ସଂକ୍ଷିପ୍ତ ପରିଚୟ
ସଂସଦରେ ତିନିଟି ନୂଆ ଅପରାଧିକ ଆଇନ ପାରିତ ହୋଇଛି: ଭାରତୀୟ ନ୍ୟାୟ ସଂହିତା (BNS) ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) , ଏବଂ ଭାରତୀୟ ସାକ୍ଷ ଅଧିନିୟମ (BSA ), ଯାହା ଭାରତୀୟ ଦଣ୍ଡବିଧି ଆଇନ୍ 1860, ଦଣ୍ଡ ପ୍ରକ୍ରିୟା ଆଇନ୍ 1973, ଏବଂ ଭାରତୀୟ ପ୍ରମାଣ ଆଇନ 1872କୁ କ୍ରମାନ୍ୱୟରେ ପ୍ରତିସ୍ଥାପିତ କରିବ। ଏହି ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିସାରିଛି ଏବଂ ସରକାରୀ ଗେଜେଟରେ ଏହାକୁ ଅଧିସୂଚିତ କରାଯାଇଛି। ଏହି ନୂତନ ଆଇନରେ ଅପରାଧ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ସମଯୋଚିତ ନ୍ୟାୟ ପ୍ରଦାନ, ପୀଡ଼ିତ କୈନ୍ଦ୍ରିକ ଆଭିମୁଖ୍ୟ, ଲିଙ୍ଗ ନିରପେକ୍ଷତା ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ପାଇଁ କଠୋର ଦଣ୍ଡ ଉପରେ ଗୁରୁତ୍ୱାରୋପ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ
ଏହି ଗୁରୁତ୍ୱପୂର୍ଣ୍ଣ ଆଇନଗତ ସଂସ୍କାର ବିଷୟରେ ଆଲୋଚନା କରିବା ପାଇଁ ଦୁଇଟି ଜାତୀୟ ସ୍ତରୀୟ ୱେବିନାରରେ ଆମ ସହିତ ଯୋଗ ଦିଅନ୍ତୁ। ଏହି ୱେବିନାରଗୁଡିକ ଜୁନ 2024ରେ ନିମ୍ନଲିଖିତ ଭାବେ ଆୟୋଜନ କରାଯିବ:
- 21 ଜୁନ୍ 2024 ସକାଳ 10ଟା 30 ମିନିଟ୍ (ହିନ୍ଦୀ)
- 25 ଜୁନ୍ 2024 ସକାଳ 10ଟା 30 ମିନିଟ୍ (ଇଂରାଜୀ)
କିପରି ଭାଗ ନେବେ
ଏହି ୱେବିନାରରେ ଦୁଇ ସେଟ୍ ଅଂଶଗ୍ରହଣକାରୀ ରହିବେ
- ଇଣ୍ଟରଆକ୍ଟିଭ୍ ଅଂଶଗ୍ରହଣକାରୀ: ପରିଚାଳକ, ବକ୍ତା ଏବଂ ହସ୍ତକ୍ଷେପ କରୁଥିବା ବ୍ୟକ୍ତିବିଶେଷମାନେ ଏକ ଭର୍ଚୁଆଲ ଇଣ୍ଟରାକ୍ଟିଭ୍ ଲିଙ୍କ୍ ମାଧ୍ୟମରେ ଯୋଗଦେବେ।
- ଶ୍ରୋତା: ଅଂଶଗ୍ରହଣକାରୀମାନେ YouTube ନମ୍ବରରେ ୱେବକାଷ୍ଟ ମାଧ୍ୟମରେ ଲିସେନିଂ ମୋଡରେ ୱେବିନାରରେ ଯୋଗ ଦେଇପାରିବେ।
କାର୍ଯ୍ୟକ୍ରମ ଟାଇମ୍ଲାଇନ୍:
- ଆରମ୍ଭ ତାରିଖ : 21 ଜୁନ୍ 2024
- ଶେଷ ତାରିଖ: 31 ଜୁଲାଇ 2024
ଅଧିକ ବିବରଣୀ ପାଇଁ ଏବଂ ଏଥିରେ ଭାଗ ନେବା ପାଇଁ, ଭିଜିଟ୍ କରନ୍ତୁ କାର୍ଯ୍ୟକ୍ରମ ଲିଙ୍କ୍ ।
ଭାରତରେ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ତଥା "ବିକଶିତ ଭାରତ @2047" ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଏହି ଆଲୋଚନାଚକ୍ରରେ ଭାଗ ନେବା ପାଇଁ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।
ଅଧିକ ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଆମକୁ Facebook, Twitter, Koo, ଓ Instagramରେ ଫଲୋ କରନ୍ତୁ।
Twitter- @MinistryWCD
ଲିଙ୍କ୍- https://x.com/ministrywcd?s=11&t=ZQicT4vL4iZJcVkM1UushQ
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
ଲିଙ୍କ୍- https://www.facebook.com/ministryWCD?mibextid=LQQJ4d
ministrywcd
ଲିଙ୍କ୍- https://instagram.com/ministrywcd?igshid=MzRlODBiNWFlZA==
@ministryWCD
ଲିଙ୍କ୍ - https://www.kooapp.com/profile/MinistryWCD
@ministrywcd
ଲିଙ୍କ୍ :- https://youtube.com/@ministrywcd?si=ESCTeGAdpwAcBp0W