Participate Now
Reopened for Submission
21/11/2023 - 31/03/2026

India-Pitch-Pilot-Scale-Startup Challenge - AMRUT 2.0

ପୃଷ୍ଠଭୂମି

ଭାରତରେ ବିକଶିତ ହେଉଥିବା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ପରିଣାମ ସ୍ୱରୂପ ନୂଆ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସଫଳ ସମାଧାନ ପ୍ରଦାନ କରୁଛି। ଏହି ଇକୋସିଷ୍ଟମର ଉପଯୋଗ ଅଟଳ ମିଶନ ଫର୍ ରିଜୁଭେନେଶନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫରମେଶନ 2.0 (AMRUT 2.0)ର ଲକ୍ଷ୍ୟ ହାସଲ ପାଇଁ କରାଯିବା ଆବଶ୍ୟକ ଅର୍ଥାତ ସହରାଞ୍ଚଳ ଜଳ ଏବଂ ବର୍ଜ୍ୟ ଜଳ କ୍ଷେତ୍ରରେ ଜଟିଳତା ଦୂର କରି ଅଭିନବ ସମାଧାନ ବିକଶିତ କରି ସହରାଞ୍ଚଳଗୁଡ଼ିକୁ ଜଳ ସୁରକ୍ଷିତ କରିବା।

ଏହା ବ୍ୟତୀତ, ସମସ୍ତ ବୈଧାନିକ ସହରରେ ଜଳ ଯୋଗାଣରେ ସାର୍ବଜନୀନ କଭରେଜ ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା, 500 ଅମୃତ ସହରରେ ସ୍ୱେରେଜ୍ ଏବଂ ସେପ୍ଟେଜ୍ ପରିଚାଳନାର ପରିସରକୁ ବୃଦ୍ଧି କରାୟିବ, ଜଳାଶୟଗୁଡ଼ିକର ନବୀକରଣ (ସହରାଞ୍ଚଳ ଆର୍ଦ୍ରଭୂମିକୁ ମିଶାଇ) ଏବଂ ସବୁଜ ସ୍ଥାନ ସୃଷ୍ଟି, ଅମୃତ 2.0ର ଉଦ୍ଦେଶ୍ୟ ଟେକ୍ନୋଲୋଜି ସବ୍ ମିଶନ ଅଧୀନରେ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରିବା। ଏହି ମିଶନରେ ଜଳ ଏବଂ ବ୍ୟବହୃତ ଜଳ ବିଶୋଧନ, ବିତରଣ ଏବଂ ଜଳାଶୟ ନବୀକରଣ କ୍ଷେତ୍ରରେ ଅଭିନବ, ପ୍ରମାଣିତ ଏବଂ ସମ୍ଭାବ୍ୟ ପରିବେଶ ଅନୁକୂଳ ପ୍ରୟୁକ୍ତିର ଚିହ୍ନଟ କରାୟିବାର ପରିକଳ୍ପନା କରାୟାଇଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସହରାଞ୍ଚଳ ଜଳ କ୍ଷେତ୍ରରେ ଷ୍ଟାର୍ଟ-ଅପକୁ ପ୍ରୋତ୍ସାହିତ କରାୟିବ।

ଇଣ୍ଡିଆ ୱାଟର୍ ପିଚ୍-ପାଇଲଟ-ସ୍କେଲ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ

The Ministry of Housing and Urban Affairs (MoHUA), Government of India, in collaboration with MyGov, has launched a unique startup challenge inviting applications and proposals from eligible startups. This initiative aims to encourage innovative technological and business solutions to address challenges in the urban water sector in India.

The challenge will remain open continuously. Once a sufficient number of applications are received, they will be evaluated, and results will be announced accordingly.

ଲକ୍ଷ୍ୟ

ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଜଳ କ୍ଷେତ୍ରରେ ଆହ୍ୱାନଗୁଡ଼ିକ ମୁକାବିଲା କରିବା ପାଇଁ ସମାଧାନଗୁଡ଼ିକୁ ପିଚ୍, ପାଇଲଟ୍ ଓ ସ୍କେଲ୍ କରିବା ପାଇଁ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା। ଏହି ଆହ୍ୱାନର ଉଦ୍ଦେଶ୍ୟ ନିମ୍ନରେ ଉଲ୍ଲେଖ କରାଯାଇଛି:

ବିଷୟଗତ କ୍ଷେତ୍ର

ନିମ୍ନଲିଖିତ କ୍ଷେତ୍ରରେ ଅଭିନବ ବୈଷୟିକ/ବ୍ୟବସାୟିକ ସମାଧାନ ପ୍ରଦାନ କରୁଥିବା ଷ୍ଟାର୍ଟ-ଅପ୍ ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ

  1. ମଧୁର ଜଳ ପ୍ରଣାଳୀ
    1. ଭୂତଳ ଜଳର ଗୁଣବତ୍ତା / ଭୂପୃଷ୍ଠ ଜଳର ଗୁଣବତ୍ତାର ରିଅଲ-ଟାଇମ୍ ସ୍ପେଟିଓ-ଟେମ୍ପୋରାଲ୍ ମ୍ୟାପିଂ
    2. ଜଳଭଣ୍ଡାର ଓ ଭୂତଳ ଜଳାଶୟରେ ଜଳସ୍ତର/ପରିମାଣର ରିଅଲ-ଟାଇମ୍ ସ୍ପେଟିଓ-ଟେମ୍ପୋରାଲ୍ ମନିଟରିଂ
    3. ସର୍ବନିମ୍ନ ଜଳ ଏବଂ ଅଙ୍ଗାରକ ଫୁଟପ୍ରିଣ୍ଟ୍‌ ଥିବା ଭୂତଳ ଏବଂ ଭୂପୃଷ୍ଠ ଜଳ ପାଇଁ ପ୍ରକୃତି ଆଧାରିତ ଉପଚାର ବ୍ୟବସ୍ଥା
    4. ଅଭିନବ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା
    5. ବାୟୁମଣ୍ଡଳୀୟ ଜଳ ପୁନରୁଦ୍ଧାର ବ୍ୟବସ୍ଥା
  2. ଜଳ ସୂଚନା ବିଜ୍ଞାନ- ଜଳ+ ତଥ୍ୟର ବ୍ୟବହାର
    1. ବନ୍ୟା ଓ ମରୁଡ଼ିକୁ ରୋକିବାରେ ଜଳ ପରିଚାଳନାକୁ ଉନ୍ନତ କରିବା ପାଇଁ
    2. ସହରାଞ୍ଚଳରେ ବସବାସ କରୁଥିବା ସମ୍ପ୍ରଦାୟ କିମ୍ବା ସହରାଞ୍ଚଳ ବସ୍ତିଗୁଡ଼ିକର ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସମୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ
    3. ଦ୍ରବ୍ୟ ଓ ସେବା ଉତ୍ପାଦନରେ ଭର୍ଚୁଆଲ ଜଳର ଆକଳନ ଏବଂ ଫଳରେ ଜଳର ଉଚିତ ମୂଲ୍ୟ ପାଇବା ପାଇଁ
  3. ବ୍ୟବହୃତ ଜଳ ପରିଚାଳନା
    1. ବସ୍ତି ଗୁଡିକରେ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଉନ୍ନତ ପରିମଳ ଓ ସେପ୍ଟେଜ୍ ପରିଚାଳନା
    2. ଶିଳ୍ପାନୁଷ୍ଠାନରେ ବ୍ୟବହୃତ ଜଳର ସର୍ବାଧିକ ପୁନଃଚକ୍ରଣ ପାଇଁ ଟେକ୍ନୋଲୋଜି
    3. ବ୍ୟବହୃତ ଜଳରେ ବ୍ୟବସାୟ ପାଇଁ ଅଭିନବ ବ୍ୟବସାୟିକ ମଡେଲ୍
    4. ବ୍ୟବହୃତ ଜଳରୁ ମୂଲ୍ୟ ପାଇବା ଏବଂ ଏକ ବୃତ୍ତାକାର ଅର୍ଥନୀତି ସୃଷ୍ଟି କରିବା
    5. ବିଶେଷ କରି ପାର୍ବତ୍ୟାଞ୍ଚଳ ପାଇଁ ଉପଚାର ଜ୍ଞାନକୌଶଳ
  4. ସହରାଞ୍ଚଳ ଜଳ ପରିଚାଳନା
    1. ଭୂତଳ ଜଳର ପୁନଃଭରଣ, ଧୂସର ଜଳ ପରିଚାଳନା, ବର୍ଜ୍ୟଜଳର ପୁନଃଚକ୍ରଣ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ରିଅଲେ ଟାଇମ୍ ଗୁଣବତ୍ତା ଏବଂ ପରିମାଣ ସୂଚନା ସହିତ ସଂଯୋଗ କରୁଥିବା ସମୁଦାୟ ପାଇଁ ବିକେନ୍ଦ୍ରୀକୃତ ସର୍କୁଲାର ଇକୋନୋମି ସମାଧାନ
    2. ବସ୍ତିକୁ ବିକେନ୍ଦ୍ରୀକୃତ ଜଳଯୋଗାଣ ସମାଧାନ
    3. ନଦୀ, ହ୍ରଦ, ପୋଖରୀ, ଅଗଭୀର ଜଳଭଣ୍ଡାରର ପୁନରୁଦ୍ଧାର ଓ ସଂରକ୍ଷଣ
    4. ସହରାଞ୍ଚଳ ବନ୍ୟା ଓ ବାତ୍ୟା ଜଳ ପରିଚାଳନା
    5. ସହରାଞ୍ଚଳ ଜଳଭଣ୍ଡାର ବ୍ୟବସ୍ଥାର ମ୍ୟାପିଂ ଓ ପରିଚାଳନା
    6. ଉପକୂଳବର୍ତ୍ତୀ ଅଞ୍ଚଳରେ ସହରାଞ୍ଚଳରେ ଲବଣତାର ପ୍ରବେଶ
    7. ଜଳ ସେବା ଯୋଗାଣ ମାନକ (ଗୁଣବତ୍ତା, ପରିମାଣ ଓ ଉପଲବ୍ଧତା)ର ଅନୁଧ୍ୟାନ
    8. ଜଳ ମାପନ
    9. କଣ୍ଟ୍ରୋଲ ଡିସଚାର୍ଜ ସହିତ ଡିସାଲିନେସନ/ ଜଳ ପ୍ରତ୍ୟାଖ୍ୟାନ
    10. କୁଶଳୀ ପ୍ରବାହ ପଲିମର/ମେଟାଲ ପ୍ଲମ୍ବିଂ ଫିକ୍ସଚର ସହିତ ବିନା ଏରେଟରରେ ଟ୍ୟାପ୍
    11. ଉଚ୍ଚ ପୁନରୁଦ୍ଧାର/ଦକ୍ଷତା ସମ୍ପନ୍ନ RO ପ୍ରଣାଳୀ
    12. ଜଳ ସଂରକ୍ଷଣ କିମ୍ବା ଅପଚୟ ହ୍ରାସ ପାଇଁ ରେଟ୍ରୋଫିଟିଂ ଉପକରଣ
    13. ପାହାଡିଆ ଅଞ୍ଚଳ ପାଇଁ ଅଭିନବ ଜଳଯୋଗାଣ ସମାଧାନ
  5. କୃଷି ଜଳ ପରିଚାଳନା
    1. ଟନ୍ ପିଛା ଜଳର ବ୍ୟବହାର ହ୍ରାସ କରିବା ସହିତ ଶକ୍ତି, ସାର ଓ କୀଟନାଶକର ବ୍ୟବହାର ହ୍ରାସ କରିବା
    2. AI-ML ଆଧାରିତ ବ୍ୟବସ୍ଥା ଯାହା କୃଷକମାନଙ୍କୁ ମୌସୁମୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ
  6. ସହରାଞ୍ଚଳ ସ୍ୱେରେଜ୍ ପରିଚାଳନା
    1. ବସ୍ତି ଗୁଡିକରେ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଉନ୍ନତ ସ୍ୱେରେଜ୍ ଏବଂ ସେପ୍ଟେଜ୍ ପରିଚାଳନା
    2. ଦୁର୍ଗନ୍ଧ ବିହୀନ, ଜଳ ବିହୀନ ପରିସ୍ରାଗାର
  7. ଜଳ ଶାସନ
    1. ଅଣ-ରାଜସ୍ୱ ଜଳର ପରିମାଣ ହ୍ରାସ
    2. ନଳରୁ 24x7 ପାନୀୟ ଜଳ ଯୋଗାଣ ପାଇଁ ସୁରକ୍ଷିତ ବ୍ୟବସ୍ଥା
    3. ଜଳ ଉପରେ ଶିକ୍ଷା ଓ ସଚେତନତାକୁ ପ୍ରୋତ୍ସାହିତ କରିବା
    4. ନେଟ୍ ଜିରୋ ଜଳ ଓ ନେଟ୍ ଜିରୋ ବର୍ଜ୍ୟବସ୍ତୁ ପ୍ରକଳ୍ପ ଲକ୍ଷ୍ୟ
    5. ଜଳ ଓ ଶକ୍ତି ସମ୍ପର୍କର ପ୍ରଦର୍ଶନ
    6. ଜଳ ପ୍ୟାକେଜିଂ ପାଇଁ ସ୍ଥାୟୀ ସମାଧାନ
  8. ପାରମ୍ପରିକ ନଳ ଏବଂ ପ୍ଲବିଂ ବ୍ୟବସ୍ଥାରେ ନବସୃଜନ
    1. ଜଳର ବ୍ୟବହାର, ଅପଚୟ, ରେକର୍ଡିଂ ଦକ୍ଷତା, IOT ସକ୍ଷମ ଏବଂ ପ୍ରଦର୍ଶନର ଅନୁଧ୍ୟାନ ଏବଂ ଉନ୍ନତି ପାଇଁ ଏକ କେନ୍ଦ୍ରୀୟ ଡାଟାବେସ୍ ସହିତ ସଂଯୁକ୍ତ ସ୍ମାର୍ଟ ଟ୍ୟାପ୍

ଯୋଗ୍ୟତା ମାନଦଣ୍ଡ

  1. ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଦ୍ୱାରା ଷ୍ଟାର୍ଟ-ଅପ୍ ଭାବେ ମାନ୍ୟତାପ୍ରାପ୍ତ ସମସ୍ତ ସଂସ୍ଥା।
  2. ଷ୍ଟାର୍ଟ-ଅପ ଉପରୋକ୍ତ ବିଷୟଗତ କ୍ଷେତ୍ରରେ ସମାଧାନ ପ୍ରଦାନ କରିବା ଆବଶ୍ୟକ।

ଚାଲେଞ୍ଜରେ କିପରି ଭାଗ ନେବେ

  1. ଇଣ୍ଡିଆ ୱାଟର ପିଚ୍-ପାଇଲଟ-ସ୍କେଲ୍ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ ପାଇଁ ଆବେଦନ ଉପଲବ୍ଧ ହେବ innovateindia.mygov.in
  2. ପ୍ରତିଯୋଗୀମାନେ ଯେକୌଣସି ବୈଧ ଇମେଲ୍ ଆଇଡି ବ୍ୟବହାର କରି ଏହି ଚ୍ୟାଲେଞ୍ଜ୍ ପାଇଁ ପଞ୍ଜୀକରଣ କରିପାରିବେ। ପ୍ରତିଯୋଗୀଙ୍କ ଦ୍ୱାରା ପଞ୍ଜିକରଣ ଅନୁରୋଧ କରାଯିବା ପରେ, ପଞ୍ଜିକୃତ ଇମେଲକୁ ଏକ ଇମେଲ ପଠାଯିବ - ଆଇଡି ସେମାନଙ୍କ ପଞ୍ଜିକରଣକୁ ସ୍ୱୀକୃତି ପ୍ରଦାନ କରିବ ଏବଂ ଅଂଶଗ୍ରହଣ ପ୍ରକ୍ରିୟାର ସବିଶେଷ ତଥ୍ୟ ପ୍ରଦାନ କରିବ।
  3. 3. ପଞ୍ଜିକୃତ ପ୍ରତିଯୋଗୀ 'ପାର୍ଟିସିପେଟ୍' ବଟନ୍ ଚୟନ କରି ପ୍ରସ୍ତାବ ଅପଲୋଡ୍ କରିପାରିବେ।

ମୂଲ୍ୟାୟନ ପ୍ରକ୍ରିୟା ଓ ମାନଦଣ୍ଡ

ଦାଖଲ କରାଯାଇଥିବା ପ୍ରସ୍ତାବଗୁଡ଼ିକର ମୂଲ୍ୟାୟନ ଏବଂ ସର୍ଟଲିଷ୍ଟ ପ୍ରସ୍ତୁତ କରିବା ପାଇଁ ଦୁଇଟି ପର୍ଯ୍ୟାୟରେ ସ୍କ୍ରିନିଂ ପ୍ରକ୍ରିୟା କରାଯିବ। ସ୍କ୍ରିନିଂ କମିଟି ପ୍ରାରମ୍ଭିକ ସର୍ଟଲିଷ୍ଟିଂ କରିବ ଏବଂ ସର୍ଟଲିଷ୍ଟ ହୋଇଥିବା ପ୍ରସ୍ତାବଗୁଡ଼ିକୁ ଚୂଡ଼ାନ୍ତ ଚୟନ ପାଇଁ ବିଶେଷଜ୍ଞ କମିଟି ଦ୍ୱାରା ଯାଞ୍ଚ କରାଯିବ। ପ୍ରସ୍ତାବର ମୂଲ୍ୟାୟନ ପାଇଁ କମିଟିଗୁଡ଼ିକ ଦ୍ୱାରା ନିମ୍ନଲିଖିତ ବିସ୍ତୃତ ମାନଦଣ୍ଡ ଉପରେ ବିଚାର କରାଯିବ:

  1. ନବୋନ୍ମେଷ
  2. ବ୍ୟବହାର
  3. ବିଷୟର ପ୍ରାସଙ୍ଗିକତା
  4. ସମାଜ ଉପରେ ଏହାର ପ୍ରଭାବ ଅର୍ଥାତ ସହରମାନଙ୍କରେ ଜଳ ସମସ୍ୟାର ସମାଧାନରେ ଏହା କେତେ ସହାୟକ ହେବ
  5. ଅନୁକରଣୀୟତା
  6. ମାପନୀୟତା
  7. ନିୟୋଜନ/ରୋଲ-ଆଉଟର ସହଜତା
  8. ସମାଧାନର କାର୍ଯ୍ୟାନ୍ୱୟନରେ ସମ୍ଭାବ୍ୟ ବିପଦ
  9. ପ୍ରସ୍ତାବର ପୂର୍ଣ୍ଣାଙ୍ଗତା

ଗୁରୁତ୍ୱପୂର୍ଣ୍ଣ ତାରିଖ

ପାଣ୍ଠି ଯୋଗାଣ ଓ ଅନ୍ୟାନ୍ୟ ସହାୟତା

  1. ଇଣ୍ଡିଆ ୱାଟର ପିଚ୍-ପାଇଲଟ-ସ୍କେଲ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜରେ ମନୋନୀତ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ସେମାନଙ୍କ ପ୍ରକଳ୍ପ ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟର କେତେକ ସର୍ତ୍ତ/ ମାଇଲଖୁଣ୍ଟ ପୂରଣ କଲେ ଯଥାକ୍ରମେ 5 ଲକ୍ଷ ଟଙ୍କା, 7 ଲକ୍ଷ ଓ 8 ଲକ୍ଷ ଟଙ୍କାର 3ଟି ପର୍ଯ୍ୟାୟରେ ସର୍ବାଧିକ 20 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ ।
  2. ବଛାବଛା ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ମେଣ୍ଟରସିପ୍ ସହାୟତା ଯୋଗାଇ ଦିଆଯିବ।
  3. MoHUA ଶିଳ୍ପ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କ ସହଭାଗୀତାରେ ସମାଧାନର ପରିସର ବୃଦ୍ଧି କରିବାରେ ସହାୟକ ହେବ।
  4. ଯେଉଁ ଷ୍ଟାର୍ଟ-ଅପ୍ ଆଶାନୁରୂପ ସଫଳତା ହାସଲ କରିବେ, ସେମାନଙ୍କୁ ଅଧିକ ଦୃଶ୍ୟମାନତା ପାଇଁ ପ୍ରୋତ୍ସାହିତ କରାଯିବ।
  5. ମନ୍ତ୍ରାଳୟର ପକ୍ରୁ ପ୍ରଶସ୍ତି ପତ୍ର।

ନିୟମ ଓ ସର୍ତ୍ତାବଳୀ

  1. ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ସମସ୍ତ ପ୍ରତିଯୋଗୀ ଯୋଗ୍ୟତା ପୂରଣ କରିବା ଆବଶ୍ୟକ
  2. ପ୍ରଦାନ କରାଯାଇଥିବା ଅର୍ଥର ବ୍ୟବହାର ସମାଧାନର ବିକାଶ ଓ ପାଇଲଟିଂ ପାଇଁ ପସନ୍ଦର ସହର ସହିତ କରାଯିବ। ପ୍ରତିଯୋଗୀଙ୍କୁ ମାଇଲଖୁଣ୍ଟ ପୂରଣର ପ୍ରତ୍ୟେକ ପର୍ଯ୍ୟାୟରେ ପାଣ୍ଠିର ଉପଯୋଗ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡ଼ିବ।
  3. ବିଜେତାମାନେ ଚ୍ୟାଲେଞ୍ଜର ଅଂଶବିଶେଷ ଭାବେ ବିକଶିତ ହୋଇଥିବା ସମାଧାନ/ପ୍ରଡକ୍ଟକୁ ବଜାୟ ରଖିବେ। ତେବେ ବିଜେତାଙ୍କୁ ପ୍ରତିଯୋଗିତା ସମୟରେ ଏବଂ ପୁରସ୍କାର ଜିତିବା ପରେ ଚ୍ୟାଲେଞ୍ଜ ପାଇଁ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀକୁ ପାଳନ କରିବାକୁ ପଡିବ।
  4. ଯେଉଁମାନେ ନିୟମ ପାଳନ କରିବେ ନାହିଁ ସେମାନଙ୍କ ଅଂଶଗ୍ରହଣକୁ ରଦ୍ଦ କରାଯାଇପାରେ।
  5. ଯେକୌଣସି ବିବାଦର ସମାଧାନ ପାଇଁ MoHUAର ନିଷ୍ପତ୍ତି ହିଁ ଏହି ମାମଲାରେ ଚୂଡାନ୍ତ ହେବ।

ଯୋଗାଯୋଗ

ପ୍ରତିଯୋଗୀଙ୍କ ସହିତ ଯେକୌଣସି ଯୋଗାଯୋଗ ଆବେଦନ ଫର୍ମ ପୂରଣ ସମୟରେ ପ୍ରତିଯୋଗୀଙ୍କଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଇ-ମେଲ ମାଧ୍ୟମରେ କରାଯିବ। ଇ-ମେଲ୍ ଡେଲିଭରି ଅସଫଳ ହେଲେ ଆଯୋଜକମାନେ ଦାୟୀ ନୁହନ୍ତି।

ଅସ୍ୱୀକରଣ

MoHUA କୌଣସି ପୂର୍ବ ସୂଚନା ବିନା ଏହି ପ୍ରତିଯୋଗିତାକୁ ବାତିଲ, ବନ୍ଦ, ସ୍ଥଗିତ କରିବା ଏବଂ ପ୍ରତିଯୋଗିତା ସମ୍ବନ୍ଧୀୟ ନିୟମ, ପୁରସ୍କାର ଏବଂ ପାଣ୍ଠିକୁ ସଂଶୋଧନ କରିବା ପାଇଁ ନିଜର ଅଧିକାରକୁ ସଂରକ୍ଷିତ ରଖିଛି। କୌଣସି ପରିସ୍ଥିତିରେ MoHUA/ମାଇଁଗଭ୍/NIC କିମ୍ବା ଅନ୍ୟ କୌଣସି ସଙ୍ଗଠକ କୌଣସି ଦାବି, କ୍ଷତି, ଖର୍ଚ୍ଚ କିମ୍ବା କ୍ଷତି ପାଇଁ ଦାୟୀ ରହିବେ ନାହିଁ।

ଚ୍ୟାଲେଞ୍ଜ ସହ ଜଡ଼ିତ, ଅଧିକ ସୂଚନା ପାଆନ୍ତୁ startup[dash]amrut2[at]asci[dot]org[dot]in ଏବଂ usamrut2a[at]gmail[dot]com

 

Other Challenges you may be interested in