ଏହି ଉଲ୍ଲେଖନୀୟ ପଦକ୍ଷେପର ଅଂଶବିଶେଷ ସ୍ୱରୂପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହଭାଗିତାରେ ମାଇଁଗଭ୍ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରୁଛି ଯାହାର ବିଷୟବସ୍ତୁ ହେଉଛି: ଭାରତର G20 ଅଧ୍ୟକ୍ଷତା ପାଇଁ ମୋର ଭିଜନ। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଯୁବବର୍ଗଙ୍କ ବୁଦ୍ଧିମତାପୂର୍ଣ୍ଣ ଚିନ୍ତାଧାରା ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଦୃଷ୍ଟିକୋଣକୁ ସାମିଲ କରିବା, G20କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର କରିବାରେ ଭାରତର ପ୍ରମୁଖ ଭୂମିକା ସମ୍ପର୍କରେ ରଣନୈତିକ ଭାବେ ସଚେତନତାର ଏକ ପ୍ରଦୀପ୍ତ ଶିଖାକୁ ପ୍ରଜ୍ଜ୍ୱଳିତ କରିବା।