ଯୋଗ ୱିଥ୍ ଫ୍ୟାମିଲି ଭିଡିଓ ପ୍ରତିଯୋଗିତା

ବିଷୟରେ

ଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ 2024 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତ ହେବା ଏବଂ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ MoA ଏବଂ ICCR ଦ୍ୱାରା ଯୋଗ ଉଇଥ୍ ଫ୍ୟାମିଲି ଭିଡିଓ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତା ଭାରତ ସରକାରଙ୍କ (GoI) ମାଇଁଗଭ୍‌ ଇନୋଭେଟ୍‌ ଇଣ୍ଡିଆ () ପ୍ଲାଟଫର୍ମhttps://innovateindia.mygov.in/ମାଧ୍ୟମରେ କରାଯିବ ଏବଂ ସାରା ବିଶ୍ୱର ଅଂଶଗ୍ରହଣକାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିବ।

2. ଏହି ଦସ୍ତାବିଜରେ ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କୁ ନିଜ ନିଜ ଦେଶରେ କାର୍ଯ୍ୟକ୍ରମର ସମନ୍ୱୟ ପାଇଁ ମାର୍ଗଦର୍ଶିକା ଦିଆଯାଇଛି ।

କାର୍ଯ୍ୟକ୍ରମର ବିବରଣୀ

କାର୍ଯ୍ୟକ୍ରମ ନାମ ଯୋଗ ୱିଥ୍ ଫ୍ୟାମିଲି ଭିଡିଓ ପ୍ରତିଯୋଗିତା
ଅବଧି ଜୁନ୍ 5 ତାରିଖରୁ ଜୁନ୍ 31 ଜୁଲାଇ 2024 ସନ୍ଧ୍ୟା 17.00 ଘଣ୍ଟା
କେଉଁଠି ଭାରତ ସରକାରଙ୍କ (GoI) ମାଇଁଗଭ୍ ଇନୋଭେଟ୍‌ଇଣ୍ଡିଆ (https://innovateindia.mygov.in/yoga-with-family/) ପ୍ଲାଟଫର୍ମ
ପ୍ରମୋସନ ପାଇଁ ହ୍ୟାସଟ୍ୟାଗ୍ ପ୍ରତିଯୋଗିତା ଦେଶ ବିଶେଷ ହ୍ୟାସଟ୍ୟାଗ୍ ଯୋଗ-ୱିଥ୍-ଫ୍ୟାମିଲି ଦେଶ ଉଦାହରଣ: ଯୋଗ-ୱିଥ୍-ଫ୍ୟାମିଲି
ପ୍ରତିଯୋଗିତା ବର୍ଗ ଦେଶ ନିର୍ଦ୍ଦିଷ୍ଟ ଏବଂ ବିଶ୍ୱସ୍ତରୀୟ ପୁରସ୍କାର
ପୁରସ୍କାର ପ୍ରଥମ ପର୍ଯ୍ୟାୟ: ଦେଶ ନିର୍ଦ୍ଦିଷ୍ଟ ପୁରସ୍କାର
  1. ସମ୍ପୃକ୍ତ ଦେଶରେ ଭାରତୀୟ ଦୂତାବାସ ପକ୍ଷରୁ ପ୍ରଥମ ପୁରସ୍କାର ଘୋଷଣା କରାଯିବ।
  2. ଦ୍ୱିତୀୟ ପୁରସ୍କାର - ସମ୍ପୃକ୍ତ ଦେଶରେ ଭାରତୀୟ ଦୂତାବାସ ଦ୍ୱାରା ଘୋଷଣା କରାଯିବ ।
  3. ତୃତୀୟ ପୁରସ୍କାର - ସମ୍ପୃକ୍ତ ଦେଶରେ ଭାରତୀୟ ଦୂତାବାସ ଦ୍ୱାରା ଘୋଷଣା କରାଯିବ ।
ଦ୍ୱିତୀୟ ପର୍ଯ୍ୟାୟ: ବିଶ୍ୱସ୍ତରୀୟ ପୁରସ୍କାର
ସମସ୍ତ ଦେଶର ବିଜେତାଙ୍କ ମଧ୍ୟରୁ ବିଶ୍ୱସ୍ତରୀୟ ପୁରସ୍କାର ବିଜେତାଙ୍କୁ ଚୟନ କରାଯିବ। ଏହାର ବିବରଣୀ ଖୁବ୍‌ଶିଘ୍ର ମାଇଁଗଭ୍‌ ଇନୋଭେଟ୍‌ଇଣ୍ଡିଆ () ରେ ଘୋଷଣା କରାଯିବhttps://innovateindia.mygov.in/yoga-with-family/) ପ୍ଲାଟଫର୍ମ
ପୁରସ୍କାର ଘୋଷଣା ତାରିଖ ସମ୍ପୃକ୍ତ ଦେଶର ଦୂତାବାସ ନିର୍ଦ୍ଧାରଣ କରିବେ)
ସମନ୍ଵୟ ଏଜେନ୍ସି ଆନ୍ତର୍ଜାତିକ ସଂଯୋଜକ: ICCR
ଭାରତ ସଂଯୋଜକ: MoA ଓ CCRYN

ଦେଶ-ନିର୍ଦ୍ଦିଷ୍ଟ ପୁରସ୍କାର ପାଇଁ ମୂଲ୍ୟାୟନ ଏବଂ ବିଚାର ପ୍ରକ୍ରିୟା

ସର୍ଟଲିଷ୍ଟିଂ ଓ ଚୂଡ଼ାନ୍ତ ମୂଲ୍ୟାୟନ ଭଳି ଦୁଇଟି ପର୍ଯ୍ୟାୟରେ ବିଚାର କରାଯିବ। ସମ୍ପୃକ୍ତ ଦେଶରେ ଥିବା ଭାରତୀୟ ଦୂତାବାସ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗରେ ତିନି ଜଣ ବିଜେତାଙ୍କୁ ଚୂଡ଼ାନ୍ତ କରିବ ଏବଂ ପ୍ରତିଯୋଗିତାର ସାମଗ୍ରିକ ପରିପ୍ରେକ୍ଷୀରେ ଏହା ଏକ ସଂକ୍ଷିପ୍ତ ପ୍ରକ୍ରିୟା ହେବ। ICCR ଦ୍ୱାରା ସମନ୍ୱିତ ହେବାକୁ ଥିବା ବିଶ୍ୱସ୍ତରୀୟ ମୂଲ୍ୟାୟନ ପାଇଁ ପ୍ରତ୍ୟେକ ଦେଶର ବିଜେତା ମାନେ ଏଣ୍ଟ୍ରି ତାଲିକାରେ ସ୍ଥାନ ପାଇବେ । ଭାରତୀୟ ଦୂତାବାସ ପ୍ରତିଯୋଗିତା ନିର୍ଦ୍ଦେଶାବଳୀ ଆଧାରରେ ମୂଲ୍ୟାୟନ କରିପାରିବେ ଏବଂ ନିଜ ନିଜ ଦେଶର ବିଜେତାଙ୍କୁ ଚୂଡ଼ାନ୍ତ କରିପାରିବେ । ଯଦି ଅଧିକ ସଂଖ୍ୟକ ଏଣ୍ଟ୍ରି ଆଶା କରାଯାଏ, ତେବେ ପ୍ରାରମ୍ଭିକ ସ୍କ୍ରିନିଂ ପାଇଁ ଏକ ବୃହତ କମିଟି ସହିତ ଏକ ଦୁଇ ପର୍ଯ୍ୟାୟ ମୂଲ୍ୟାୟନ କରିବାକୁ ପରାମର୍ଶ ଦିଆଯାଏ । ଜୁଲାଇ 31, 2024 ସନ୍ଧ୍ୟା 17ଟାରେ ଦାଖଲ ଶେଷ ହେବା ପରେ ପ୍ରତ୍ୟେକ ବର୍ଗ ପାଇଁ 3 ଜଣ ବିଜେତା ଚୟନ କରିବା ପାଇଁ ସମ୍ପୃକ୍ତ ଦେଶର ପ୍ରମୁଖ ଏବଂ ପ୍ରତିଷ୍ଠିତ ଯୋଗ ବିଶେଷଜ୍ଞମାନଙ୍କୁ ଚୂଡ଼ାନ୍ତ ଦେଶ-ନିର୍ଦ୍ଦିଷ୍ଟ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇପାରେ।

ଦେଶ ନିର୍ଦ୍ଦିଷ୍ଟ ବିଜେତାମାନେ ଗ୍ଲୋବାଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ, ଯାହାର ବିବରଣୀ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ଦୂତାବାସ/ହାଇ କମିଶନଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକଳାପ

  1. ପ୍ରତିଯୋଗିତା ବିଷୟରେ ସବିଶେଷ ବିବରଣୀ ଏବଂ ଅପଡେଟ୍ ପାଇବା ଏବଂ ବିଭିନ୍ନ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ବିବରଣୀ ପ୍ରକାଶ କରିବା ପାଇଁ ମନ୍ତ୍ରଣାଳୟ ଏବଂ ICCR ସହିତ ସମନ୍ୱୟ ରକ୍ଷା କରନ୍ତୁ ।
  2. ନିଜ ନିଜ ଦେଶରେ ପ୍ରତିଯୋଗିତାକୁ ପ୍ରୋତ୍ସାହନ, ଦାଖଲ କରାଯାଇଥିବା ଭିଡିଓ ବିଷୟବସ୍ତୁର ମୂଲ୍ୟାଙ୍କନ ଏବଂ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅନୁଯାୟୀ ଦେଶ ବିଜେତା ଘୋଷଣା।
  3. ଦୂତାବାସ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ, ଇଂରାଜୀ ଏବଂ ସେମାନଙ୍କ ଆୟୋଜକ ଦେଶର ଜାତୀୟ ଭାଷାରେ ପ୍ରତିଯୋଗିତା ନିର୍ଦ୍ଦେଶାବଳୀ ପ୍ରକାଶ କରନ୍ତୁ।
  4. IDY ସମ୍ବନ୍ଧୀୟ ପ୍ରାସଙ୍ଗିକ ସଂକଳ୍ପରେ ଥିବା ଜାତିସଂଘର ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହିତ ଏହି ବିଷୟରେ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
  5. ଦୂତାବାସ/ହାଇକମିସନର ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ IDY ପର୍ଯ୍ୟବେକ୍ଷଣକୁ ପ୍ରୋତ୍ସାହିତ କରିବା ।
  6. ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ସର୍ତ୍ତାବଳୀ, ବିଷୟବସ୍ତୁ, ବର୍ଗ, ପୁରସ୍କାର, ଦାଖଲ ପାଇଁ ମାର୍ଗଦର୍ଶିକା, ପ୍ରତିଯୋଗିତା କ୍ୟାଲେଣ୍ଡର ଏବଂ ପ୍ରତିଯୋଗୀଙ୍କ ପାଇଁ ନିର୍ଦ୍ଦେଶାବଳୀରେ ନିର୍ଦ୍ଦିଷ୍ଟ ଅନ୍ୟାନ୍ୟ ବିବରଣୀ ସହିତ ବିବରଣୀ ବିଷୟରେ ଅବଗତ କରାଇବା। ଏଠାରେ କ୍ଲିକ୍ କରନ୍ତୁ।
  7. #Yogawithfamily ଏବଂ ଏହା ପରେ ଦେଶର ନାମ ଥିବା ହ୍ୟାସଟ୍ୟାଗର ବ୍ୟବହାରକୁ ପ୍ରୋତ୍ସାହନ ଦେବା।
  8. ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ବିଭିନ୍ନ ବର୍ଗ ପାଇଁ ପୁରସ୍କାର ରାଶି ସ୍ଥିର କରି ଆବଣ୍ଟନ କରିବା।
  9. ପ୍ରତିଯୋଗୀଙ୍କ ପ୍ରଶ୍ନର ଉତ୍ତର ଦେବା ସହ ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରେ ଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବା।
  10. ଅଧିକ ବିବରଣୀ ପାଇଁ ପ୍ରତିଯୋଗୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀକୁ ଦେଖନ୍ତୁ। ଏଠାରେ କ୍ଲିକ୍ କରନ୍ତୁ।
  11. ପ୍ରକ୍ରିୟା ସମ୍ବନ୍ଧୀୟ ମାର୍ଗଦର୍ଶିକାର ମୂଲ୍ୟାୟନ ଏବଂ ବିଚାର
    1. ଏହି ମାର୍ଗଦର୍ଶିକା ଅନୁଯାୟୀ ମୂଲ୍ୟାୟନ ଏବଂ ବିଚାର ପ୍ରକ୍ରିୟା ସହିତ ପରିଚିତ।
    2. ବିଶିଷ୍ଟ ଯୋଗ ବୃତ୍ତିଜୀବୀ ଏବଂ ଯୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍କ୍ରିନିଂ କମିଟି ଏବଂ ଏକ ମୂଲ୍ୟାୟନ କମିଟି ଗଠନ ।
    3. ଦୂତାବାସ ୱେବସାଇଟ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିଯୋଗୀଙ୍କ ଗାଇଡଲାଇନ ଅନୁଯାୟୀ ମୂଲ୍ୟାୟନ ଏବଂ ଫଳାଫଳ ଘୋଷଣା କରିବା ।
    4. ICCR/MEA ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ବିଜେତାଙ୍କ ସହ ଯୋଗାଯୋଗ କରିବା ଏବଂ ପୁରସ୍କାର ବଣ୍ଟନ କରିବା ।
    5. ଦେଶ ନିର୍ଦ୍ଦିଷ୍ଟ ବିଜେତାଙ୍କ ବିବରଣୀ ମନ୍ତ୍ରଣାଳୟ, ICCR ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇବା।

ପ୍ରତିଯୋଗିତା ଏଣ୍ଟ୍ରି ନିର୍ଦ୍ଦେଶାବଳୀ

  1. ମାଇଁଗଭ୍‌ ପ୍ଲାଟଫର୍ମରେ ନିର୍ଦ୍ଦିଷ୍ଟ ପ୍ରତିଯୋଗିତା ପୃଷ୍ଠାକୁ ଯାଆନ୍ତୁ।
  2. ଅଂଶଗ୍ରହଣ ଫର୍ମରେ ଅନୁରୋଧ ଅନୁଯାୟୀ ଆପଣଙ୍କ ବିବରଣୀ ପୂରଣ କରନ୍ତୁ। ପରିବାରରୁ କେବଳ ଜଣେ ସଦସ୍ୟ ଏଣ୍ଟ୍ରି ଫର୍ମ ପୂରଣ କରିବେ । ଗୋଟିଏ ଭିଡିଓ ପାଇଁ ଏକାଧିକ ଏଣ୍ଟ୍ରି କଲେ ଅଯୋଗ୍ୟ ଘୋଷିତ ହେବେ।
  3. ନିଜ ପରିବାର ଲୋକ ଯୋଗାସନ କରୁଥିବାର 1 ମିନିଟର ଭିଡିଓ ସୁଟ୍ କରନ୍ତୁ। ସମସ୍ତ ସଦସ୍ୟ ଗୋଟିଏ ଯୋଗାସନ କରିପାରିବେ କିମ୍ବା ଭିନ୍ନ ଭିନ୍ନ ଯୋଗାସନ କରିପାରିବେ
  4. 1 ମିନିଟର ଏହି ଭିଡିଓକୁ ନିଜର YouTube, YouTube, Facebook, Instagram କିମ୍ବା twitter ଆକାଉଣ୍ଟରେ ଅପଲୋଡ୍ କରନ୍ତୁ ଏବଂ ଏହାକୁ ସାର୍ବଜନିକ ଏବଂ ଡାଉନଲୋଡ୍ କରିବା ଯୋଗ୍ୟ କରନ୍ତୁ।
  5. ଅଂଶଗ୍ରହଣ ଫର୍ମରେ ଆସନ/ଆସନଗୁଡ଼ିକର ନାମ ଲେଖନ୍ତୁ।
  6. ଅଂଶଗ୍ରହଣ ଫର୍ମରେ ଅପ୍ଲୋଡ୍ ହୋଇଥିବା ଭିଡିଓ ପାଇଁ ଉପଯୁକ୍ତ ସ୍ଲୋଗାନ୍ ଦିଅନ୍ତୁ।
  7. YouTube କିମ୍ବା Facebook କିମ୍ବା Instagram କିମ୍ବା Twitter ରେ ଅପଲୋଡ୍‌ ହୋଇଥିବା ଆପଣଙ୍କ ଭିଡିଓର ଲିଙ୍କକୁ ଅପଲୋଡ କରି ପ୍ରତିଯୋଗିତା ପୃଷ୍ଠାରେ ଆପଣଙ୍କର ଏଣ୍ଟ୍ରି (1-ମିନିଟ୍ ପାରିବାରିକ ଯୋଗ ଭିଡିଓ) ଅପଲୋଡ କରନ୍ତୁ। ଦୟାକରି ନିଶ୍ଚିତ କରନ୍ତୁ ଯେ ଭିଡିଓଟି ସାର୍ବଜନିକ ଏବଂ ଡାଉନଲୋଡ୍ ଯୋଗ୍ୟ ଅଟେ।
  8. ନିୟମ ଏବଂ ସର୍ତ୍ତାବଳୀକୁ ଯାଆନ୍ତୁ ଏବଂ ସବ୍‌ମିଟ ଉପରେ କ୍ଲିକ୍ କରନ୍ତୁ।
  9. ଭିଡିଓ ସେୟାର କରନ୍ତୁ:
    1. ଆୟୁଷ ମନ୍ତ୍ରଣାଳୟର ପେଜକୁ ଲାଇକ ଏବଂ ଫଲୋ କରନ୍ତୁ (https://www.facebook.com/moayush/) Facebook, Instagramରେ (https://www.instagram.com/ministryofayush/), ଟ୍ୱିଟରରେhttps://twitter.com/moayush)
    2. ନିଜ Facebook ପେଜ୍/Twitter/Instagramରେ ଭିଡିଓ ଅପଲୋଡ୍ କରନ୍ତୁ ଏବଂ ଆୟୁଷ ମନ୍ତ୍ରଣାଳୟକୁ #Yogawithfamily ହ୍ୟାସଟ୍ୟାଗ୍ ବ୍ୟବହାର କରି ଟ୍ୟାଗ୍‌ କରନ୍ତୁ
    3. ଏହି ପୋଷ୍ଟକୁ ଅଧିକରୁ ଅଧିକ ଲୋକଙ୍କ ସହ ସେୟାର କରନ୍ତୁ ଏବଂ ଭିଡିଓରେ ଅଧିକ ସଂଖ୍ୟକ ଲାଇକ୍ ପାଆନ୍ତୁ।

ଭିଡିଓ ଉପରେ ନିର୍ଦ୍ଦେଶାବଳୀ

  1. ନିଆଯାଇଥିବା ଭିଡିଓରେ ପ୍ରତିଯୋଗୀ ନିଜର ବ୍ୟକ୍ତିଗତ ପରିଚୟ ପ୍ରଦାନ କରିବେ ନାହିଁ (ନାମ, ଜାତି, ଦେଶ ଇତ୍ୟାଦି) ।
  2. ଲ୍ୟାଣ୍ଡସ୍କେପ୍ ଓରିଏଣ୍ଟେସନ୍‌ରେ ଭିଡିଓ ନେବାକୁ ପରାମର୍ଶ ଦିଆଯାଉଛି ।
  3. ପ୍ରତିଯୋଗୀମାନେ ସେମାନଙ୍କ ପରିବାର ସଦସ୍ୟ ଏକାସାଙ୍ଗରେ ଯୋଗ (ଗ୍ରୁପ୍ ପ୍ରାକ୍ଟିସ୍) କରୁଥିବାର କେବଳ ଏକ ମିନିଟ୍‌ର ଭିଡିଓ ନିଅନ୍ତୁ (ଉଦାହରଣ ପାଇଁ ଅନୁଲଗ୍ନ 1 ଦେଖନ୍ତୁ)
  4. ଏହି ଭିଡିଓଟି ପରିବାରର ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ଯୋଗ ଅଭ୍ୟାସ କରୁଥିବାର ହୋଇପାରେ କିମ୍ବା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଯୋଗକୁ ସମସ୍ତେ କମନ୍ୱୟରେ କରୁଥିବାର ହୋଇପାରେ । ସେମାନେ ଅଂଶଗ୍ରହଣ ଫର୍ମରେ ଭିଡିଓରେ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆସନ/ଆସନଗୁଡ଼ିକର ନାମ ଉଲ୍ଲେଖ କରିବେ।
  5. ଏଥିରେ ଭାଗ ନେଉଥିବା ବ୍ୟକ୍ତି ଏହି 1 ମିନିଟ ମଧ୍ୟରେ ପରିବାର ଦ୍ୱାରା ଯୋଗାଭ୍ୟାସ କରିବାର ଭିଡିଓକୁ ସାମିଲ କରିପାରିବେ ଏବଂ ଆବେଦନ ଫର୍ମରେ ଭିଡିଓ ପାଇଁ ଉପଯୁକ୍ତ ସ୍ଲୋଗାନର ବର୍ଣ୍ଣନା କରିପାରିବେ।
  6. ନିଜ ପରିବାରର YouTube, Facebook, X (Twitter) କିମ୍ୱା Instagramରେ ଅପଲୋଡ୍ କରିବା, ଏହାକୁ ସାର୍ବଜନୀନ କରିବା ଏବଂ ଡାଉନଲୋଡ୍ ଯୋଗ୍ୟ କରିବା ଆବଶ୍ୟକ।
  7. ସେମାନଙ୍କ ନିଜ YouTube, Facebook, X (Twitter) କିମ୍ୱା Instagram ଆକାଉଣ୍ଟର ଭିଡିଓ ଲିଙ୍କ୍ ଅପଲୋଡ୍ ହୋଇପାରିବ https://innovateindia.mygov.in/yoga-with-family/। ଅପ୍ଲୋଡ୍ ହୋଇଥିବା ଭିଡିଓର ଅବଧି 1 ମିନିଟ୍‌ରୁ ଅଧିକ ହେବା ଉଚିତ ନୁହେଁ। ଏହି ଲିଙ୍କରେ ଦିଆଯାଇଥିବା ଭିଡିଓ ସାର୍ବଜନିକ ଏବଂ ଡାଉନଲୋଡ୍ ଯୋଗ୍ୟ ଅଛି କି ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଲିଙ୍କ୍ କିମ୍ବା ଅପ୍‌ଲେଡ୍ ଭିଡିଓ ମୂଲ୍ୟାୟନ ପାଇଁ ଖୋଲିବାରେ ବିଫଳ ହୁଏ ତେବେ ପୁରସ୍କାର ପାଇଁ ଏଣ୍ଟ୍ରି ଚୟନ କରାଯିବ ନାହିଁ, ଏବଂ ଆୟୋଜକମାନେ ଏଥିପାଇଁ ଦାୟୀ ରହିବେ ନାହିଁ।

ପ୍ରତିଯୋଗିତା ସମୟସୀମା

  1. 2024 ଜୁନ୍ 5 ତାରିଖରୁ ଏଣ୍ଟ୍ରି ଦାଖଲ କରିପାରିବେ।
  2. ଆବେଦନର ଶେଷ ତାରିଖ ଜୁଲାଇ 31, 2024 17.00 ଘଣ୍ଟା ରହିଛି।
  3. ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉପରୋକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ସମୟ ସୀମା ସୁଦ୍ଧା ସମସ୍ତ ଏଣ୍ଟ୍ରି ଗ୍ରହଣ କରିବାକୁ ପଡ଼ିବ।

ଆବଶ୍ୟକ ସ୍ଥଳେ କୌଣସି ତଥ୍ୟର ଯାଞ୍ଚ ପାଇଁ ଚୟନ ହୋଇଥିବା ଆବେଦନକାରୀଙ୍କୁ ଅନ୍ୟ ଦେଶରେ ଥିବା MoA/ସମ୍ପୃକ୍ତ ଭାରତୀୟ ଦୂତାବାସ ଦ୍ୱାରା ଯୋଗାଯୋଗ କରାଯାଇପାରିବ ।

ପରିବାର: 'ପରିବାର' ଶବ୍ଦର ଅର୍ଥ ସାଙ୍ଗସାଥୀଙ୍କୁ ମିଶାଇ ନିଜର ବା ସମ୍ପ୍ରସାରିତ ପରିବାର। ଗ୍ରୁପ୍ ଭିଡିଓରେ 3ରୁ ଅଧିକ ସଦସ୍ୟ ରହିବା ଆବଶ୍ୟକ ଏବଂ ଗୋଟିଏ ଗ୍ରୁପ୍‌ରେ ଛଅରୁ ଅଧିକ ସଦସ୍ୟ ଏକା ସାଙ୍ଗରେ ପ୍ରଦର୍ଶନ କରିପାରିବେ ନାହିଁ। VI. ପୁରସ୍କାର ବର୍ଗ ଏବଂ ପୁରସ୍କାର

ପୁରସ୍କାର ବର୍ଗ ଓ ପୁରସ୍କାର

  1. ଏଥର ଏହି ପ୍ରତିୟୋଗିତା 'ଗୋଟିଏ' ବର୍ଗରେ ଆୟୋଜନ କରାଯିବାର ପ୍ରସ୍ତାବ ରହିଛି। ତେବେ ଏଥିରେ ଦେଶ ନିର୍ଦ୍ଧିଷ୍ଟ ଓ ବିଶ୍ୱସ୍ତରୀୟ ପୁରସ୍କାର ରହିବ।
  2. ଉପରୋକ୍ତ ପ୍ରତ୍ୟେକ ବିଭାଗରେ ପୁରସ୍କାର ଘୋଷଣା କରାଯିବ

ଦେଶ-ନିର୍ଦ୍ଦିଷ୍ଟ ପୁରସ୍କାର

ଭାରତ

  1. ପ୍ରଥମ ପୁରସ୍କାର 100000/-
  2. ଦ୍ୱିତୀୟ ପୁରସ୍କାର - 75000/-
  3. ତୃତୀୟ ପୁରସ୍କାର - 50000/-

ଅନ୍ୟାନ୍ୟ ଦେଶ

ସ୍ଥାନୀୟ ଦେଶ ମିଶନ ଦ୍ୱାରା ନିର୍ଦ୍ଧାରିତ ଏବଂ ଯୋଗାଯୋଗ କରାଯିବ । 

ବୈଶ୍ୱିକ ପୁରସ୍କାର

ପ୍ରତ୍ୟେକ ଦେଶର ଶ୍ରେଷ୍ଠ 3 ଟି ଏଣ୍ଟ୍ରିକୁ ବିଶ୍ୱସ୍ତରୀୟ ପୁରସ୍କାର ପାଇଁ ବିବେଚନା କରାଯାଏ ।

  1. ପ୍ରଥମ ପୁରସ୍କାର 1000/- ଡଲାର
  2. ଦ୍ୱିତୀୟ ପୁରସ୍କାର 750/- ଡଲାର
  3. ତୃତୀୟ ପୁରସ୍କାର 500/- ଡଲାର
  1. ମନ୍ତ୍ରଣାଳୟ ଏହାର ଅଫିସିଆଲ ଚ୍ୟାନେଲ ଯଥା ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଫଳାଫଳ ପ୍ରକାଶ କରିବ ଏବଂ ଅଧିକ ବିବରଣୀ ପାଇଁ ବିଜେତାଙ୍କ ନିକଟରେ ପହଞ୍ଚିବ । ଯଦି ଯୋଗାଯୋଗ ହୋଇନଥାଏ, ତେବେ ପ୍ରତିଯୋଗିତା ପାଇଁ ବିକଳ୍ପ ବିଜେତା ଚୟନ କରିବାର ଅଧିକାର ମନ୍ତ୍ରଣାଳୟ ପାଖରେ ରହିଛି।
  1. ପ୍ରତିଯୋଗିତାର ଯେକୌଣସି ପରିବର୍ତ୍ତନ/ଅପଡେଟ୍ ମନ୍ତ୍ରଣାଳୟର ଅଫିସିଆଲ୍ କମ୍ୟୁନିକେସନ୍ ଚ୍ୟାନେଲ୍, ମାଇଗବ ପ୍ଲାଟଫର୍ମ ଏବଂ ସେମାନଙ୍କ ର ଅଫିସିଆଲ୍ ସୋସିଆଲ ମିଡିଆ ଚ୍ୟାନେଲ୍ ମାଧ୍ୟମରେ ପ୍ରକାଶିତ ହେବ।

ମୂଲ୍ୟାୟନ ପ୍ରକ୍ରିୟା

ନିମ୍ନରେ ଦିଆଯାଇଥିବା ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ଦେଶସ୍ତରୀୟ ମୂଲ୍ୟାୟନ କରାଯିବ,

  1. ଏଣ୍ଟ୍ରିଗୁଡିକର ସଂକ୍ଷିପ୍ତ ତାଲିକା
  2. ଚୂଡ଼ାନ୍ତ ମୂଲ୍ୟାୟନ
  1. ଚୂଡ଼ାନ୍ତ ମୂଲ୍ୟାୟନ ପ୍ୟାନେଲକୁ ବିଚାର ଓ ଚୟନ ନିମନ୍ତେ ବଛା ବଛା ଏଣ୍ଟ୍ରି ପ୍ରଦାନ କରିବା ପାଇଁ ପ୍ରତିଯୋଗିତା ମାର୍ଗଦର୍ଶିକା ଆଧାରରେ ସ୍କ୍ରିନିଂ କମିଟି ଦ୍ୱାରା ଏଣ୍ଟ୍ରିଗୁଡ଼ିକୁ ଚୟନ କରାଯିବ।
  2. ଭାରତୀୟ ପ୍ରବେଶିକା ପାଇଁ MoA ଏବଂ CCRYN ଦ୍ୱାରା ଗଠିତ ବିଶିଷ୍ଟ ଯୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ମୂଲ୍ୟାଙ୍କନ କମିଟି ଏବଂ ବିଦେଶରେ ଥିବା ସମ୍ପୃକ୍ତ ଭାରତୀୟ ଦୂତାବାସ ଦ୍ୱାରା ଚୟନ କରାଯାଇଥିବା ତାଲିକାରୁ ବିଜେତାଙ୍କୁ ଚୟନ କରାଯିବ।
  3. ଦେଶସ୍ତରୀୟ ବିଜେତା ଚୟନ ହେବା ପରେ ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ 3ଟି ଏଣ୍ଟ୍ରିକୁ ମୂଲ୍ୟାୟନ କମିଟି ଦ୍ୱାରା ମୂଲ୍ୟାୟନ କରାଯାଇ ବିଶ୍ୱସ୍ତରୀୟ ପୁରସ୍କାର ବିଜେତାଙ୍କ ବିଷୟରେ ନିଷ୍ପତ୍ତି ନିଆଯିବ।

ପରାମର୍ଶମୂଳକ ମୂଲ୍ୟାୟନ ମାନଦଣ୍ଡ

0-5 ପର୍ଯ୍ୟନ୍ତ ପ୍ରତ୍ୟେକ ମାନଦଣ୍ଡରେ ମାର୍କ ଦିଆଯାଇପାରିବ, ଯେଉଁଠାରେ ଅଣ-ଅନୁପାଳନ / ମଧ୍ୟମ ଅନୁପାଳନ ପାଇଁ 0-1, ଅନୁପାଳନ ପାଇଁ 2, ପ୍ରଦର୍ଶନ ଉପରେ ନିର୍ଭର କରି 3 ଏବଂ ଅଧିକ ହେବ। ନିମ୍ନଲିଖିତ ମାନଦଣ୍ଡ ଏବଂ ଏହା ସହିତ ସ୍କୋରିଂ କେବଳ ସୂଚକ / ପ୍ରସ୍ତାବିତ ଅଟେ ଏବଂ ସମ୍ପୃକ୍ତ ମୂଲ୍ୟାୟନ ଏବଂ ସ୍କ୍ରିନିଂ କମିଟି ଦ୍ୱାରା ଉପଯୁକ୍ତ ବୋଲି ବିବେଚନା କରାଯାଇପାରେ ।

ମୂଲ୍ୟାଙ୍କନ ମାନଦଣ୍ଡ

ଭାରତ ପାଇଁ ଏଣ୍ଟ୍ରିର ମୂଲ୍ୟାୟନ ପାଇଁ ନିମ୍ନଲିଖିତ ମାନଦଣ୍ଡ ବ୍ୟବହାର କରାଯାଉଛି ଏବଂ ଭାରତୀୟ ମିଶନର ସନ୍ଦର୍ଭ ପାଇଁ ପ୍ରଦାନ କରାଯାଇଛି। ଭାରତୀୟ ମିଶନଗୁଡ଼ିକ ସେମାନଙ୍କର ମୂଲ୍ୟାୟନ ମାନଦଣ୍ଡ ଚୟନ କରିବା ପାଇଁ ମୁକ୍ତ।

ସୂଚକ ମୂଲ୍ୟାୟନ ମାନଦଣ୍ଡ

କ୍ରମିକ ସଂଖ୍ୟା ବୈଶିଷ୍ଟ୍ୟ/ ବିଶେଷତ୍ୱର ସଂଜ୍ଞା ମାର୍କ
    1 2 3
କୌଣସି ପ୍ରସଙ୍ଗ ନାହିଁ ପ୍ରାସଙ୍ଗିକ ନୁହେଁ ପ୍ରାସଙ୍ଗିକତା
1 ପ୍ରସଙ୍ଗ- ଏହି ଅଭ୍ୟାସ କରିବା ପାଇଁ ଶେଷରେ ସେମାନେ ଯେଉଁ କାରଣ ଦର୍ଶାନ୍ତି, ସେହି ଅନୁସାରେ କରାଯାଇଥିବା ମୁଦ୍ରାଗୁଡ଼ିକ ସମାନ ହେବା ଉଚିତ
2 ସୌନ୍ଦର୍ଯ୍ୟ/ଶୋଭା- ଆସନଗୁଡ଼ିକ ସହଜରେ କରିବା ଉଚିତ ଏବଂ ଏହାର ଅନୁକ୍ରମ ଓ ପ୍ରବାହ ରହିବା ଉଚିତ କୌଣସିଟି ନୁହେଁ କିଛି ମାତ୍ରାରେ ଶୋଭନୀୟ
3 କଠିନତା ସ୍ତର (ବୟସ ପାଇଁ) - ବ୍ୟକ୍ତିର ବୟସ, ଶାରୀରିକ ଅବସ୍ଥା, ଭିନ୍ନକ୍ଷମତା ଇତ୍ୟାଦିକୁ ଧ୍ୟାନରେ ରଖି କଠିନତାର ସ୍ତର ନିର୍ଣ୍ଣୟ କରିବା ଉଚିତ୍ । ପ୍ରାରମ୍ଭିକ ମଧ୍ୟବର୍ତ୍ତୀ ଉନ୍ନତ
4 ଆସନକୁ ସହଜ କରିବା- ଜଣେ ଆକଳନ କରିବା ଉଚିତ ଯେ ପ୍ରତିଯୋଗୀ ବିନା ସମାୟୋଜନ ଏବଂ ସଂଶୋଧନରେ ସହଜରେ ଅନ୍ତିମ ସ୍ଥିତିକୁ ଯାଇପାରିବେ କି ନାହିଁ। କଷ୍ଟସାଧ୍ୟ ସାମାନ୍ୟ କଷ୍ଟସାଧ୍ୟ ସହଜ
5 ଯୋଗାସନର ସଠିକ୍ ସ୍ଥିତି- ପ୍ରତିଯୋଗୀ ଯେଉଁ ଆସନ ବିଷୟରେ ଉଲ୍ଲେଖ କରିଛନ୍ତି ତାହା କରୁଛନ୍ତି କି ବିଲକୁଲ୍ ନୁହେଁ ସନ୍ନିକଟ ସଠିକ୍
6 ଶେଷ ମୁଦ୍ରାରେ ଦକ୍ଷତା (ସନ୍ତୁଳନ, ଧାରଣ)- ଭାଗ ନେଇଥିବା ବ୍ୟକ୍ତି ଶେଷ ମୁଦ୍ରା ବଜାୟ ରଖିବାରେ ସକ୍ଷମ କି? ବିଲକୁଲ୍ ନୁହେଁ ସନ୍ନିକଟ ଦକ୍ଷ
7 ଶେଷ ସ୍ଥିତିକୁ ଯିବା ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ତାଳମେଳ ରହିବା ଏବଂ ସେଗୁଡ଼ିକୁ ବଜାୟ ରଖିବା ବିଲକୁଲ୍ ନୁହେଁ କିଛି ମାତ୍ରାରେ ଦକ୍ଷ
8 ଶ୍ୱାସକ୍ରିୟା- ପ୍ରତିଯୋଗୀମାନେ ଆରାମଦାୟକ ଶ୍ୱାସକ୍ରିୟା ସହିତ ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ କି। ବିଶୃଙ୍ଖଳିତ ଚେଷ୍ଟା କରି ଆରାମରେ
9 ଚାରିପାଖ ପରିବେଶ - ଯେଉଁ ସ୍ଥାନରେ ଆସନ କରାଯାଉଛି, ତାହା ବିଶୃଙ୍ଖଳା ମୁକ୍ତ ହେବା ଉଚିତ ଏବଂ ଉତ୍ତମ ଆଲୋକ, ବାୟୁ ଚଳାଚଳ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଦେଖାଯିବାର ବ୍ୟବସ୍ଥା ରହିବା ଉଚିତ। ନାହିଁ କମ୍ ପାରିପାର୍ଶ୍ୱିକ ପାରିପାର୍ଶ୍ୱିକ
10 ଭିଡିଓ ଦକ୍ଷତା- କ୍ୟାମେରାର ସଂରେଖନ, ଆଲୋକୀକରଣ, ଫୋକସ୍, ବ୍ୟାକଗ୍ରାଉଣ୍ଡ ଇତ୍ୟାଦି ଯାହା ଏକ ଭିଡିଓରେ ସୌନ୍ଦର୍ଯ୍ୟକୁ ଯୋଡିଥାଏ। ଖରାପ ଭଲ ବହୁତ ଭଲ
  ସମୁଦାୟ ସ୍କୋର = ସର୍ବନିମ୍ନ=10 ସର୍ବାଧିକ=50 ପୋଷ୍ଟଗୁଡିକର ସୋସିଆଲ ମିଡିଆ ସେୟାରିଂ ପାଇଁ ଅତିରିକ୍ତ ମାର୍କ କେବଳ ଟାଇ କ୍ଷେତ୍ରରେ ମନୋନୀତ ବିଜେତାଙ୍କ ପାଇଁ ବିଚାର କରାଯିବ      

ନିୟମ ଓ ସର୍ତ୍ତାବଳୀ/ ପ୍ରତିଯୋଗିତା ନିର୍ଦ୍ଦେଶାବଳୀ

  1. ଏଣ୍ଟ୍ରିରେ ପ୍ରତିଯୋଗୀ ପରିବାର ସହ ମିଶି ଏକ ସୁନ୍ଦର ବ୍ୟାକ୍‌ଗ୍ରାଉଣ୍ଡରେ ଯୋଗ କରୁଥିବାର 1 ମିନିଟ୍‌ର ଭିଡିଓ ଏବଂ ଭିଡିଓକୁ ଦର୍ଶାଉଥିବା ସର୍ବାଧିକ 15ଶବ୍ଦର ଏକ କ୍ଷୁଦ୍ର ସ୍ଲୋଗାନ/ଥିମ୍ ଅନ୍ତର୍ଭୁକ୍ତ ହେବା ଜରୁରୀ। ଭିଡିଓଟି ବିଷୟବସ୍ତୁ କିମ୍ବା ବର୍ଣ୍ଣନା ସହିତ ସଂଯୋଜିତ ହେବା ଉଚିତ୍ । ଏଣ୍ଟ୍ରିରେ ଭିଡିଓରେ ଦେଖାଯାଉଥିବା ଆସନ ବା ମୁଦ୍ରାର ନାମ ମଧ୍ୟ ସାମିଲ ହେବା ଆବଶ୍ୟକ
  2. ଏହି ଭିଡିଓକୁ ଏପରି ଏକ ବ୍ୟାକଗ୍ରାଉଣ୍ଡ୍ ରେ ନିଅନ୍ତୁ ଯେଉଁଠାରେ ଐତିହ୍ୟସ୍ଥଳୀ, ଅନନ୍ୟ ସ୍ଥାନ, ପ୍ରାକୃତିକ ଦୃଶ୍ୟ, ପର୍ଯ୍ୟଟନସ୍ଥଳୀ, ହ୍ରଦ, ନଦୀ, ପାହାଡ଼, ଜଙ୍ଗଲ, ଷ୍ଟୁଡିଓ, ଘର ଆଦି ଥିବ। ଏଥିପାଇଁ ଏସଓପି ନିମ୍ନରେ ଦିଆଗଲା:
    1. ପରିବାରର ସଦସ୍ୟମାନେ ନିଜ ସାମର୍ଥ୍ୟ ଅନୁସାରେ କେବଳ ଗୋଟିଏ ସମାନ ଆସନ କିମ୍ବା ଭିନ୍ନ ଭିନ୍ନ ଆସନ କରିବା ଉଚିତ।
    2. ଯଦି କେହି ବୃକ୍ଷାସନ, ବକ୍ରାସନ ଭଳି ଆସନ କରୁଛନ୍ତି, ତେବେ ଉଭୟ ପାର୍ଶ୍ୱରୁ କରିବା ଉଚିତ (ଅର୍ଥାତ୍ ସମ୍ପୂର୍ଣ୍ଣ ଆସନ ଭାବେ ବିବେଚିତ) ।
    3. ଭିଡିଓର ଅବଧି 45 ସେକେଣ୍ଡରୁ 60 ସେକେଣ୍ଡ ମଧ୍ୟରେ ରହିବା ଉଚିତ।
    4. କୌଣସି ଆସନର ଚୂଡ଼ାନ୍ତ ସ୍ଥିତି ଗ୍ରହଣ କରିବା ପରେ କ୍ରିୟା ଓ ପ୍ରାଣାୟାମ ଅଭ୍ୟାସ ନ ହେବା ପର୍ଯ୍ୟନ୍ତ ସାଧାରଣ ନିଶ୍ୱାସ ନେବା ସହ ଏହାକୁ ସର୍ବନିମ୍ନ 10 ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିବା ଉଚିତ୍ ।
    5. ଉପସ୍ଥାପନାରେ ପରିବାର ଲୋକ ଡେମୋ ଭିଡିଓ ଭଳି ଆସନର ଉପଯୁକ୍ତ ଅନୁକ୍ରମ ଅନୁସରଣ କରିବେ।
    6. ଆସନର ସଠିକ୍ ସଂରେଖନକୁ ପ୍ରାଧାନ୍ୟ ମିଳିଥାଏ।
    7. ଭିଡିଓରେ କିମ୍ବା ଆବେଦନ ଫର୍ମରେ ଆସନ ଓ ସ୍ଲୋଗାନର ନାମ ଉଲ୍ଲେଖ କରିବା ଆବଶ୍ୟକ।
  1. ବୟସ, ଲିଙ୍ଗ, ବୃତ୍ତି, ଜାତୀୟତା ଇତ୍ୟାଦି ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏହି ପ୍ରତିଯୋଗିତା ଖୋଲା ରହିଛି। ତେବେ ସମ୍ଭାବ୍ୟ ସ୍ୱାର୍ଥ ବିବାଦ କାରଣରୁ ଏମଓଏ କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ ନାହିଁ ।
  2. ପ୍ରତିଯୋଗୀମାନେ ଦାଖଲ କରାଯାଇଥିବା ଭିଡିଓ ଏଣ୍ଟ୍ରିରେ ନିଜର ବ୍ୟକ୍ତିଗତ ପରିଚୟ ଯଥା ନାମ, ଜାତି, ରାଜ୍ୟ ଆଦି ପ୍ରକାଶ କରିବା ଅନୁଚିତ। ତେବେ କେବଳ ଫର୍ମରେ ରହିବା ସ୍ଥାନ ଏବଂ କଣ୍ଟାକ୍ଟ ସମ୍ପର୍କରେ କିଛି ସୂଚନା ଏଣ୍ଟର କରିବାକୁ ପଡିବ।
  3. ଜଣେ ବ୍ୟକ୍ତି କିମ୍ବା ତାଙ୍କ ପରିବାରର ସଦସ୍ୟ ଏଥିରେ ଭାଗ ନେଇପାରିବେ କେବଳ ଗୋଟିଏ ଭିଡିଓ ଅପଲୋଡ୍ କରିପାରିବେ (YouTube, Facebook, Instagram କିମ୍ବା X/ twitter ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ସେମାନଙ୍କର ଭିଡିଓ ଲିଙ୍କ୍)। ଡୁପ୍ଲିକେଟ୍ ଏଣ୍ଟ୍ରି ବା ଦାଖଲ କଲେ ପ୍ରତିଯୋଗିତାରୁ ଅଯୋଗ୍ୟ ବିବେଚିତ ହେବେ ଏବଂ କେବଳ ପ୍ରଥମ ଏଣ୍ଟ୍ରିକୁ ବିଚାରକୁ ନିଆଯିବ। ଏକାଧିକ ଏଣ୍ଟ୍ରି/ ଭିଡ଼ିଓ ଦାଖଲ କରୁଥିବା ବ୍ୟକ୍ତି ଅଯୋଗ୍ୟ ଘୋଷିତ ହେବେ ଏବଂ ସେମାନଙ୍କ ଏଣ୍ଟ୍ରିର ମୂଲ୍ୟାୟନ କରାଯିବ ନାହିଁ।
  4. ପ୍ରତିଯୋଗିତାର ଗତ ସଂସ୍କରଣ ଭଳି ଏଥର ମଧ୍ୟ କୌଣସି ବର୍ଗ ପାଇଁ ପୁରସ୍କାର ରଖାଯାଇ ନାହିଁ, କାରଣ ଏହି ଭିଡିଓ ଭିନ୍ନ ଭିନ୍ନ ବୟସର ସଦସ୍ୟଙ୍କ ପରିବାର ସହ ଜଡିତ।
  5. ସମସ୍ତ ଏଣ୍ଟ୍ରି/ଭିଡିଓ ମାଇଁଗଭ୍‌ ପ୍ଲାଟଫର୍ମରେ ଅପଲୋଡ୍‌ ହୋଇଥିବା ଡିଜିଟାଲ ଫର୍ମାଟରେ ହେବା ଆବଶ୍ୟକ
  6. ଏଣ୍ଟ୍ରିଗୁଡିକ କେବଳ ମାଇଁ‌ଗଭ୍ ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ଦାଖଲ କରାଯିବ; (https://innovateindia.mygov.in/yoga-with-family/ ଏବଂ ଅନ୍ୟ କୌଣସି ଆବେଦନକୁ ଗ୍ରହଣ କରାଯିବ ନାହିଁ।
  7. ସମୟସୀମା ଶେଷ ହେଲେ ଏଣ୍ଟ୍ରିକୁ ଗ୍ରହଣ କରାଯିବ ନାହିଁ ଶେଷ ତାରିଖ ହେଉଛି 31 ଜୁଲାଇ ସନ୍ଧ୍ୟା 17.00 ସୁଦ୍ଧା ଭାରତୀୟ ସମୟ ଅନୁସାରେ। ମନ୍ତ୍ରଣାଳୟ ନିଜ ଇଚ୍ଛା ଅନୁସାରେ ପ୍ରତିଯୋଗିତାର ସମୟସୀମାକୁ କମ୍/ବଢ଼ାଇବାର ଅଧିକାର ସଂରକ୍ଷିତ ରଖିଛି।
  8. ଯଦି ପ୍ରତିଯୋଗିତା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ କୌଣସି ପ୍ରାସଙ୍ଗିକ ସୂଚନା ଅସମ୍ପୂର୍ଣ୍ଣ କିମ୍ବା ଅଭାବ ଥାଏ ତେବେ ଏଣ୍ଟ୍ରିକୁ ବିଚାରକୁ ନନିଆଯାଇପାରେ । ପ୍ରତିଯୋଗୀମାନେ ସୁନିଶ୍ଚିତ କରିବା ଉଚିତ ଯେ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ସମ୍ପୂର୍ଣ୍ଣ ହୋଇଛି। ଅନଲାଇନ୍ ଆବେଦନରେ ଇମେଲ୍ ଏବଂ ଫୋନ୍ ନମ୍ବର ନଥିଲେ ପୁରସ୍କାର ଜିତିଲେ ପରବର୍ତ୍ତୀ ଚୟନ ହୋଇଥିବା ଆବେଦନକାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।
  9. ଉତ୍ତେଜନାମୂଳକ ନଗ୍ନତା, ହିଂସା, ମାନବିକ ଅଧିକାର ଏବଂ/କିମ୍ବା ପରିବେଶ ଉଲ୍ଲଂଘନ ସମେତ ଅନୁପଯୁକ୍ତ ଏବଂ/କିମ୍ବା ଆପତ୍ତିଜନକ ବିଷୟବସ୍ତୁ ଏବଂ/କିମ୍ବା ଭାରତର ଆଇନ, ଧାର୍ମିକ, ସାଂସ୍କୃତିକ ଏବଂ ନୈତିକ ପରମ୍ପରା ଓ ଅଭ୍ୟାସର ବିପରୀତ ବୋଲି ବିବେଚନା କରାଯାଉଥିବା ଅନ୍ୟ କୌଣସି ବିଷୟବସ୍ତୁକୁ ଚିତ୍ରଣ କିମ୍ବା ଅନ୍ୟାନ୍ୟ ଭାବରେ ଚିତ୍ରଣ କିମ୍ବା ଅନ୍ତର୍ଭୁକ୍ତ କରୁଥିବା ଭିଡିଓଗୁଡିକ କଡ଼ାକଡ଼ି ଭାବେ ନିଷିଦ୍ଧ ଏବଂ ତୁରନ୍ତ ପ୍ରତ୍ୟାଖ୍ୟାନ ଓ ଅଯୋଗ୍ୟ ଘୋଷଣା କରାଯିବ। ଉପରୋକ୍ତ ମାନଦଣ୍ଡ ବ୍ୟତୀତ ମୂଲ୍ୟାୟନ କମିଟି ଅନୁପଯୁକ୍ତ ଏବଂ ଆପତ୍ତିଜନକ ମନେ କରୁଥିବା ଅନ୍ୟ କୌଣସି ଏଣ୍ଟ୍ରିକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ମନ୍ତ୍ରଣାଳୟ ସଂରକ୍ଷିତ ରଖିଛି।
  10. ମୂଲ୍ୟାୟନ କମିଟିର ଯେକୌଣସି ସଦସ୍ୟଙ୍କୁ ପ୍ରଭାବିତ କରିବା ପାଇଁ ଚିଠି ଲେଖିବା, ଇମେଲ୍ ପଠାଇବା, ଟେଲିଫୋନ୍ କଲ୍ କରିବା, ବ୍ୟକ୍ତିଗତ ଭାବେ ନିକଟତର ହେବା କିମ୍ବା ଅନ୍ୟ କୌଣସି ଅନୁରୂପ କାର୍ଯ୍ୟ କରୁଥିବା ଜଣାପଡ଼ିଲେ ଆବେଦନକାରୀଙ୍କୁ ପ୍ରତିଯୋଗିତାରୁ ଅଯୋଗ୍ୟ ଘୋଷଣା କରାଯିବ ।
  11. ଯଦି କୌଣସି ପ୍ରତିଯୋଗୀ ମିଥ୍ୟା ଘୋଷଣା ପତ୍ର ଦେଉଥିବା ଜଣାପଡ଼େ ତେବେ ସେ ଅଯୋଗ୍ୟ ଘୋଷିତ ହେବାକୁ ବାଧ୍ୟ। ବିଜେତାମାନଙ୍କୁ ବୟସର ପ୍ରକୃତ ପ୍ରମାଣ ପାଇଁ ଆଧାର କାର୍ଡ/ପାସପୋର୍ଟ ପ୍ରଦାନ କରିବାକୁ ହେବ, ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ପୁଣି ଅଯୋଗ୍ୟ ଘୋଷିତ ହେବେ। ଏହି ଭିଡିଓରେ ପ୍ରତିଯୋଗୀ ରହିବା ଆବଶ୍ୟକ।
  12. ପ୍ରତିଯୋଗିତା ଘୋଷଣା ତାରିଖ ପରେ ଅପଲୋଡ ହୋଇଥିବା ଭିଡିଓ କେବଳ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ।
  13. ଯେହେତୁ ଏହା ହେଉଠି ପରିବାର ସହ ଯୋଗ 18 ବର୍ଷରୁ କମ୍ ବୟସର ପ୍ରତିଯୋଗୀ ମାନେ ଅଂଶଗ୍ରହଣ ଫର୍ମରେ ପିତାମାତାଙ୍କ ଇ-ମେଲ୍ ଆଇଡି ଏବଂ ଫୋନ୍ କଣ୍ଟାକ୍ଟ ଦେଇପାରିବେ।
  14. ସ୍କ୍ରିନିଂ କମିଟି ଓ ମୂଲ୍ୟାୟନ କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ହେବା ସହ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ବାଧ୍ୟତାମୂଳକ ହେବ। ମୂଲ୍ୟାୟନ କମିଟି ପ୍ରତିଯୋଗୀଙ୍କ ଠାରୁ ଏଣ୍ଟ୍ରିର କୌଣସି ଦିଗ ଉପରେ ସ୍ପଷ୍ଟୀକରଣ ମାଗିପାରିବେ ଏବଂ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ତାହା ପ୍ରଦାନ କରାନଯାଏ ତେବେ ଏଣ୍ଟ୍ରି ଅଯୋଗ୍ୟ ଘୋଷିତ ହୋଇପାରେ।
  15. ପ୍ରତିଯୋଗିତାରେ ପ୍ରବେଶ କରି, ପ୍ରତିଯୋଗୀମାନେ ସ୍ୱୀକାର କରନ୍ତି ଯେ ସେମାନେ ପ୍ରତିଯୋଗିତାର ନିୟମ ଏବଂ ସର୍ତ୍ତାବଳୀ ପଢ଼ିଛନ୍ତି, ଏବଂ ସେମାନଙ୍କ ସହିତ ରାଜି ହୋଇଛନ୍ତି,
    • ପ୍ରତିଯୋଗିତାରେ ଦାଖଲ କରାଯାଇଥିବା ଭିଡିଓଗୁଡିକ ହେଉଛି ଏକ ମୂଳ ଭିଡିଓ ଯାହା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର କପିରାଇଟ୍ ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଉଲ୍ଲଂଘନ କରେ ନାହିଁ।
    • ଆବେଦନକାରୀ ସହମତ ହୋଇଛନ୍ତି ଯେ ସେ ଭିଡିଓରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଏବଂ ଯଦି ଜଣେ ବିଜେତା ଭାବରେ ସଂକ୍ଷିପ୍ତ ତାଲିକାରେ ସ୍ଥାନିତ ହୁଅନ୍ତି, ତେବେ ସେ ପ୍ରକୃତ ଭିଡିଓ ପରିଚୟ ପ୍ରମାଣ ପ୍ରଦାନ କରିବାକୁ ରାଜି ହୁଅନ୍ତି, ଏହା କରିବାରେ ବିଫଳତା ଏଣ୍ଟ୍ରିକୁ ଅଯୋଗ୍ୟ କରିବ।
    • ମୂଲ୍ୟାୟନ କମିଟି ଏବଂ MoA ଦ୍ୱାରା ନିଆଯାଇଥିବା କୌଣସି ଚୂଡାନ୍ତ ନିଷ୍ପତ୍ତିକୁ ପାଳନ କରିବା ।
    • ବିଜେତାଙ୍କ ନାମ, ସେମାନଙ୍କ ରାଜ୍ୟ ଏବଂ ବାସସ୍ଥାନ ଦେଶ ଘୋଷଣା କରିବାକୁ ମନ୍ତ୍ରଣାଳୟକୁ ସମ୍ମତି ପ୍ରଦାନ କରିବା।
    • ପୁରସ୍କାର ପ୍ରଦାନ କରାଯାଏ ତେବେ ମୋ ପରିବାର ସଦସ୍ୟଙ୍କ ତରଫରୁ ପୁରସ୍କାର ପାଇଁ ମୁଁ ଏକମାତ୍ର ଆବେଦନକାରୀ ଏବଂ ମୁଁ ସହମତ ଯେ ପ୍ରତିଯୋଗିତା ପାଇଁ ଦାଖଲ କରିବା ପାଇଁ ପରିବାର ସଦସ୍ୟଙ୍କ ଠାରୁ ସମ୍ମତି ନିଆଯାଇଛି।
  16. କପିରାଇଟ୍ ଉଲ୍ଲଂଘନ ହେଲେ ଅଯୋଗ୍ୟ ଘୋଷଣା ହେବା ସହ ପୁରସ୍କାର ରାଶି ଜବତ ହେବ। ଏ ନେଇ ଚୟନ କମିଟି ଓ ମୂଲ୍ୟାୟନ କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ହେବ।
  17. ଚୟନ ହୋଇଥିବା ଆବେଦନକାରୀଙ୍କୁ ଆବଶ୍ୟକ ସ୍ଥଳେ ଅତିରିକ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇପାରେ। 5 କାର୍ଯ୍ୟଦିବସ ମଧ୍ୟରେ ଏପରି ନକଲେ ସେମାନଙ୍କ ଏଣ୍ଟ୍ରିକୁ ପରବର୍ତ୍ତୀ ବିଚାରରୁ ଅଯୋଗ୍ୟ ଘୋଷଣା କରାଯାଇପାରେ।
  18. ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପ୍ରକ୍ରିୟାରେ ପ୍ରତିଯୋଗୀଙ୍କ ଦ୍ୱାରା ହୋଇଥିବା କୌଣସି ଖର୍ଚ୍ଚ କିମ୍ବା କ୍ଷତି ପାଇଁ ମନ୍ତ୍ରଣାଳୟ କୌଣସି ଦାୟିତ୍ୱ ବହନ କରେ ନାହିଁ। ପ୍ରତିଯୋଗିତାରେ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ଏବଂ ମନ୍ତ୍ରଣାଳୟ କିମ୍ବା ଏହାର କୌଣସି ଅନୁବନ୍ଧିତ ସଂସ୍ଥା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କୌଣସି ଦେୟ ଆଦାୟ କରନ୍ତି ନାହିଁ ।
  19. ଏହି ପ୍ରତିଯୋଗିତା ପାଇଁ ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବିଷୟବସ୍ତୁରେ ସମସ୍ତ ଅଧିକାର, ଶୀର୍ଷକ, ସ୍ୱାର୍ଥ ତତ୍‌ସମ୍ପର୍କିତ ସମସ୍ତ ବୌଦ୍ଧିକ ସମ୍ପତ୍ତିର ଅଧିକାର MoA ମାଲିକାନାରେ ରହିବ । ଆବେଦନକାରୀମାନେ ବୁଝିପାରିବେ ଯେ ଭବିଷ୍ୟତରେ ଯେକୌଣସି ପ୍ରୋତ୍ସାହନ ମୂଳକ କାର୍ଯ୍ୟକଳାପ ପାଇଁ MoA ଦ୍ୱାରା ସେମାନଙ୍କ ଏଣ୍ଟ୍ରି ବ୍ୟବହାର ପାଇଁ ସେମାନଙ୍କର ସମ୍ମତି ଅନ୍ତର୍ନିହିତ ଏବଂ ଏହି ପ୍ରତିଯୋଗିତା ପାଇଁ ସେମାନଙ୍କର ଏଣ୍ଟ୍ରି ଦାଖଲ କାର୍ଯ୍ୟରେ ଅନ୍ତର୍ଭୁକ୍ତ ।
  20. ବିଜେତାଙ୍କ ପାଖରେ ଏକ ବ୍ୟାଙ୍କ ଖାତା ରହିବା ଆବଶ୍ୟକ ଏବଂ ପୁରସ୍କାର ଘୋଷଣାର ଏକ ମାସ ମଧ୍ୟରେ ଏହା ପ୍ରଦାନ କରିବା ଆବଶ୍ୟକ। ଏଥିରେ ବିଫଳ ହେଲେ ପୁରସ୍କାର ରାଶିକୁ ରଦ୍ଦ କରିଦିଆଯିବ।
  21. ପୁରସ୍କାର କେବଳ ପ୍ରାଥମିକ ଆବେଦନକାରୀଙ୍କୁ ଦିଆଯିବ, ପରିବାର ସଦସ୍ୟଙ୍କୁ ନୁହେଁ, ଏହାକୁ ନେଇ କୌଣସି ବିବାଦକୁ ବିଚାର କରାଯିବ ନାହିଁ।

ଗୋପନୀୟତା

  1. ସମସ୍ତ ଆବେଦନକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ଗୋପନୀୟ ରଖାଯିବ।
  2. ଏହି ଘୋଷଣାରେ କେବଳ ନାମ, ବୟସ, ଲିଙ୍ଗ, ପୁରସ୍କାର ବର୍ଗ ଏବଂ ସହର ଭଳି ସୂଚନା ସହିତ ପ୍ରତିଯୋଗିତାର ବିଜେତାଙ୍କ ପରିଚୟ ପ୍ରକାଶ ପାଇବ।
  3. ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ମନ୍ତ୍ରଣାଳୟକୁ, ସେମାନଙ୍କ ନାମ ଏବଂ ମୌଳିକ ସୂଚନାକୁ ପ୍ରତିଯୋଗିତା ସମ୍ବନ୍ଧୀୟ ଘୋଷଣା ଲାଗି ବ୍ୟବହାର କରିବା ପାଇଁ ସମ୍ମତି ପ୍ରଦାନ କରନ୍ତି।
  4. କୌଣସି କପିରାଇଟ୍ କିମ୍ବା IPR ଉଲ୍ଲଂଘନ ପାଇଁ ମନ୍ତ୍ରଣାଳୟ କୌଣସି ଦାୟିତ୍ୱ ବହନ କରେ ନାହିଁ। ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଯୋଗିତା ଦାଖଲରୁ ଉପୁଜିଥିବା କୌଣସି କପିରାଇଟ୍ ଉଲ୍ଲଂଘନ ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ଅଟନ୍ତି ।
  5. ଆବେଦନକାରୀମାନେ ବୁଝିପାରିବେ ଯେ ଭବିଷ୍ୟତରେ କୌଣସି ପ୍ରୋତ୍ସାହନମୂଳକ କାର୍ଯ୍ୟକଳାପ ପାଇଁ MoA ଦ୍ୱାରା ସେମାନଙ୍କ ଏଣ୍ଟ୍ରି ବ୍ୟବହାର ପାଇଁ ସେମାନଙ୍କ ସମ୍ମତି ଅନ୍ତର୍ନିହିତ ଏବଂ ଏହି ପ୍ରତିଯୋଗିତା ପାଇଁ ସେମାନଙ୍କ ଏଣ୍ଟ୍ରି ଦାଖଲ କରିବାର କାର୍ଯ୍ୟରେ ଅନ୍ତର୍ଭୁକ୍ତ।

ଆବେଦନକାରୀଙ୍କ ଦ୍ଵାରା ଘୋଷଣା

ମୁଁ ଏହା ଦ୍ୱାରା ଘୋଷଣା କରୁଛି ଯେ ପ୍ରତିଯୋଗିତାର ଭିଡିଓ ମୋ ଦ୍ୱାରା ଦାଖଲ କରାଯାଇଛି ଏବଂ ଭିଡିଓରେ ଥିବା ସବଜେକ୍ଟ ମୋ ପରିବାର ସହିତ ମୁଁ ନିଜେ । ଆବେଦନ ଫର୍ମରେ ମୋ ଦ୍ୱାରା ଦିଆଯାଇଥିବା ସୂଚନା ସତ୍ୟ ଅଟେ । ଯଦି ମୋ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ସୂଚନା ମିଥ୍ୟା ସାବ୍ୟସ୍ତ ହୁଏ କିମ୍ବା ଯଦି ଭିଡିଓର କପିରାଇଟ୍ ଉଲ୍ଲଂଘନ ହୁଏ ତେବେ ମୁଁ ବୁଝିପାରୁଛି ଯେ ମୁଁ ପ୍ରତିଯୋଗିତାରୁ ଅଯୋଗ୍ୟ ହୋଇପାରେ ଏବଂ ମୂଲ୍ୟାୟନ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ମୋର କୌଣସି ଅଧିକାର କିମ୍ବା କିଛି କହିବାର ନାହିଁ । ଭବିଷ୍ୟତରେ ଆୟୁଷ ମନ୍ତ୍ରଣାଳୟର ଅନଲାଇନ୍ ପ୍ରଚାର କାର୍ଯ୍ୟକଳାପ ପାଇଁ ଏହି ଭିଡିଓ ବ୍ୟବହାର କରିବାକୁ ମୁଁ ସମ୍ମତି ଦେଉଛି ।