କିମ୍ବା ନକଲ କରାଯାଇଥିବ।
- କପିରାଇଟ୍ କିମ୍ବା ବୌଦ୍ଧିକ ସମ୍ପତ୍ତି ଆଇନର ଉଲ୍ଲଂଘନ କରୁଥିବ।
- ଅନୁପଯୁକ୍ତ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ଧାରଣ କରିଥିବ।
- ଦାଖଲ ଆବଶ୍ୟକତାଗୁଡ଼ିକୁ ପାଳନ କରୁନଥିବ।
ଦାୟିତ୍ୱ ଓ କ୍ଷତିପୂରଣ
- ବିଷୟବସ୍ତୁ ମୌଳିକ ହେବା ଆବଶ୍ୟକ ଏବଂ ଭାରତୀୟ କପିରାଇଟ୍ ଅଧିନିୟମ, 1957ର କୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରୁନଥିବ।
- ଅନ୍ୟମାନଙ୍କ କପିରାଇଟ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ପ୍ରତିଯୋଗିତାରୁ ଅଯୋଗ୍ୟ ଘୋଷଣା କରାଯିବ।
- ପ୍ରତିଯୋଗୀମାନଙ୍କ ଦ୍ୱାରା କରାଯାଇଥିବା କପିରାଇଟ୍ ଉଲ୍ଲଂଘନ କିମ୍ବା ବୌଦ୍ଧିକ ସମ୍ପତ୍ତିର ଉଲ୍ଲଂଘନ ପାଇଁ FSSAI ଦାୟୀ ରହିବ ନାହିଁ।
- ପ୍ରତିଯୋଗୀମାନେ ସେମାନଙ୍କ ଦାଖଲରୁ ଉପୁଜୁଥିବା କୌଣସି ତୃତୀୟ-ପକ୍ଷର ଦାବି ବିରୁଦ୍ଧରେ FSSAI, MoHFW ଏବଂ ମାଇଁଗଭ୍କୁ କ୍ଷତିମୁକ୍ତ ରଖିବାକୁ ସହମତ ଅଟନ୍ତି।
- ବୈଷୟିକ ତ୍ରୁଟି, ହଜିଯାଇଥିବା ଦାଖଲ କିମ୍ବା ଦାଖଲ ପ୍ରକ୍ରିୟାରେ କୌଣସି ବାଧା ପାଇଁ FSSAI ଦାୟୀ ରହିବ ନାହିଁ।
ବ୍ୟବହାର ଅଧିକାର
ପ୍ରତିଯୋଗିତାରେ ଅଂଶଗ୍ରହଣ କରି, ପ୍ରତିଯୋଗୀମାନେ FSSAI-କୁ ଏହି ଅଧିକାର ପ୍ରଦାନ କରନ୍ତି:
- ପ୍ରଚାରମୂଳକ ଉଦ୍ଦେଶ୍ୟରେ ସେମାନଙ୍କ ନାମ, ଡିଜାଇନ୍ ଏବଂ ଦାଖଲ କରାଯାଇଥିବା ବିଷୟବସ୍ତୁକୁ ବ୍ୟବହାର କରିବା ।
- ଅଫିସିଆଲ୍ ୱେବସାଇଟ୍, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବଂ ସଚେତନତା ଅଭିଯାନରେ ମନୋନୀତ ପ୍ରବେଶିକାଗୁଡ଼ିକୁ ପ୍ରଦର୍ଶନ କରିବା ।
- ବ୍ରାଣ୍ଡିଂ, ସଚେତନତା, IEC ସାମଗ୍ରୀ, ଡିଜିଟାଲ୍, ପ୍ରିଣ୍ଟ, ଏବଂ ଆଉଟରିଚ୍ କାର୍ଯ୍ୟକଳାପରେ ପ୍ରତିଯୋଗୀମାନଙ୍କ ଦ୍ୱାରା ପଠାଯାଇଥିବା ଏଣ୍ଟ୍ରିଗୁଡ଼ିକୁ ବ୍ୟବହାର କରିବାର ଅଧିକାର FSSAI ପାଖରେ ସଂରକ୍ଷିତ ରହିବ।
ନିୟାମକ ଆଇନ ଓ ବିବାଦ ସମାଧାନ
- ଏହି ପ୍ରତିଯୋଗିତା ଭାରତର ଆଇନ୍ ଦ୍ୱାରା ପରିଚାଳିତ ହେବ ।
- ପ୍ରତିଯୋଗିତାରୁ ଉପୁଜୁଥିବା ଯେକୌଣସି ବିବାଦ ନୂଆଦିଲ୍ଲୀସ୍ଥିତ ନ୍ୟାୟାଳୟର ବିଚାର କ୍ଷେତ୍ରାଧୀନ ହେବ ।
ସର୍ତ୍ତାବଳୀର ସ୍ୱୀକୃତି
- ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଅର୍ଥ ହେଉଛି ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ବିନା ସର୍ତ୍ତରେ ସ୍ୱୀକାର କରିବା ।
- କୌଣସି ପୂର୍ବ ସୂଚନା ନ ଦେଇ ଯେକୌଣସି ପର୍ଯ୍ୟାୟରେ ପ୍ରତିଯୋଗିତାକୁ ସଂଶୋଧନ, ପରିବର୍ତ୍ତନ କିମ୍ବା ବାତିଲ୍ କରିବାର ଅଧିକାର FSSAI ପାଖରେ ସଂରକ୍ଷିତ ରହିଛି ।
ପ୍ରତିଯୋଗିତାର ସାରାଂଶ
ଏହି ଚ୍ୟାଲେଞ୍ଜ୍ରେ ଏପରି ସୃଜନଶୀଳ ଧାରଣା ଖୋଜାଯିବ ଯାହା:
- ଇଟ୍ ରାଇଟ୍ ଇଣ୍ଡିଆର ଦୃଷ୍ଟିକୋଣ ଏବଂ ମୂଲ୍ୟବୋଧ ସହିତ ସମନ୍ୱିତ ଥିବ।
- ERIର ତିନୋଟି ସ୍ତମ୍ଭ - ସୁରକ୍ଷିତ ଖାଆନ୍ତୁ, ସୁସ୍ଥ ଖାଆନ୍ତୁ ଏବଂ ସ୍ଥାୟୀ ଖାଆନ୍ତୁକୁ ପ୍ରତିଫଳିତ କରୁଥିବ।
- ଅଧିକ ବିଚାର ଓ ଧାରଣା ପାଇଁ ଉପଭୋକ୍ତାମାନେ ଏହି ୱେବସାଇଟ୍ ପରିଦର୍ଶନ କରିପାରିବେ- https://eatrightindia.gov.in/
- ଏହା ସରଳ, ବନ୍ଧୁତ୍ୱପୂର୍ଣ୍ଣ ଏବଂ ସହଜରେ ଯୋଡ଼ି ହେବା ଭଳି ହେବା ଉଚିତ୍, ଯାହାଦ୍ୱାରା ଲୋକମାନେ ସହଜରେ ଏହା ସହିତ ନିଜକୁ ଯୋଡ଼ିପାରିବେ।
- ଡିଜିଟାଲ୍, ପ୍ରିଣ୍ଟ, ଏବଂ ଅନ-ଗ୍ରାଉଣ୍ଡ ଆଉଟରିଚ୍ ସହିତ ଆନିମେସନ୍ ଏବଂ ମଲ୍ଟି-ପ୍ଲାଟଫର୍ମ ବ୍ୟବହାର ପାଇଁ ସହଜରେ ଅନୁକୂଳନୀୟ ହେବା ଆବଶ୍ୟକ।
- ଦୀର୍ଘକାଳୀନ ସାଂସ୍ଥାନିକ ପ୍ରତିନିଧିତ୍ୱ କରିବାରେ ସକ୍ଷମ ହେବା ଆବଶ୍ୟକ।
- ଏହାର ସ୍ମରଣୀୟ ମୂଲ୍ୟ ଅଧିକ ହେବା ଉଚିତ୍ ଏବଂ ସହଜରେ ଚିହ୍ନି ହେବା ଭଳି ହେବା ଆବଶ୍ୟକ।
- ଏହା ଷ୍ଟାଟିକ୍, ଆନିମେଟେଡ୍, ଏବଂ ଅଡିଓ-ଭିଜୁଆଲ୍ ଫର୍ମାଟ୍ ପାଇଁ ଉପଯୁକ୍ତ ହେବା ଉଚିତ୍।
- ଆଞ୍ଚଳିକ, ସାଂସ୍କୃତିକ, ଲିଙ୍ଗଗତ କିମ୍ବା ଅନ୍ୟ କୌଣସି ପାତରଅନ୍ତରରୁ ଦୂରେଇ ରହି ଏହାର ସର୍ବଭାରତୀୟ ଆବେଦନ ରହିବା ଉଚିତ୍।
- ଏହା ମୌଳିକ ଏବଂ ସ୍ୱତନ୍ତ୍ର ହେବା ଉଚିତ୍, ଏବଂ ବିଦ୍ୟମାନ ମାସ୍କଟ୍ କିମ୍ବା କପିରାଇଟ୍ ହୋଇଥିବା ସାମଗ୍ରୀ ସହିତ ଏହାର କୌଣସି ସାମଞ୍ଜସ୍ୟ ନଥିବା ଆବଶ୍ୟକ।
- କଳାକୃତି ସହିତ ମାସ୍କଟ୍ର ଗୋଟିଏ ଶବ୍ଦ ବିଶିଷ୍ଟ ନାମ ଦାଖଲ କରିବାକୁ ହେବ।