G20 ପ୍ରବନ୍ଧ ପ୍ରତିଯୋଗିତା

ବିଷୟରେ

2022 ଡିସେମ୍ବର 1ରେ ଭାରତ ଇଣ୍ଡୋନେସିଆଠାରୁ G20ର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲା। ଭାରତ, ଗଣତନ୍ତ୍ର ଓ ବହୁପକ୍ଷବାଦ ପ୍ରତି ଗଭୀର ଭାବେ ସମର୍ପିତ ଏକ ରାଷ୍ଟ୍ର, G20 ଅଧ୍ୟକ୍ଷତା ପଦ ଏହାର ଇତିହାସରେ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ହେବ, କାରଣ ଏହା ସମସ୍ତଙ୍କର କଲ୍ୟାଣ ପାଇଁ ବିଶ୍ୱସ୍ତରୀୟ ସମାଧାନ ଖୋଜିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଏପରି କରିବା ଦ୍ୱାରା, 'ବସୁଧୈବ କୁଟୁମ୍ବକମ୍' ବା ବିଶ୍ୱ ଏକ ପରିବାରର ପ୍ରକୃତ ଭାବନାକୁ ପ୍ରଦର୍ଶିତ କରିବ।

G20 କୁ ଭାରତବାସୀଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାକୁ ସହଭାଗୀ ଓ କାର୍ଯ୍ୟଭିତ୍ତିକ କରିବାକୁ ଆମର ପ୍ରୟାସ ରହିବ। ଏହି ଉଲ୍ଲେଖନୀୟ ପଦକ୍ଷେପର ଏକ ଅଂଶ ସ୍ୱରୂପ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ/G20 ସଚିବାଳୟ ମାଇଗଭ୍ ସହୟୋଗରେ ଏହି ବିଷୟବସ୍ତୁ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରୁଛି ଭାରତର G20 ଅଧ୍ୟକ୍ଷତା ପାଇଁ ମୋର ଦୃଷ୍ଟିକୋଣ। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଯୁବବର୍ଗଙ୍କ ବୁଦ୍ଧିମତାପୂର୍ଣ୍ଣ ଚିନ୍ତାଧାରା ଏବଂ ବିଚାରପୂର୍ଣ୍ଣ ଦୃଷ୍ଟିକୋଣକୁ ସାମିଲ କରିବା, G20 କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର କରିବାରେ ଭାରତର ପ୍ରମୁଖ ଭୂମିକା ସମ୍ପର୍କରେ ରଣନୈତିକ ଭାବେ ସଚେତନତାର ଏକ ଜ୍ୱଳନ୍ତ ଶିଖାକୁ ପ୍ରଜ୍ଜ୍ୱଳିତ କରିବା।

ପ୍ରବନ୍ଧ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା -

  1. ଭାରତର G20 ସଭାପତିତ୍ୱ ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ବିଚାର ଏବଂ ପରିକଳ୍ପନା ସେୟାର ଲାଗି ଆହ୍ୱାନ କରିବା
  2. ଭାରତର G20 ସଭାପତିତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଜ୍ଞାନ ବୃଦ୍ଧି କରିବା
  3. ଭାରତର G20 ସଭାପତିତ୍ୱ ସମ୍ପର୍କରେ ବୁଝାମଣା ବୃଦ୍ଧି କରିବା
  4. ଯୁବ ଭାରତୀୟମାନଙ୍କୁ G20ର ବିଭିନ୍ନ ମାନଦଣ୍ଡ ସହିତ ଜଡିତ ହେବା ପାଇଁ ପ୍ରୋତ୍ସାହିତ କରିବା।

ଚୟନ ମାନଦଣ୍ଡ

  • ଚିନ୍ତନର ମୌଳିକତା ଓ ଜ୍ଞାନର ଗଭୀରତା
  • ବିଷୟବସ୍ତୁର ମାନ, ପ୍ରସଙ୍ଗର ପ୍ରାସଙ୍ଗିକତା।
  • ଗଠନ, ଉଚ୍ଚାରଣ ଓ ଲେଖନୀ ଶୈଳୀ

ମନେ ରଖିବା ଯୋଗ୍ୟ ବିଷୟ

  • ଏହି ପ୍ରତିଯୋଗିତା କେବଳ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
  • ପ୍ରବନ୍ଧକୁ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ନିମ୍ନୋକ୍ତ ବର୍ଗ/ ବୟସ ବର୍ଗରେ ଦାଖଲ କରାଯାଇପାରିବ
'କ' ବର୍ଗ 12 - 14 ବର୍ଷ
'ଖ' ବର୍ଗ 14-16 ବର୍ଷ
  • ପ୍ରବନ୍ଧର 1500 ଶବ୍ଦରୁ ଅଧିକ ହେବ ନାହିଁ।
  • ପ୍ରବନ୍ଧଟିକୁ ଇଂରାଜୀ ପାଇଁ ଏରିଆଲ ଫଣ୍ଟ ଏବଂ ହିନ୍ଦୀ ପାଇଁ ମଙ୍ଗଳ ଫଣ୍ଟ ବ୍ୟବହାର କରି ଏକ ଏ-4 ଆକାରର ଏମ୍ଏସ୍ ୱର୍ଡ ଡକ୍ୟୁମେଣ୍ଟରେ ଟାଇପ୍ କରିବା ଆବଶ୍ୟକ, ଯାହା 1.5 ବ୍ୟବଧାନ ସହିତ 12 ଆକାର ବିଶିଷ୍ଟ ଥିବା ଆବଶ୍ୟକ ଏବଂ ଏହାକୁ ପିଡିଏଫ ଆକାରରେ ଦାଖଲ କରିବା ଆବଶ୍ୟକ।
  • ପ୍ରତିଯୋଗୀମାନେ ସେହି ସମାନ ବ୍ୟକ୍ତି ହୋଇଥିବା ଆବଶ୍ୟକ ଯିଏ ପ୍ରବନ୍ଧ ଲେଖିଛନ୍ତି। ପ୍ରବନ୍ଧରେ ମୌଳିକ ଚିନ୍ତାଧାରା ଓ ଉପସ୍ଥାପନା ପ୍ରତିଫଳିତ ହେବା ଉଚିତ।

ଟାଇମଲାଇନ୍

ଆରମ୍ଭ ତାରିଖ 1 ଜୁନ୍ 2023
ଶେଷ ତାରିଖ 31 ଜୁଲାଇ 2023

ପରିତୋଷ

ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ 10 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।

ସର୍ତ୍ତ ଓ ନିୟମାବଳ1

  1. ଏହି ପ୍ରତିଯୋଗିତା କେବଳ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ।
  2. ପ୍ରବନ୍ଧକୁ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ନିମ୍ନୋକ୍ତ ବର୍ଗ/ ବୟସ ବର୍ଗରେ ଦାଖଲ କରାଯାଇପାରିବ
    1. ବର୍ଗ: 12 - 14 ବର୍ଷ
    2. ବର୍ଗ: 14-16 ବର୍ଷ
  3. ସମସ୍ତ ଏଣ୍ଟ୍ରି କେବଳ MyGov.in ପୋର୍ଟାଲ ମାଧ୍ୟମରେ ଦାଖଲ କରିବାକୁ ପଡିବ। ଅନ୍ୟ କୌଣସି ମାଧ୍ୟମ/ମୋଡ ମାଧ୍ୟମରେ ଦାଖଲ ହୋଇଥିବା ଏଣ୍ଟ୍ରିକୁ ମୂଲ୍ୟାୟନ ପାଇଁ ବିଚାର କରାଯିବ ନାହିଁ।
  4. ପ୍ରବନ୍ଧର 1500 ଶବ୍ଦରୁ ଅଧିକ ହେବ ନାହିଁ।
  5. ଜଣେ ପ୍ରତିୟୋଗୀ କେବଳ ଥରେ ହିଁ ଆବେଦନ କରିପାରିବେ। ଯଦି ଜଣାପଡ଼େ ଯେ କୌଣସି ଅଂଶଗ୍ରହଣକାରୀ ଏକାଧିକ ଏଣ୍ଟ୍ରି ଦାଖଲ କରିଛନ୍ତି, ତେବେ ତାଙ୍କର ସମସ୍ତ ଏଣ୍ଟ୍ରିକୁ ଅବୈଧ ବୋଲି ବିବେଚନା କରାଯିବ।
  6. ଏଣ୍ଟ୍ରି ନିଜସ୍ୱ ହେବା ଦରକାର। କପି କରାଯାଇଥିବା ଏଣ୍ଟ୍ରି କିମ୍ବା ଚୋରି ହୋଇଥିବା ଏଣ୍ଟ୍ରିକୁ ପ୍ରତିଯୋଗିତା ଅନ୍ତର୍ଗତ ବିଚାର କରାଯିବ ନାହିଁ। G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିଜେତା ଏଣ୍ଟ୍ରିଗୁଡ଼ିକ ମଧ୍ୟ ଉପଯୁକ୍ତ ଭାବେ ପ୍ରଚାର କରାଯିବ।
  7. ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଶୁଳ୍କ/ପଞ୍ଜିକରଣ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
  8. ଇଂରାଜୀ ପାଇଁ ଏରିଆଲ ଫଣ୍ଟ ଓ ହିନ୍ଦୀ ପାଇଁ ମଙ୍ଗଳ ଫଣ୍ଟ ବ୍ୟବହାର କରି ଏ-4 ସାଇଜର ଏମ୍ଏସ୍ ୱର୍ଡ ଡକ୍ୟୁମେଣ୍ଟରେ ଟାଇପ୍ କରିବାକୁ ହେବ, ଯାହାର ସାଇଜ୍ 12 ଓ ବ୍ୟବଧାନ 1.5 ରହିବ। ଏହି ପ୍ରବନ୍ଧକୁ ପିଡିଏଫ ଫର୍ମାଟରେ ଅପଲୋଡ୍ କରିବାକୁ ପଡିବ।
  9. ପ୍ରତିଯୋଗୀମାନେ ସେହି ସମାନ ବ୍ୟକ୍ତି ହୋଇଥିବା ଆବଶ୍ୟକ ଯିଏ ପ୍ରବନ୍ଧ ଲେଖିଛନ୍ତି। ପ୍ରବନ୍ଧରେ ମୌଳିକ ଚିନ୍ତାଧାରା ଓ ଉପସ୍ଥାପନା ପ୍ରତିଫଳିତ ହେବା ଉଚିତ।
  10. ଦୟାକରି ଧ୍ୟାନ ଦିଅନ୍ତୁ ଯେ ପ୍ରବନ୍ଧଟି ମୌଳିକ ହେବା ଆବଶ୍ୟକ ଏବଂ ଭାରତୀୟ କପିରାଇଟ୍ ଅଧିନିୟମ 1957 ର କୌଣସି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିବା ଉଚିତ ନୁହେଁ। ଅନ୍ୟର କପିରାଇଟକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ପ୍ରତିଯୋଗିତାରୁ ଅଯୋଗ୍ୟ ବିବେଚିତ ହେବେ। G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଂଶଗ୍ରହଣକାରୀଙ୍କ ଦ୍ୱାରା କରାଯାଇଥିବା କପିରାଇଟ ଉଲ୍ଲଙ୍ଘନ କିମ୍ବା ବୌଦ୍ଧିକ ସମ୍ପତ୍ତିର ଉଲ୍ଲଙ୍ଘନ ପାଇଁ କୌଣସି ଦାୟିତ୍ୱ ବହନ କରେ ନାହିଁ।
  11. ପ୍ରବନ୍ଧର ଯେକୌଣସି ସ୍ଥାନରେ ଲେଖକଙ୍କ ନାମ/ଇ-ମେଲ ଇତ୍ୟାଦି ଉଲ୍ଲେଖ କଲେ ତାହା ଅଯୋଗ୍ୟ ବିବେଚିତ ହେବ।
  12. G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁରସ୍କାର ପ୍ରଦାନ କରିବା ପୂର୍ବରୁ ମୂଳ ଦସ୍ତାବିଜ ଯେପରିକି ବୟସ ପ୍ରମାଣ ଆଦି ଯାଞ୍ଚ କରିବାର ଅଧିକାର ସୁରକ୍ଷିତ ରଖିଥାଏ।
  13. ପ୍ରତିଯୋଗୀମାନେ ନିଶ୍ଚିତ କରିବେ ଯେ ସେମାନଙ୍କ ମାଇଗଭ୍ ପ୍ରୋଫାଇଲେ ସମ୍ପୂର୍ଣ୍ଣ ଭାବେ ସଠିକ୍ ଓ ଅପଡେଟ୍ ହୋଇଛି କାରଣ G20 ସଚିବାଳୟ / ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିକ ଯୋଗାଯୋଗ ପାଇଁ ଏହାକୁ ବ୍ୟବହାର କରୁଥାଏ । ଏଥିରେ ନାମ, ଫଟୋ, ସମ୍ପୂର୍ଣ୍ଣ ଡାକ ଠିକଣା, ଇ-ମେଲ ଆଇଡି ଏବଂ ଫୋନ୍ ନମ୍ବର ଭଳି ତଥ୍ୟ ସାମିଲ ରହିଛି। ଅସମ୍ପୂର୍ଣ୍ଣ ପ୍ରୋଫାଇଲ୍ ଥିବା ଏଣ୍ଟ୍ରିକୁ ବିଚାରକୁ ନିଆଯିବ ନାହିଁ।
  14. G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ଅଧିକାର ଏବଂ ଯେକୌଣସି ବିବାଦକୁ ସଂରକ୍ଷିତ ରଖିଥାଏ, ଏହି ପ୍ରତିଯୋଗିତା/ନିର୍ଦେଶିକା/ମୂଲ୍ୟାୟନ ମାନଦଣ୍ଡ ଆଦି ସମ୍ବନ୍ଧୀୟ ସଂଶୋଧନ କିମ୍ବା କୌଣସି ପ୍ରସଙ୍ଗ ., G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନିଷ୍ପତ୍ତି ନିଆଯିବବ ଯାହା ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ।
  15. G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯେକୌଣସି ସମୟରେ ପ୍ରତିଯୋଗିତା/ନିର୍ଦେଶିକା/ମୂଲ୍ୟାୟନ ମାନଦଣ୍ଡ ଆଦିର ସମସ୍ତ କିମ୍ବା କୌଣସି ଅଂଶକୁ ରଦ୍ଦ କିମ୍ବା ସଂଶୋଧନ କରିବାର ଅଧିକାର ସୁରକ୍ଷିତ ରଖିଛି।
  16. ସର୍ତ୍ତାବଳୀ/ବୈଷୟିକ ମାପକାଠି/ମୂଲ୍ୟାୟନ ମାନଦଣ୍ଡରେ କୌଣସି ପରିବର୍ତ୍ତନ, କିମ୍ବା ପ୍ରତିଯୋଗିତା ବାତିଲ, ମାଇଗବ ପ୍ଲାଟଫର୍ମରେ ଅପଡେଟ୍/ପୋଷ୍ଟ କରାଯିବ। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତା ପାଇଁ ଧାର୍ୟ୍ୟ କରାଯାଇଥିବା ସର୍ତ୍ତାବଳୀ/ବୈଷୟିକ ମାନଦଣ୍ଡ/ମୂଲ୍ୟାୟନ ମାନଦଣ୍ଡରେ କୌଣସି ପରିବର୍ତ୍ତନ ସମ୍ପର୍କରେ ନିଜକୁ ଅବଗତ କରାଇବେ।
  17. ଯଦି କୌଣସି ପ୍ରବେଶିକା ଗାଇଡ୍ଲାଇନ୍ ଉଲ୍ଲଙ୍ଘନ କରୁଥିବା ଜଣାପଡ଼େ ତେବେ ଅଂଶଗ୍ରହଣକାରୀଙ୍କୁ କୌଣସି ସୂଚନା କିମ୍ବା ସ୍ପଷ୍ଟୀକରଣ ନଦେଇ ମୂଲ୍ୟାୟନ ପ୍ରକ୍ରିୟାରୁ ଏହାକୁ ହଟାଇ ଦିଆଯିବ।
  18. ଯାଞ୍ଚ ଉଦ୍ଦେଶ୍ୟରେ ପ୍ରତିଯୋଗିତା ପ୍ରକ୍ରିୟା ସମୟରେ ଯେକୌଣସି ସମୟରେ G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ମୂଳ ଦସ୍ତାବିଜ ମଗାଯାଇପାରିବ।
  19. G20 ସଚିବାଳୟ/ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିଯୋଗିତା ଏଣ୍ଟ୍ରିର ନକଲ, ସଂରକ୍ଷଣ, ସମ୍ପାଦନା, ବିତରଣ, ପ୍ରସାରଣ ଏବଂ ପ୍ରକାଶନ ପାଇଁ ଏକ ସ୍ୱତନ୍ତ୍ର, ରୟାଲ୍ଟି ମୁକ୍ତ, ଚିରନ୍ତନ ଏବଂ ଅପରିବର୍ତ୍ତିତ ଲାଇସେନ୍ସ ରହିବ।
  20. ମୂଲ୍ୟାୟନ କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ବାଧ୍ୟତାମୂଳକ ହେବ।
  21. ନିୟମାବଳୀ ଅନୁପାଳନ ନ କଲେ ଅଂଶଗ୍ରହଣକାରୀ ଅଯୋଗ୍ୟ ବିବେଚିତ ହେବେ।