ପୃଷ୍ଠଭୂମି
ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ 2.0 ସ୍ୱଚ୍ଛ ଶୌଚାଳୟ ଚ୍ୟାଲେଞ୍ଜର ପ୍ରଥମ ସଂସ୍କରଣ ଉପସ୍ଥାପନ କରୁଛି!
ଗତ 9 ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ ଦେଶର ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) 2.0 ସହିତ, ବର୍ତ୍ତମାନ ପ୍ରାପ୍ତ ପରିମଳ ଫଳାଫଳକୁ ବଜାୟ ରଖିବା ଏବଂ ଉତ୍ପନ୍ନ ଗତିକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦିଆଯାଉଛି।
ସମଗ୍ର ଭାରତରେ ଶୌଚାଳୟଗୁଡ଼ିକ ଏବେ ସ୍ମାର୍ଟ ଟେକ୍ନୋଲୋଜି, ଦକ୍ଷ ପରିଚାଳନା ଏବଂ ରକ୍ଷଣାବେକ୍ଷଣ, ମହିଳାଙ୍କ ପାଇଁ ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟ, ଉନ୍ନତମାନର ପରିମଳ ସେବାର ସମ୍ପୂର୍ଣ୍ଣ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ CT/PTର ଭୂଭାଗ-ଭିତ୍ତିକ ଡିଜାଇନ୍ ଇତ୍ୟାଦି ଆଦି ବ୍ୟବହାର କରୁଛନ୍ତି। ସମଗ୍ର ସହରାଞ୍ଚଳରେ 63 ଲକ୍ଷ+ ଏକକ ଏବଂ 6 ଲକ୍ଷ+ ଗୋଷ୍ଠୀ/ସାର୍ବଜନୀନ ଶୌଚାଳୟ ଏବଂ ନାଗରିକମାନଙ୍କ ପାଇଁ ପରିସ୍ରାଗାର ରହିଛି ଏବଂ ସେଗୁଡ଼ିକର ସ୍ୱଚ୍ଛତା ସୁନିଶ୍ଚିତ କରିବା ଏକ ନିରନ୍ତର ଅଭ୍ୟାସ।
2023 ନଭେମ୍ବର 17 ତାରିଖରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା, ସ୍ୱଚ୍ଛ ଶୌଚାଳୟ ଅଭିଯାନ ହେଉଛି 5 ସପ୍ତାହ ଧରି ଚାଲିବାକୁ ଥିବା ଏକ ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଅଭିଯାନ ଯାହା ସାରା ଭାରତରେ ସାର୍ବଜନୀନ ଓ ଗୋଷ୍ଠୀ ଶୌଚାଳୟର ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଛି। ଏହି ଅଭିଯାନ ବିଶ୍ୱ ଶୌଚାଳୟ ଦିବସ (19 ନଭେମ୍ବର) ଠାରୁ ଆରମ୍ଭ ହୋଇ 2023 ଡିସେମ୍ବର 25 ସୁଶାସନ ଦିବସ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଶୌଚାଳୟରେ ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଅଭିଯାନ ବ୍ୟତୀତ ଏହି ଅଭିଯାନରେ ଏକ ଚ୍ୟାଲେଞ୍ଜ ମଧ୍ୟ ରହିଛି।
ସ୍ୱଚ୍ଛ ଶୌଚାଳୟ ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ହେଉଛି ଉତ୍କୃଷ୍ଟ ସାର୍ବଜନୀନ ଶୌଚାଳୟକୁ ଚିହ୍ନଟ କରିବା ଯାହା ସ୍ୱଚ୍ଛତା, ସୁଗମ୍ୟତା, ଡିଜାଇନରେ ନବସୃଜନ ଏବଂ କାର୍ଯ୍ୟଦକ୍ଷତାର ଉଦାହରଣ ଅଟେ। ଏହି ଚାଲେଞ୍ଜ ମାଧ୍ୟମରେ ମିଶନ FACES (କାର୍ଯ୍ୟକ୍ଷମ, ସୁଗମ୍ୟ, ସ୍ୱଚ୍ଛ, ପରିବେଶ ଅନୁକୂଳ, ସୁରକ୍ଷିତ)ର ମାନଦଣ୍ଡ ଅନୁୟାୟୀ ଅସାଧାରଣ ଭାବେ ଉତ୍ତମ ପରିଚାଳିତ ସାର୍ବଜନୀନ ଓ ଗୋଷ୍ଠୀ ଶୌଚାଳୟକୁ ଚିହ୍ନଟ କରିବ।
କେଉଁମାନେ ଆବେଦନ କରିପାରିବେ ?
- ସହରାଞ୍ଚଳ ସ୍ଥାନୀୟ ସଂସ୍ଥା/ ସହର
- ପରାସ୍ଥିତିକ ସଂସ୍ଥା
- ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ
- ଘରୋଇ ଅପରେଟର, NGO, SHG, ନାଗରିକ ଗୋଷ୍ଠୀ
ଆବେଦନର ଶେଷ ତାରିଖ?
FACESର ମାନଦଣ୍ଡକୁ ପୂରଣ କରୁଥିବା ଶୌଚାଳୟ ପାଇଁ ନାମାଙ୍କନ ଫର୍ମ ଡିସେମ୍ବର 25, 2023 ପର୍ଯ୍ୟନ୍ତ ଲାଇଭ ରହିବ।
ମୂଲ୍ୟାୟନ ମାନଦଣ୍ଡ?
ସମସ୍ତ ମନୋନୀତ ଶୌଚାଳୟକୁ FACES (କାର୍ଯ୍ୟକ୍ଷମ, ସୁଗମ୍ୟ, ସ୍ୱଚ୍ଛ, ପରିବେଶ ଅନୁକୂଳ, ସୁରକ୍ଷିତ)ର ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯିବ। 2023 ଡିସେମ୍ବର 25ରେ ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ MoHUAରୁ ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଜୁରି ମନୋନୀତ ଶୌଚାଳୟ ମଡେଲର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବେ। ଚୟନ ପ୍ରକ୍ରିୟାରେ ସର୍ଟଲିଷ୍ଟରେ ସ୍ଥାନ ପାଇଥିବା ଦାଖଲଗୁଡ଼ିକର ବିଚାରକ ମଣ୍ଡଳୀ ସଦସ୍ୟଙ୍କ ସହ ସାକ୍ଷାତକାର ମଧ୍ୟ ହୋଇପାରେ।
ସମ୍ମାନ ଓ ପୁରସ୍କାର:
ସ୍ୱଚ୍ଛ ଶୌଚାଳୟ ଚାଲେଞ୍ଜ ଜରିଆରେ MoHUA ଦ୍ୱାରା ଚୟନ କରାଯାଇଥିବା ଶ୍ରେଷ୍ଠ ମଡେଲ ଶୌଚାଳୟକୁ ସ୍ୱଚ୍ଛ ଭାରତ ସାର୍ବଜନୀନ ଶୌଚାଳୟର ମାନ୍ୟତା ପ୍ରଦାନ କରାଯିବ, ଯାହା ସେମାନଙ୍କ ପରିମଳ ସୁବିଧାକୁ ଅନ୍ୟମାନଙ୍କ ପାଇଁ ନକଲ କରିବା ଏବଂ ଶିଖିବା ପାଇଁ ମାନଦଣ୍ଡ ଭାବରେ ସ୍ୱୀକୃତି ଦେବ ।